ତିନି ଜଣଙ୍କୁ ପ୍ରେମ କରିବା ପରେ ଶେଷରେ ବିବାହିତ ଶୈଫଙ୍କ ହାତ ଧରିଥିଲେ ବେବୋ

ମୁମ୍ବାଇ: ବଲିଉଡ୍‌ର ଗ୍ଲାମରସ୍ ନାୟିକା କରିନା କପୁର ଖାଁ ୪୦ ବର୍ଷରେ ପଦାର୍ପଣ କରିଛନ୍ତି । କରୋନା ସଂକ୍ରମଣ ଯୋଗୁ ସେ ଏଥର ତାଙ୍କ ଜନ୍ମଦିନ ପରିବାର ସହ ପାଳନ କରିଛନ୍ତି । ଯାହାର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ନାୟିକାଙ୍କ ପର୍ସନାଲ ଲାଇଫ୍‌କଥା ଯଦି ଆଲୋଚନା କରିବା ତେବେ କପୁର ବଂଶର ଏହି ଲଳନା ୩ ଜଣ ପୁରୁଷଙ୍କ ପ୍ରେମରେ ପଡିଥିବା ବେଳେ କାହାକୁ ନିଜର କରିପାରି ନ ଥିଲେ । ଆଉ ଶେଷରେ ଜଣେ ବିବାହିତ ପୁରୁଷ ସେ ପୁଣି ୨ଟି ସନ୍ତାନର ପିତା ହୋଇ ସାରିଥିଲେ ବି କରିନା ତାଙ୍କ ସହ ସଂସାର ଗଢିଛନ୍ତି । କୁହାଯାଏ କରିନା ଯେତେବେଳେ ବଲିଉଡ୍‌ରେ ନାୟିକା ଭାବେ ପ୍ରବେଶ କଲେ ସେତେବେଳେ ସେ ଅଭିନେତା ଫରଦିନ ଖାଁଙ୍କୁ ପ୍ରେମକରି ବସିଲେ । ଏକଥା ଅବଶ୍ୟ ଖୁବ୍‌କମ୍ ଲୋକ ଜାଣନ୍ତି । ଉଭୟ ପରସ୍ପରକୁ ଡେଟିଂ କରିବା ସହ କିଛି ସ୍ଥାନରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳିଲା । ହେଲେ କ’ଣ ହେଲା କେଜାଣି କିଛିଦିନ ପରେ ଉଭୟଙ୍କ ମଧ୍ୟରେ ହେଲା ବ୍ରେକ୍ ଅପ୍ । ଅବଶ୍ୟ ଏହାପରେ କରିନାଙ୍କ ନାଁକୁ ଭଲିଉଡ୍ ହ୍ୟାଣ୍ଡସମ୍ ହିରୋ ହ୍ରିତିକ ରୋଶନଙ୍କ ସହ ଯୋଡି ଦିଆଗଲା । ଏହାପରେ କରିନା-ହ୍ରିତିକଙ୍କୁ ମୁଝ୍‌ସେ ଦୋସ୍ତି କରୋଗେ, କଭି ଖୁସି କଭି ଗମ୍‌, ପ୍ରେମ କି ଦିୱାନି ଆଦି ଫିଲ୍ମରେ ଏକାଠି ଦେଖିବାକୁ ମିଳିଲା । ଏହାପରେ ଏମାନଙ୍କ ମଧ୍ୟରେ ବେଶ୍ କିଛିଦିନ ପ୍ରେମ ସମ୍ପର୍କ ରହିଲା । ଏହି ସମ୍ପର୍କକୁ ନେଇ କରିନା ବେଶ୍ ସିରିୟସ୍ ଥିବା ବେଳେ ଥରେ କୁଆଡେ ସେ ତାଙ୍କ ହାତ କାଟିଦେଇଥିବା କୁହାଯାଏ । ହେଲେ ଏହାବି କରନାଙ୍କ ଭାଗ୍ୟରେ ବୋଧହୁଏ ନ ଥିଲା । ଭାଙ୍ଗିଗଲା ହ୍ରିତିକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ । ଏହାର କିଛିଦିନ ପରେ କରିନା ପ୍ରେମ କରି ବସିଲେ ବଲିଉଡ୍ ନାୟକ ସାହିଦ କପୁରଙ୍କୁ । ଉଭୟ ଏକଥାକୁ ସର୍ବ ସମ୍ମୁଖରେ ସ୍ୱୀକାର ବି କଲେ । କୁହାଯାଏ ଏହି ପ୍ରେମ ସମ୍ପର୍କକୁ ନେଇ ସାହିଦ ସିରିୟସ ଥିଲା ବେଳେ କରିନା କିନ୍ତୁୁ ଆଉ କାହାକୁ ମନ ଦେଇ ବସିଥିଲେ । ତା’ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା । ପରସ୍ପରଠାରୁ ଅଲଗା ହୋଇଗଲେ ଏହି ପ୍ରେମି ଯୁଗଳ । ତେବେ ଏତିକିରେ ହାରି ଯାଇ ନ ଥିଲେ କରିନା । ଶେଷରେ ପ୍ରେମ କରି ବସିଲେ ବଲିଉଡ୍ ନାୟକ ଶୈଫ ଅଲି ଖାଁଙ୍କୁ । ଶୈଫ ସେତେବେଳେ ଦୁଇଟି ସନ୍ତାରନ ପିତା ହୋଇ ସାରିଥିଲେ ବି କରିନା କିନ୍ତୁ ଶୈଫଙ୍କୁ ମନଦେଲେ । ବୟସର ତାରତମ୍ୟ ଖୁବ୍ ଅଧିକ ହୋଇଥିଲେ ବି ପ୍ରେମ ଆଗରେ ସବୁ ହାର ମାନିଲା । ଶେଷରେ କରିନା ଶୈଫଙ୍କୁ ଜୀବନସାଥି ଭାବେ ବାଛିନେଲେ । ଏବେ ଉଭୟ ଖୁସିରେ ସଂସାର କରିଥିବା ବେଳେ ପୁଅ ତୈମୁରଙ୍କୁ ସହ ସେମାନେ ଖୁବ୍ ଖୁସି । ଆଉ ସବୁଠାରୁ ଖୁସି ଖବର ହେଲା କରିନା ଏବେ ପୁଣିଥରେ ମା’ ହେବାକୁ ଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?