Posted inଜାତୀୟ

ଆସିଲା କର୍ନାଟକ ଏକ୍‌ଜିଟ ପୋଲ୍‌

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ହୋଇଥିବା ଏକ୍‌ଜିଟ ପୋଲ୍‌ ଫଳାଫଳ ପ୍ରକାଶ ପାଇଛି। କେତେକ ଗଣମାଧ୍ୟମ ସଂସ୍ଥା ଦ୍ବାରା କରାଯାଇଥିବା ଏକ୍‌ଜିଟ ପୋଲ୍‌ରେ କଂଗ୍ରେସ ସରକାର ଗଠନ କରିପାରେ ବୋଲି ଆକଳନ କରାଯାଇଛି। ଏପରି କି କେତେକ ସଂସ୍ଥା ଦ୍ୱାରା କରାଯାଇଥିବା ଆକଳନରେ କର୍ନାଟକରେ ଝୁଲା ବିଧାନସଭା ହେବ ବୋଲି ଆକଳନ କରାଯାଇଛି। ମୋଟାମୋଟି ଭାବେ କର୍ନାଟକରେ ମେଣ୍ଟ ସରକାର ହୋଇପାରେ ବୋଲି କୁହାଯାଉଛି। ଏକ୍‌ଜିଟ ପୋଲ୍‌ ଅନୁସାରେ ଗତ ଥର ଅପେକ୍ଷା କଂଗ୍ରେସ ଫାଇଦାରେ ରହିଥିବା ସୂଚନା ମିଳୁଛି। ଏନେଇ କର୍ନାଟକରେ ଜେଡିଏସ୍‌ ମଧ୍ୟ କିଙ୍ଗ୍‌ମେକର ଭୂମିକା ନିର୍ବାହ କରିପାରେ ବୋଲି ମଧ୍ୟ ଆକଳନ ହେଉଛି।
କର୍ନାଟକ ବିଧାନସଭାର ମୋଟ ୨୨୪ଟି ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ସରକାର ଗଠନ ପାଇଁ ୧୧୩ ମ୍ୟାଜିକ ନମ୍ବର ରହିଛି।

ଏବିପି ନ୍ୟୁଜ-ସି ଭୋଟର ଭାଜପାକୁ ୮୩-୯୫ ସିଟ୍‌ ଦେଉଥିବା ବେଳେ କଂଗ୍ରେସକୁ ୧୦୦-୧୧୨ ଏବଂ ଜେଡିଏସ୍‌ ୨୧-୨୯ ଓ ଅନ୍ୟ ଦଳକୁ ୨-୬ ସିଟ୍‌ ମିଳିପାରେ ବୋଲି ଆକଳନ କରିଛି। ସେହିପରି ଇଣ୍ଡିଆ ଟୁଡେ- ଆକ୍ସି ମାଁ ଇଣ୍ଡିଆ ଭାଜପାକୁ ୬୨-୮୦ଟି ଆସନ ଦେଉଥିବା ବେଳେ କଂଗ୍ରେସ ୧୨୨-୧୪୦ ଆସନ ପାଇ ସରକାର ଗଠନ କରିପାରେ ବୋଲି ଆକଳନ କରିଛି। ସେହିପରି ଟାଇମ୍ସ ନାଓ ଭାଜପାକୁ ୮୫ ଆସନ ଦେଉଥିବା ବେଳେ କଂଗ୍ରେସ ୧୧୩ ଆସନରେ ବିଜୟ ହେଉଥିବା ଆକଳନ କରିଛି।
ରିପବ୍ଲିକ ଟିଭି ଏବଂ ପି ମର୍କ ଭାଜପାକୁ ୮୫-୧୦୦ ଆସନ ଦେଉଥିବା ବେଳେ କଂଗ୍ରେସ ୯୪- ୧୦୮ ଆସନ ପାଇବ ବୋଲି ଆକଳନ କରିଛି। ଜେଡିଏସ୍‌ ୨୪- ୩୨ ଆସନ ପାଇବ ବୋଲି ଅନୁମାନ କରିଛି। ଅନ୍ୟାନ୍ୟ ପ୍ରାର୍ଥୀଙ୍କ ହାତକୁ ୨-୬ ଆସନ ଯିବା ଆକଳନ କରିଛି।
ଟିଭି ୯ ଭାରତବର୍ଷ ଓ ପୋଲ୍‌ଷ୍ଟାର୍ଟ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏକ୍‌ଜିଟ ପୋଲ୍‌ ଅନୁସାରେ ଭାଜପାକୁ ୮୮-୯୮ ଆସନ ମିଳିବା ସମ୍ଭାବନା ଥିବା ବେଳେ କଂଗ୍ରେସ ୯୯-୧୦୯ ଆସନ ପାଇବ ବୋଲି ଆକଳନ କରିଛି। ସେହିପରି ଜେଡିଏସ୍‌ ୨୧-୨୬ ଆସନ ଲାଭ କରିବାକୁ ଯାଉଥିବା ବେଳେ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ହାତକୁ ୦-୪ ଆସନ ଯିବାର ସମ୍ଭାବନା ରହିଛି ବୋଲି ଏକ୍‌ଜିଟ ପୋଲରେ ଦର୍ଶାଯାଇଛି।
ଜି ନ୍ୟୁଜ ଓ ମ୍ୟାଟ୍ରାଇଜ୍‌ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏକ୍‌ଜିଟ ପୋଲ ଅନୁସାରେ ଭାଜପାକୁ ୭୯-୯୪ ଆସନ ମିଳିବା ସମ୍ଭାବନା ଥିବାବେଳେ କଂଗ୍ରେସ ୧୦୩-୧୧୮ ଆସନ ପାଇବ। ସେହିପରି ଜେଡିଏସ୍‌ ୨୫-୩୩ ଆସନ ଲାଭ କରିବାକୁ ଯାଉଥିବା ବେଳେ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ହାତକୁ ୨-୫ ଆସନ ଯିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା।...

ଖୁସି ଖବର: କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୫: ସାରା ଦେଶରେ ଚାଲିଥିବା ଲୋକ ସଭା ନିର୍ବାଚନ ମଧ୍ୟରେ ସାଧାରଣ ଲୋକଙ୍କୁ ପୁନର୍ବାର ଆରାମ ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri