ଚାଷୀଙ୍କ ଦୁଃଖ କପାଳି

ବନ୍ତ,୨।୯(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଦେଇ ୩ ନଦୀ ସାଳନ୍ଦୀ, କପାଳି ଓ ସରୁସାଗର ପ୍ରବାହିତ। ସାଳନ୍ଦୀ ବ୍ୟତୀତ ସରୁସାଗର ଓ କପାଳିକୁ ସରକାରୀ ଖାତାରେ ଅଦ୍ୟାବଧି ନଦୀର ମାନ୍ୟତା ମିଳିନାହିଁ। ପ୍ରତ୍ୟେକ ବର୍ଷ ବର୍ଷାଋତୁରେ ଏହି ୨ ନଦୀର ବନ୍ୟାପାଣିରେ ନଦୀକୂଳିଆ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କପାଳି ବନ୍ୟା ଜଳରେ ନଦୀକୂଳିଆ ଚାଷଜମି ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ଏହା ନଦୀକୂଳିଆ ଚାଷୀଙ୍କ ଦୁଃଖ ପାଲଟିଛି।
କପାଳି କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରୁ ଏକ ଛୋଟ ନାଳ ରୂପେ ବାହାରି ବକ୍ର ଗତିରେ ବନ୍ତ ବ୍ଲକର ବସନ୍ତିଆ, ରାମଚନ୍ଦ୍ରପୁୁର, ବନ୍ତ, ଟିଲୋ, ଛୟାଳସିଂ, ଗଣିଜାଙ୍ଗ, ରାମକୃଷ୍ଣପୁର, ରାମପୁର ପଞ୍ଚାୟତ ଦେଇ ପ୍ରବାହିତ ହୋଇ ଧାମନଗର ବ୍ଲକର ଗେଙ୍ଗୁଟି ନଦୀରେ ବିଲୀନ ହୋଇଛି। ବକ୍ର ଗତି କାରଣରୁ ସିଧାସଳଖ ଜଳ ନିଷ୍କାସନ ହୋଇ ନ ପାରି ନଦୀର ଉଭୟ ପାର୍ଶ୍ୱକୁ ବାହାରି ଚାଷଜମିରେ ମାଡ଼ିଯାଇ ବହୁ କ୍ଷତି ଘଟାଇଥାଏ। ପ୍ରତ୍ୟେକ ବର୍ଷାଋତୁରେ ଏହି ନଦୀ ବହୁବାର କୂଳ ଲଙ୍ଘିଥାଏ। ସରକାରୀ ଭାବେ ନଦୀ ମାନ୍ୟତା ପାଇ ନ ଥିବାରୁ କ୍ଷତିଗ୍ରସ୍ତ ଚାଷୀମାନେ ସହାୟତାରୁ ବଞ୍ଚିତ ହେଉଛନ୍ତି। ବିଗତ ବର୍ଷଗୁଡ଼ିକରେ ଲଘୁଚାପ ସମୟରେ ବନ୍ୟାପାଣି ମାଡ଼ିଯାଇ ନଦୀକୂଳିଆ ଜମିର ଫସଲ ନଷ୍ଟ ହୋଇଥିଲେ ସୁଦ୍ଧା ଚାଷୀମାନେ ସହାୟତା ପାଇନାହାନ୍ତି। ସେହିପରି ନଦୀ ସଂସ୍କାର ଯୋଜନା ଏଠାରେ ବିଫଳ ହୋଇଛି। ଫଳରେ ନଦୀ ଗର୍ଭ କଳମ ବୁଦାରେ ଭର୍ତ୍ତି ହେବା ସହ ଅନେକ ସ୍ଥାନରେ ପୋତି ହୋଇଗଲାଣି। ସମସ୍ୟାର ସମାଧାନ ପାଇଁ ଏହି ୨ ନଦୀକୁ ସରକାରୀ ସ୍ତରରେ ମାନ୍ୟତା ପାଇଁ ଚାଷୀ ମହଲରେ ବାରମ୍ବାର ଦାବି ହେଉଥିଲେ ମଧ୍ୟ ବିଭାଗ କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଗତ ଫାଇଲିନ ବାତ୍ୟା ସମୟରେ ସ୍ଥାନୀୟ ବିଧାୟକ କପାଳିକୁ ସରକାରୀ ଭାବେ ନଦୀର ମାନ୍ୟତା ନେଇ ପ୍ରତିଶ୍ରୁତି ଦେଇଥିଲେ। ଅଦ୍ୟାବଧି ଏହା ପ୍ରତିଶ୍ରୁତିରେ ହିଁ ରହିଯାଇଛି। ବ୍ଲକର ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ସ୍ଥାନୀୟ ରାଜନେତାମାନେ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁଙ୍କୁ ପଚାରିବାରୁ କପାଳି ନଦୀକୁ ସରକାରୀ ମାନ୍ୟତା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?