Advertisement

କର୍ଲାମୁଣ୍ଡା ବ୍ଲକ: ଯୁକ୍ତ ୨ରେ ୮୭.୧୪ % ପାସ୍‌

କର୍ଲାମୁଣ୍ଡା,୧୦ା୮(ଡି.ଏନ.ଏ.): ଚଳିତବର୍ଷର ଯୁକ୍ତ ୨ କଳା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଜେକେ କଲେଜ ଛାତ୍ରୀ ପୂଜା ଭୋଇ ୫୩୫ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି। ବ୍ଲକରେ ପ୍ରଥମ ଶ୍ରେଣୀରେ ୧୪୫ଜଣ, ଦ୍ୱିତୀୟ ଶ୍ରେଣୀରେ ୧୧୨ଜଣ, ତୃତୀୟ ଶ୍ରେଣୀରେ ୨୫୮ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ୭୬ଜଣ ଛାତ୍ରୀଛାତ୍ର ଫେଲ ହୋଇଥିବା ଜଣାପଡିଛି। ବ୍ଲକର ୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ରିଷିଡ଼ା ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପିରବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତେରେସିଙ୍ଗା, ହର ଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁସୁର୍ଲା, ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ଲାମୁଣ୍ଡା, ତେରେସିଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତେରେସିଙ୍ଗାର ରେଗୁଲାର ଓ ଏକ୍ସ ରେଗୁଲାର ମିଶି ମୋଟ ୫୯୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୧୫ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି, ଯାହା ୮୭.୧୪ % ପାସ୍‌ ହାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟପ୍ରାଣୀ ସପ୍ତାହ : ଡାବୁଗାଁ ବ୍ଲକର ୩ ଛାତ୍ରୀଛାତ୍ର ପୁରସ୍କୃତ

ଡାବୁଗାଁ,୫।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜଣେ ଛାତ୍ରୀ ଓ ୨ ଜଣ ଛାତ୍ରଙ୍କ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ପୁରସ୍କୃତ ହୋଇଛନ୍ତି। ନବରଙ୍ଗପୁର ଜିଲା...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ରାଇରଙ୍ଗପୁର,୨୨ା୬(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବୁଢ଼ିଝରଣ ଗ୍ରାମର ଜଣେ ଯୁବକ ରବିବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ...

ବାତ୍ୟା ସମୟରେ ଭଦ୍ରକରେ ୬୯ ଶିଶୁ ଜନ୍ମ

ଭଦ୍ରକ,୨୭।୫: ଭଦ୍ରକ ଜିଲା ପ୍ରଶାସନର ରେକର୍ଡ ଅନୁଯାୟୀ, ୟାସ୍‌କୁ ଦୃଷ୍ଟିରେ ରଖି ୨୨୪ ଜଣ ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ଆଶା ଓ...

ଆନନ୍ଦପୁର ଓ ଘଷିପୁରା ନିର୍ବାଚନମଣ୍ଡଳୀରେ ଭୋଟ ଗଣତି ଆରମ୍ଭ

ଆନନ୍ଦପୁର(ସ୍ବ.ପ୍ର.)/ହାଟଡିହି(ଡି.ଏନ.ଏ) ୨୩।୫: କେନ୍ଦୁଝର ଜିଲା ଆନନ୍ଦପୁର ଓ ଘଷିପୁରା ନିର୍ବାଚନମଣ୍ଡଳୀର ଭୋଟ ଗଣତି ଆରମ୍ଭ ହୋଇଛି। ଶାଳପଡ଼ା ମହିଳା ମହାବିଦ୍ୟାଳୟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ...

୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

ଢେଙ୍କାନାଳ ଅଫିସ, ୧୯।୧: ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଲାଞ୍ଚ ନେଇ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲକ୍ଷ୍ମଣ ମାଙ୍କଡ଼ା ପଥର...

କାଠମାଫିଆଙ୍କ ଆକ୍ରମଣରେ ୨ ବନ କର୍ମଚାରୀ ଆହତ

ବାରିପଦା ଅଫିସ, ୨୯ା୨- ମୟୂରଭଞ୍ଜ ଜିଲା ବାରିପଦା ରେଞ୍ଜ ଅଧୀନ ମହୁଲିଆଠାରେ କାଠମାଫିଆଙ୍କ ଆକ୍ରମଣରେ ଜଣେ ଫରେଷ୍ଟ ଗାର୍ଡ ଓ ବନ ବିଭାଗର ଅନ୍ୟ ଜଣେ...

ସୌନ୍ଦର୍ଯ୍ୟକରଣ ହେବ କଟକ ରିଂବନ୍ଧ ରାସ୍ତା

କଟକ ଅଫିସ,୪ା୧୧: କଟକ ମହାନଗର ନିଗମ (ସିଏମ୍‌ସି) ତତ୍ତ୍ବାବଧାନରେ ସହରର ରିଂବନ୍ଧ ରାସ୍ତା ସୌନ୍ଦର୍ଯ୍ୟକରଣ କରାଯିବ। ଏଥିପାଇଁ ମେୟର ସୁବାସ ସିଂ ଓ ସିଏମ୍‌ସି କମିଶନର...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା ଅଫିସ,୨୯ା୪: ରାୟଗଡ଼ା ଜିସିଡି ହାଇସ୍କୁଲ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଉଛନ୍ତି ଗଞ୍ଜାମ ଜିଲାର ଜଗା ପାତ୍ର।...

Advertisement
Archives

Model This Week