Posted inଜାତୀୟ

ଆସିଲା କର୍ନାଟକ ଏକ୍‌ଜିଟ ପୋଲ୍‌

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ହୋଇଥିବା ଏକ୍‌ଜିଟ ପୋଲ୍‌ ଫଳାଫଳ ପ୍ରକାଶ ପାଇଛି। କେତେକ ଗଣମାଧ୍ୟମ ସଂସ୍ଥା ଦ୍ବାରା କରାଯାଇଥିବା ଏକ୍‌ଜିଟ ପୋଲ୍‌ରେ କଂଗ୍ରେସ ସରକାର ଗଠନ କରିପାରେ ବୋଲି ଆକଳନ କରାଯାଇଛି। ଏପରି କି କେତେକ ସଂସ୍ଥା ଦ୍ୱାରା କରାଯାଇଥିବା ଆକଳନରେ କର୍ନାଟକରେ ଝୁଲା ବିଧାନସଭା ହେବ ବୋଲି ଆକଳନ କରାଯାଇଛି। ମୋଟାମୋଟି ଭାବେ କର୍ନାଟକରେ ମେଣ୍ଟ ସରକାର ହୋଇପାରେ ବୋଲି କୁହାଯାଉଛି। ଏକ୍‌ଜିଟ ପୋଲ୍‌ ଅନୁସାରେ ଗତ ଥର ଅପେକ୍ଷା କଂଗ୍ରେସ ଫାଇଦାରେ ରହିଥିବା ସୂଚନା ମିଳୁଛି। ଏନେଇ କର୍ନାଟକରେ ଜେଡିଏସ୍‌ ମଧ୍ୟ କିଙ୍ଗ୍‌ମେକର ଭୂମିକା ନିର୍ବାହ କରିପାରେ ବୋଲି ମଧ୍ୟ ଆକଳନ ହେଉଛି।
କର୍ନାଟକ ବିଧାନସଭାର ମୋଟ ୨୨୪ଟି ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ସରକାର ଗଠନ ପାଇଁ ୧୧୩ ମ୍ୟାଜିକ ନମ୍ବର ରହିଛି।

ଏବିପି ନ୍ୟୁଜ-ସି ଭୋଟର ଭାଜପାକୁ ୮୩-୯୫ ସିଟ୍‌ ଦେଉଥିବା ବେଳେ କଂଗ୍ରେସକୁ ୧୦୦-୧୧୨ ଏବଂ ଜେଡିଏସ୍‌ ୨୧-୨୯ ଓ ଅନ୍ୟ ଦଳକୁ ୨-୬ ସିଟ୍‌ ମିଳିପାରେ ବୋଲି ଆକଳନ କରିଛି। ସେହିପରି ଇଣ୍ଡିଆ ଟୁଡେ- ଆକ୍ସି ମାଁ ଇଣ୍ଡିଆ ଭାଜପାକୁ ୬୨-୮୦ଟି ଆସନ ଦେଉଥିବା ବେଳେ କଂଗ୍ରେସ ୧୨୨-୧୪୦ ଆସନ ପାଇ ସରକାର ଗଠନ କରିପାରେ ବୋଲି ଆକଳନ କରିଛି। ସେହିପରି ଟାଇମ୍ସ ନାଓ ଭାଜପାକୁ ୮୫ ଆସନ ଦେଉଥିବା ବେଳେ କଂଗ୍ରେସ ୧୧୩ ଆସନରେ ବିଜୟ ହେଉଥିବା ଆକଳନ କରିଛି।
ରିପବ୍ଲିକ ଟିଭି ଏବଂ ପି ମର୍କ ଭାଜପାକୁ ୮୫-୧୦୦ ଆସନ ଦେଉଥିବା ବେଳେ କଂଗ୍ରେସ ୯୪- ୧୦୮ ଆସନ ପାଇବ ବୋଲି ଆକଳନ କରିଛି। ଜେଡିଏସ୍‌ ୨୪- ୩୨ ଆସନ ପାଇବ ବୋଲି ଅନୁମାନ କରିଛି। ଅନ୍ୟାନ୍ୟ ପ୍ରାର୍ଥୀଙ୍କ ହାତକୁ ୨-୬ ଆସନ ଯିବା ଆକଳନ କରିଛି।
ଟିଭି ୯ ଭାରତବର୍ଷ ଓ ପୋଲ୍‌ଷ୍ଟାର୍ଟ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏକ୍‌ଜିଟ ପୋଲ୍‌ ଅନୁସାରେ ଭାଜପାକୁ ୮୮-୯୮ ଆସନ ମିଳିବା ସମ୍ଭାବନା ଥିବା ବେଳେ କଂଗ୍ରେସ ୯୯-୧୦୯ ଆସନ ପାଇବ ବୋଲି ଆକଳନ କରିଛି। ସେହିପରି ଜେଡିଏସ୍‌ ୨୧-୨୬ ଆସନ ଲାଭ କରିବାକୁ ଯାଉଥିବା ବେଳେ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ହାତକୁ ୦-୪ ଆସନ ଯିବାର ସମ୍ଭାବନା ରହିଛି ବୋଲି ଏକ୍‌ଜିଟ ପୋଲରେ ଦର୍ଶାଯାଇଛି।
ଜି ନ୍ୟୁଜ ଓ ମ୍ୟାଟ୍ରାଇଜ୍‌ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏକ୍‌ଜିଟ ପୋଲ ଅନୁସାରେ ଭାଜପାକୁ ୭୯-୯୪ ଆସନ ମିଳିବା ସମ୍ଭାବନା ଥିବାବେଳେ କଂଗ୍ରେସ ୧୦୩-୧୧୮ ଆସନ ପାଇବ। ସେହିପରି ଜେଡିଏସ୍‌ ୨୫-୩୩ ଆସନ ଲାଭ କରିବାକୁ ଯାଉଥିବା ବେଳେ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ହାତକୁ ୨-୫ ଆସନ ଯିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?