କଟକ: ଆଉ ଦୁଇଦିନ ବଢ଼ିଲା ଶଟ୍‌ଡାଉନ ଅବଧି

କଟକ ଅଫିସ,୭ା୭- କଟକ ସହରରେ ଜାରି ହୋଇଥିବା ଶଟ୍‌ଡାଉନ ଅବଧିକୁ ବୃଦ୍ଧି କରିଛି ସିଏମ୍‌ସି। ପୂର୍ବରୁ ବୁଧବାର ମଧ୍ୟରାତ୍ରି ଯାଏ ଶଟ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ତାହାକୁ ଏବେ ଶୁକ୍ରବାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି। ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୫ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହିଁ ଖୋଲିପାରିବ। ଶିଳ୍ପସଂସ୍ଥା ଏବଂ ଉପତ୍ାଦକ ସଂସ୍ଥାଗୁଡ଼ିକ ଖୋଲା ରହିବ। ମାତ୍ର ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ବ୍ୟାଙ୍କ୍‌ ଏବଂ ଡାକଘର ଖୋଲା ରହିବ। କିନ୍ତୁ ଗ୍ରାହକମାନେ ଯାଇପାରିବେ ନାହିଁ। କେବଳ ଅନ୍‌ଲାଇନ୍‌ରେ କାର୍ଯ୍ୟ ହେବ। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସମସ୍ତ ସରକାରୀ କାର୍ଯ୍ୟାଳୟ କାର୍ଯ୍ୟ କରିବ। ବେସରକାରୀ ସଂସ୍ଥାଗୁଡ଼ିକ ୱାର୍କ ଫ୍ରମ୍‌ ହୋମ୍‌ ବ୍ୟବସ୍ଥାକୁ ଗୁରୁତ୍ୱ ଦେବେ। ସମସ୍ତ ପ୍ରକାର ଅନାବଶ୍ୟକ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ସୂଚନାଯୋଗ୍ୟ, ପୂର୍ବନିୟମ ଅନୁଯାୟୀ ୧୧ ଓ ୧୨ ତାରିଖ ମଧ୍ୟ ଶଟ୍‌ ଡାଉନ ରହିବ ବୋଲି ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ବଢ଼ୁଛି କରୋନା କାୟା: ଚିହ୍ନଟ ହେଲେ ନୂଆ ୧୧ ଆକ୍ରାନ୍ତ

କଟକ ଅଫିସ,୯।୭: କଟକ ସହରରେ ଶୁକ୍ରବାର ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ କେସ୍‌, ୪ ହୋମ୍‌...

ଡ୍ରେନ ସଫା ବେଳେ ଭୁଶୁଡ଼ିଲା ଘର ବାରଣ୍ଡା

କଟକ ଅଫିସ,୩୦।୫: କଟକ ସହରରେ ଡ୍ରେନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଶନିବାର ସକାଳେ ଡ୍ରେନ ସଫା ବେଳେ ଏକ ଘରର ବାରଣ୍ଡା...

ପୋଲିସକୁ ମାମୁ ଡାକିବାରୁ ଛାତ୍ରଙ୍କୁ ମାଡ଼

ନିଶ୍ଚିନ୍ତକୋଇଲି,୩।୪(ସ୍ବ.ପ୍ର.): ପୋଲିସକୁ ମାମୁ ଡାକିବା ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ମହାଙ୍ଗା ପଡ଼ିଛି। ଏନେଇ ତାଙ୍କୁ ଜଣେ ପୋଲିସ ଅଧିକାରୀ ନିସ୍ତୁକ ମାଡ଼ ମାରିଛନ୍ତି। ସମ୍ପୃକ୍ତ...

ଘନଉଛି ପରିବା ସଙ୍କଟ, ଚିନ୍ତାରେ ଚାଷୀ

କଟକ ଅଫିସ/ ଆଠଗଡ଼(ସ୍ବ.ପ୍ର),୨୮ା୩:ବାଦାମବାଡ଼ି ମୁଖ୍ୟରାସ୍ତାରେ ଶୁକ୍ରବାରଠାରୁ ଖୋଲିଛି ପରିବା ହାଟ। ଛତ୍ରବଜାରରେ ମାତ୍ରାଧିକ ଜନଗହଳି ହେବାରୁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବାଦାମବାଡ଼ି ମୁଖ୍ୟ...

ରାସ୍ତା କଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌: ୫ ଆହତ, କଣ୍ଡକ୍ଟରଙ୍କ ଗୋଡ଼ ଭାଙ୍ଗିଲା

ପଟ୍ଟାଙ୍ଗି,୭।୬(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତ ଅଧୀନ ତେଲରାଇ ଗ୍ରାମ ଛକ ତଥା ୨୬ନଂ ଜାତୀୟ ରାଜପଥ କଡ଼କୁ ଶୁକ୍ରବାର ଏକ...

ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

କଟକ ଅଫିସ, ୧ା୬: ବିଶିଷ୍ଟ କବି ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଜୟନ୍ତ ମହାପାତ୍ର(୯୪) ସୋମବାର ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌...

ମୁଦ୍ରା, ନୋଟ୍‌ର ତରୁଣ ସଂଗ୍ରାହକ

କଟକ ଅଫିସ,୪ା୭: ବୟସ ମାତ୍ର ୧୭ ବର୍ଷ। ଏ ବୟସରେ ସେ ୧୪୦ଟି ରାଷ୍ଟ୍ରର ନୋଟ୍‌ ଓ ୧୬୦ ରାଷ୍ଟ୍ରର ମୁଦ୍ରା ସଂଗ୍ରହ କଲେଣି। ମୁଦ୍ରା...

ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟିତ:‘ଇଣ୍ଡୋନେସିଆ କ୍ୟାଲେଣ୍ଡରରେ ରହିବ ବାଲିଯାତ୍ରା’

କଟକ ଅଫିସ, ୧୩-୧୧:ଓଡ଼ିଶା ହେଉଛି ଇଣ୍ଡୋନେସିଆବାସୀଙ୍କ ଦ୍ୱିତୀୟ ଘର। ଓଡ଼ିଶା ସହିତ ଆମର ସମ୍ପର୍କ ଅତି ନିବିଡ଼। ବାଣିଜି୍ୟକ, ଆଧ୍ୟାତ୍ମିକ କ୍ଷେତ୍ରରେ ଓଡ଼ିଶା ସହିତ ଇଣ୍ଡୋନେସିଆର...

Advertisement
Archives

Model This Week