ପ୍ରେମରେ ପ୍ରତିବନ୍ଧକ ସାଜିବାରୁ ପ୍ରେମିକାର ବାପାକୁ ହତ୍ୟା

ଟିଟିଲାଗଡ଼, ୭ା୭ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗଁାରେ ଗତ ୨ତାରିଖ ଘଟିଥିବା ବର୍ଜୁ ରଣା (୫୪) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହତ୍ୟା ଘଟଣାର ମୁଖ୍ୟ ସୂତ୍ରଧର ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗଁା ଗ୍ରାମର ଆଦିଲ ମହମ୍ମଦ(୨୨)ବୋଲି ପୋଲିସ କହିଛି। ପ୍ରେମ ବ୍ୟାପାରକୁ ନେଇ ତାଙ୍କଠାରୁ ସୁପାରି ନେଇ ବେଲଗଁାର ସୁଦାମ ରଣା(୨୧), କୁମ୍ଭେପଡାର ଯୁବରାଜ ବିଶି(୨୨), ବୁର୍ଡିପଡାର ରାଜାରାମ ଛୁରା(୧୯) ଓ ଅନ୍ୟ ଜଣେ ବର୍ଜୁଙ୍କ ଗଳାକାଟି ହତ୍ୟା କରିଥିଲେ। ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ବୀକାର କରିଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି, ୫ ମୋବାଇଲ ଫୋନ, ଏକ ବାଇକ, ଘଟଣାସ୍ଥଳରେ ପଡିଥିବା ମଦ ବୋତଲ ଜବତ ହୋଇଛି। ଅନ୍ୟତମ ସୁପାରିକିଲର ଏବେ ଫେରାର ଅଛନ୍ତି। ତାଙ୍କୁ ଧରିବା ଲାଗି ପୋଲିସ ଜାଲ ବିଛାଇଛି। ମଙ୍ଗଳବାର ଟିଟିଲାଗଡ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଏସ୍‌ଡିପିଓ ସୁରେନ୍ଦ୍ର ନାରାୟଣ ଶତପଥୀ।
ପୋଲିସ ସୂଚନା ଅନୁଯାୟୀ ଚୋରମରା ଗ୍ରାମର ବର୍ଜୁ ରଣା ଗତ ଗୁରୁବାର ଟିଟିଲାଗଡ ଆସି ଅପରାହ୍ନରେ ଘରକୁ ଫେରୁଥିଲେ। ଗ୍ରାମ ପେପର ମିଲ୍‌ ନିକଟସ୍ଥ ନିଛାଟିଆ ସ୍ଥାନରେ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ଏକ ମାମଲା(ନଂ.୨୧୯/୨୦)ରୁଜୁ କରି ପୋଲିସ ତଦନ୍ତ ଜାରି ରଖିିଥିଲା । ହତ୍ୟାକାଣ୍ଡ ଘଟିବା ଦିନ ଆଦିଲ ତାଙ୍କୁ ଫୋନ କରି ବାପା କୁଆଡେ ଯାଇଛନ୍ତି ବୋଲି ପଚାରିଥିବା ତଦନ୍ତକାରୀ ଅଧିକାରୀଙ୍କୁ ବର୍ଜୁଙ୍କ ଝିଅ କହିଥିଲେ। ଏହି ତଥ୍ୟକୁ ଆଧାର କରି ପୋଲିସ ତଦନ୍ତ ଆଗକୁ ବଢାଇଥିଲା। ଆଦିଲଙ୍କ ଫୋନ ଟ୍ରାକିଂ କରି ଅନ୍ୟ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚି ଯାଇଥିଲା ପୋଲିସ। ଜେରା ବେଳେ ଆଦିଲ ବର୍ଜୁଙ୍କ ଝିଅ ସହିତ ତାଙ୍କର ପ୍ରେମସମ୍ପର୍କ ରହିଥିବା କହିଥିଲେ। ତେବେ ଏଥିରେ ସେ ପ୍ରତିବନ୍ଧକ ସାଜିବାରୁ ବାଟରୁ ହଟାଇବାକୁ ଯୋଜନା କରିଥିଲି। ବର୍ଜୁଙ୍କୁ ହତ୍ୟା କରିବା ଲାଗି ୧ଲକ୍ଷ ଟଙ୍କା ସୁପାରିରେ କଥା ଛିଡ଼ିଥିଲା। ଅଭିଯୁକ୍ତମାନଙ୍କୁ ଅଗ୍ରିମ ଆକାରରେ ୫୦ ହଜାର ଟଙ୍କା ସେ ଦେଇଥିଲେ। ଯୋଜନା ମୁତାବକ ଉକ୍ତ ଦିନ ଅପରାହ୍ନରେ ୫ଜଣ ଅଭିଯୁକ୍ତ ବର୍ଜୁଙ୍କୁ ପେପର ମିଲ୍‌ ନିକଟସ୍ଥ ନିଛାଟିଆ ସ୍ଥାନକୁ ଡାକି ମଦ ପିଆଇଥିଲେ। ପରେ ତାଙ୍କ ଗଳାକୁ ଛୁରିରେ କାଟି ଦେଇଥିଲେ। ଘଟଣାସ୍ଥଳରେ ବର୍ଜୁଙ୍କ ମୃତ୍ୟୁ ଘଟିବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ମଙ୍ଗଳବାର ଗିରଫ ଚାରି ଅଭିଯୁକ୍ତ ଆଦିଲ ମହମ୍ମଦ, ସୁଦାମ ରଣା, କୁମ୍ଭେପଡାର ଯୁବରାଜ ବିଶି, ବୁର୍ଡିପଡାର ରାଜାରାମ ଛୁରାଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଟିଟିଲାଗଡ ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଖବରଦାତା ସମ୍ମିଳନୀରେ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଏସଆଇ ମନୋଜ ମୁଣ୍ଡା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ବଲାଙ୍ଗୀରରେ ଅଖଚକ ବନ୍ଦ: ସାଧାରଣ ଜନଜୀବନ ପ୍ରଭାବିତ

ବଲାଙ୍ଗୀର, ୮।୧୦(ବୀରେନ୍ଦ୍ର କୁମାର ଝାଙ୍କର):ଏମ୍‌ଏମ୍‌ଡିଆର୍‌୍‌, ଏସଆଇଆର୍‌-୨୦୨୬, ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଏବଂ ବନ୍ୟା କ୍ଷୟକ୍ଷତି ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?