Posted inଖେଳ

ଧୋନୀଙ୍କ ଫାର୍ମହାଉସ୍‌ ଆଗରେ ଫିକା କପିଲ-କୋହଲୀ-ତେନ୍ଦୁଲକରଙ୍କ ବଙ୍ଗଳା

ନୂଆଦିଲ୍ଲୀ,୭।୭: ଦୀର୍ଘ ଏକ ବର୍ଷ ଧରି କ୍ରିକେଟରୁ ଦୂରେଇ ଯାଇଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏବେ ପରିବାର ସହ ସମୟ ବିତାଉଛନ୍ତି। ଚଳିତ ବର୍ଷ ଖେଳାଯିବାକୁ ଥିବା ଆଇପିଏଲ୍‌ର ୧୩ତମ ସଂସ୍କରଣରେ ସେ ଖେଳିବେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ କରୋନା ଯୋଗୁ ମ୍ୟାଚ୍‌କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି।

ରାଞ୍ଚିରେ ଏବେ ପରିବାର ସହ ରହୁଛନ୍ତି ଧୋନୀ। ତେବେ ସେଠାରେ ଥିବା ତାଙ୍କ ଫାର୍ମହାଉସ୍‌ ବିଷୟରେ କ’ଣ ଆପଣ ଜାଣନ୍ତି। ହୁଏତ ନା। ଜାଣିରଖନ୍ତୁ ଧୋନୀଙ୍କ ଏହି ଘର ଆଗରେ କପିଲ ଦେବ, ବିରାଟ କୋହଲୀ ଏବଂ ସଚିନ ତେନ୍ଦୁଲକରଙ୍କ ବଙ୍ଗଳା ଫିକା ପଡ଼ିଯିବ।

ଧୋନୀ ଫାର୍ମହାଉସ୍‌ର ନାମ ରଖିଛନ୍ତି ‘କୈଳାସପତି’। ଏହା ୭ ଏକର ପରିବ୍ୟାପ୍ତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଫାର୍ମହାଉସ୍‌କୁ ଦେଖି ଯେ କେହି ପ୍ରେମରେ ପଡ଼ିଯିବ। ଧୋନୀଙ୍କ ପୁରୁଣା ଘରୁ ଏଠାକୁ ମାତ୍ର ୨୦ ମିନିଟ ସମୟ ଲାଗେ। ଖାଲି ସମୟ ଧୋନୀ ଏଠାରେ ବିତାଇବାକୁ ଭଲପାନ୍ତି।

ଫାର୍ମହାଉସ୍‌ରେ ଏକ ଇନ୍‌ଡୋର୍‌ ଷ୍ଟାଡିୟମ ଏବଂ ସୁନ୍ଦର ସୁଇମିଂ ପୁଲ ରହିଛି। ଏଠାରେ ମାହି କ୍ରିକେଟ ଅଭ୍ୟାସ କରିବା ଲାଗି ଏକ ନେଟ୍‌ ପ୍ରାକ୍ଟିସିଂ ପଡ଼ିଆ ରଖିଛନ୍ତି। ଏହାଛଡ଼ା ଅଲ୍‌ଟ୍ରା ମଡନ୍‌ ଜିମ୍‌ ମଧ୍ୟ ରହିଛି। ବାଇକ୍‌ର ସଉକ ରଖିଥିବା ଧୋନୀଙ୍କ ପାଖରେ ୧୦୦ରୁ ଅଧିକ ଗାଡ଼ି ରହିଛି। ସେସବୁକୁ ରଖିବା ଲାଗି ଏକ ଗ୍ୟାରେଜ୍‌ ରହିଛି। ଫାର୍ମହାଉସ୍‌ରେ ପଞ୍ଚତାରକା ହୋଟେଲ୍‌ ପରି ସୁବିଧା ରହିଛି। ଧୋନୀ ସେଠାରେ ଚାଷ କରିବା ମଧ୍ୟ ଆରମ୍ଭ କରିଛନ୍ତି। ଏହାର ଅନେକ ଫଟୋ ଏବଂ ଭିଡିଓ ପତ୍ନୀ ସାକ୍ଷୀ ଶେୟାର କରିଥାନ୍ତି। ଯାହାକି ଖୁବ୍‌ ଭାଇରାଲ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଅକୁ ଜୀବନର ପ୍ରକୃତ ମୂଲ୍ୟ ଶିଖାଇବା ପାଇଁ ରାସ୍ତାକୁ ଓହ୍ଲାଇଲେ ଶିଖର ଧାଓ୍ବନ

କରୋନା ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରଖାଯାଇଛି। ଫଳରେ କ୍ରିକେଟରମାନେ ନିଜ ପରିବାର ସମୟ ବିତାଇବା ସହ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ...

ସାନିଆ ମିର୍ଜାଙ୍କ ସ୍ବାମୀଙ୍କୁ ‘ସାଇଲେଣ୍ଟ କିଲର୍‌’ କହିଲେ ଏହି ପାକିସ୍ତାନୀ ଅଲରାଉଣ୍ଡର; ଅଖତରଙ୍କୁ କହିଲେ ‘ଆକ୍ଟର’

ନୂଆଦିଲ୍ଲୀ,୧୦।୭: ଟେନିସ ତାରକା ସାନିଆ ମିର୍ଜାଙ୍କ ସ୍ବାମୀ ତଥା କ୍ରିକେଟର ସୋଏବ ମଲିକଙ୍କୁ ‘ସାଇଲେଣ୍ଟ କିଲର୍‌’ କହିଛନ୍ତି ପାକିସ୍ତାନର ଅଲରାଉଣ୍ଡର ଅଜହର ମହମୁଦ। କେବଳ ଏତିକି...

ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ: ବେରେଟିନି ଫାଇନାଲରେ

ଲଣ୍ଡନ, ୧୦।୭- ଇଟାଲିର ମାଟେଓ ବେରେଟିନି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ସେ...

ଡେଥ୍‌ ଓଭର ପାଇଁ ଅର୍ଶଦୀପଙ୍କୁ ପ୍ରସ୍ତୁତ କରୁଥିଲା ଟିମ୍‌ ଇଣ୍ଡିଆ:ରୋହିତ

ଆଡିଲେଡ୍‌,୨ା୧୧: ବାଲାଂଦେଶ ବିପକ୍ଷ ମ୍ୟାଚ୍‌ରେ ହିରୋ ପାଲଟିଛନ୍ତି ଅର୍ଶଦୀପ ସିଂ। ବିଶେଷକରି ଡେଥ୍‌ ଓଭରରେ ତାଙ୍କ ପ୍ରଭାବଶାଳୀ ବୋଲିଂ ଲାଗି ଭାରତୀୟ ଅଧିନାୟକ ରୋହିତ ଶର୍ମା...

କ୍ରିକେଟ୍‌ ପରାମର୍ଶଦାତା କମିଟିରୁ କପିଳଙ୍କ ଇସ୍ତଫା

ନୂଆଦିଲ୍ଲୀ, ୩।୧୦ (ପି.ଟି.)- ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ କପିଳ ଦେବ ବୁଧବାର କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି)ରୁ ଇସ୍ତଫା ଦେଇଛନ୍ତି।...

ମୁଖ୍ୟ କାର୍ଯ୍ୟନିର୍ବାହୀ ସାହନୀଙ୍କୁ ଛୁଟିରେ ପଠାଇଲା ଆଇସିସି, କାର୍ଯ୍ୟକାଳ ପୂରାହେବା ପୂର୍ବରୁ ଇସ୍ତଫା ଦେଇପାରନ୍ତି

ନୂଆଦିଲ୍ଲୀ,୧୧।୩(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମୁଖ୍ୟ କାର୍ଯନିର୍ବାହୀ (ସିଇଓ) ମନୁ ସାହନୀଙ୍କୁ ଛୁଟିରେ ଆଇସିସି ପଠାଇଛି। ଫଳରେ ସେ...

୭୦୦ତମ ମ୍ୟାଚ୍‌ରେ ମେସିଙ୍କ ଗୋଲ

ବାର୍ସିଲୋନା,୨୮।୧୧- ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟବଲ ଖେଳାଳି ଲିଓନେଲ ମେସି ନିଜର କ୍ଲବ ସ୍ତରୀୟ କ୍ୟାରିୟରର ୭୦୦ତମ ମ୍ୟାଚ୍‌ରେ ଗୋଲ ସ୍କୋର କରିଛନ୍ତି। ତାଙ୍କ ସହ...

ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମ୍ମଦାବାଦ,୨୦।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବାକୁ ଥିବା ପଞ୍ଚମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ...

Advertisement
Archives

Model This Week