ରାସ୍ତାରେ କରୋନା ଟେଷ୍ଟ: ବିରୋଧ କରିବାରୁ ମାଡ଼ ମାରିଲେ ସ୍ବାସ୍ଥ୍ୟ ଅଧିକାରୀ

ବେଙ୍ଗାଲୁରୁ,୨୫।୫: ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଲକ୍‌ଡାଉନ୍‌ ସମୟରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ସହ ର୍ଦୁବ୍ୟବହାର କରାଯାଇଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି। ହେଲେ ଏବେ କର୍ନାଟକର ନଗରଥପେଟରୁ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କୁ ଜବରଦସ୍ତି କରୋନା ଟେଷ୍ଟ କରାଇବାକୁ କୁହାଯାଇଥିଲା। ହେଲେ ସେ ମନାକରିବାରୁ ସେଠାରେ ଉପସ୍ଥିତ ଥିବା ସ୍ବାସ୍ଥ୍ୟଅଧିକାରୀ ଓ କର୍ମଚାରୀ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ବୃହତ ବେଙ୍ଗାଲୁରୁ ମହାନଗର ପାଳିକା(ବିବିଏମ୍‌ପି) ଅଞ୍ଚଳରେ କରୋନା ଟିକାକରଣ କରାଯାଉଥିଲା। ଏକ ବୁଥ୍‌ରେ ଜଣେ ଯୁବକ ଟିକା ଲଗାଇବାକୁ ପହଞ୍ଚିଥିବା ବେଳେ ସେ ଭୁଲରେ କରୋନା ପରୀକ୍ଷା ଲାଇନ୍‌ରେ ଠିଆ ହୋଇଯାଇଥିଲେ। ଏନେଇ ଯେତେବେଳେ ଯୁବକଙ୍କୁ ଜଣାପଡ଼ିଥିଲା ସେତେବେଳେ ସେ ଲାଇନରୁ ଫେରିଆସିଥିଲେ। ହେଲେ ସେହି ସମୟରେ ନଗରପାଳିକାଙ୍କ ଜଣେ କର୍ମଚାରୀ ଓ ଡାକ୍ତର ତାଙ୍କୁ ଟେଷ୍ଟ କରାଇବାକୁ ବାଧ୍ୟ କରିଥିଲେ। ଯୁବକ ଜଣକ ବିରୋଧ କରିବାରୁ ସେମାନେ ତାଙ୍କୁ ରାସ୍ତା ମଝିରେ ନିର୍ଧୁମ ଛେଚିଥିଲେ। ଅନ୍ୟପଟେ କୁହାଯାଉଛି, ଯୁବକଳ ଜଣଙ୍କ ରାସ୍ତାରେ ଯାଉଥିବା ବେଳେ ସ୍ବାସ୍ଥ୍ୟକର୍ମଚାରୀ ଜଣକ ତାଙ୍କୁ ଜବରଦସ୍ତି ଧରି ପକାଇଥିଲେ ଏବଂ କରୋନା ଟେଷ୍ଟ କରାଇବାକୁ କହିଥିଲେ। ହେଲେ ଯୁବକ ଜଣଙ୍କ ମନା କରିବାରୁ ସେମାନେ ତାଙ୍କୁ ଲାତ ବିଧା ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସେହି ସମୟର ଦୃଶ୍ୟକୁ କେହି ଜଣେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ବିବିଏମ୍‌ପି କମିଶନର ଘଟଣାର ତଦନ୍ତ ସହ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କରୋନା ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ୨ଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଜନ୍ମଦିନରେ ସଙ୍କଟ ମୋଚନ ମନ୍ଦିରକୁ ୧.୨୫ କିଲୋ ଓଜନର ସୁନା ମୁକୁଟ ଦାନ କଲେ ପ୍ରଶଂସକ

ବାରଣାସୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରେ ଥିବା ପ୍ରଶଂସକମାନେ ସଙ୍କଟମୋଚନ ହନୁମାନଙ୍କ ମନ୍ଦିରକୁ...

ଆସନ୍ତା ବର୍ଷରୁ ହରିୟାଣା ସ୍କୁଲରେ ହେବ ଭଗବତ ଗୀତା ପାଠ: ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୨ ।୧୨: ଆସନ୍ତା ବର୍ଷରୁ ହରିୟାଣାର ସମସ୍ତ ସ୍କୁଲରେ ଭଗବତ ଗୀତାର ଶ୍ଳୋକ ପାଠ କରିବା ଶିକ୍ଷା ଦିଆଯିବ । ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଅନ୍ତରାଷ୍ଟ୍ରୀୟ...

ଧରା ପଡ଼ିଲା ଟ୍ରମ୍ପ୍‌ଙ୍କ ମିଛ

ନୂଆଦିଲ୍ଲୀ, ୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ତେବେ ଏହା ପୂର୍ବରୁ ଟ୍ରମ୍ପ୍‌ ୨ ଦିନରେ କହିଥିବା ୨ଟି...

ସାମନାରେ ଭାଜପାକୁ ଟାର୍ଗେଟ କଲା ଶିବସେନା: ବେକାରୀ ବୃଦ୍ଧି, କଶ୍ମୀର ଅଶାନ୍ତ, ହେଲେ ବିଶ୍ୱକୁ ମାର୍ଗଦର୍ଶନ ଦେଉଥିବା ମୋଦି ଚୁପ

ମୁମ୍ବାଇ,୨୯ ।୫: ଶିବସେନା ତା’ର ମୁଖପତ୍ର ସାମନା ଜରିଆରେ ଦେଶରେ ବେକାରୀ, କଶ୍ମୀର ସମସ୍ୟା ଓ ଜ୍ଞାନବ୍ୟାପି ମସଜିଦ ଭଳି ବିଷୟକୁ ନେଇ ଭାରତୀୟ ଜନତା...

ହାତୀ ମୃତ୍ୟୁରେ ଭାବୁକ ହେଲେ ରତନ ଟାଟା; କହିଲେ ନ୍ୟାୟ ମିଳୁ

ତିରୁଭାନନ୍ତପୁରମ,୪।୬:କେରଳରେ ଗର୍ଭିଣୀ ହାତୀମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଅମାନବୀୟ ବର୍ବରତାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥିବାବେଳେ...

ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୫।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

୪ର୍ଥ ଶ୍ରେଣୀ ଛାତ୍ରୀ ତିଆରି କଲେ ଆଣ୍ଟି ବୁଲିଙ୍ଗ୍‌ ଆପ୍‌

ଶିଲଂ,୧୦।୨: ଅସୁବିଧା ନୂଆନୂଆ ଉଦ୍‌ଭାବନ ପାଇଁ ବାଟ କଢ଼ାଇଥାଏ। ମେଘାଳୟର ଜଣେ ଛାତ୍ରୀ କ୍ଷେତ୍ରରେ ଏହା ସତ୍ୟରେ ପରିଣତ ହୋଇଛି। ୯ବର୍ଷ ବୟସ୍କା ୪ର୍ଥ ଶ୍ରେଣୀ...

ମୋଦି ପୁଣିଥରେ ହୁଅନ୍ତୁ ପ୍ରଧାନମନ୍ତ୍ରୀ: ୬୬ ପ୍ରତିଶତ ଲୋକଙ୍କ ମତ

ନୂଆଦିଲ୍ଲୀ, ୮।୮: କରୋନା ସଙ୍କଟରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଲୋକପ୍ରିୟତା ବଢ଼ିଚାଲିଛି। ସମ୍ପ୍ରତି ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ମୋଦି ପୁଣିଥରେ ଦେଶର...

Advertisement
Archives

Model This Week