‘ଡିସେମ୍ବର ସୁଦ୍ଧା ସରିବ କାନପୁର ଡ୍ୟାମ୍‌ କାମ’

କେନ୍ଦୁଝର/ଆନନ୍ଦପୁର,୨୦ା୪(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବୁଧବାର କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଯୋଡ଼ା ବ୍ଲକ୍‌ କାନପୁର ଜଳସେଚନ ପ୍ରକଳ୍ପ ଗସ୍ତ କରି ଏହି ପ୍ରକଳ୍ପ ଡିସେମ୍ବର ସୁଦ୍ଧା ସରିବ ବୋଲି କହିଥିଲେ। ଏଥିସହ ଜିଲାରେ ଗମନାଗମନ, ଯାତାୟାତ ବ୍ୟବସ୍ଥା ଆଦି ଉପରେ ସମୀକ୍ଷା କରିଥିଲେ। ଧରଣୀଧର ବିଶ୍ୱବିଦ୍ୟାଳୟ, ମେଡିିକାଲ କଲେଜ, ଓଡ଼ିଶା ମାଇନିଂ ସ୍କୁଲ କ୍ୟାମ୍ପସ ପରିଦର୍ଶନ କରି ସେଠାରେ ଭିତ୍ତିଭୂମି ବିକାଶ, ଶିକ୍ଷା ବ୍ୟବସ୍ଥା ଆଦି ଦେଖିବା ସହ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରି ବିଭିନ୍ନ ସୁବିଧା ଅସୁବିଧା ବୁଝିଥିଲେ। ମୁକୁନା ଗ୍ରାମକୁ ଯାଇ ମହିଳା ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କର ଆୟ କିପରି ଦ୍ୱିଗୁଣିତ ହୋଇଛି ସେ ବିଷୟରେ ଜାଣି ଖୁସିବ୍ୟକ୍ତ କରିଥିଲେ। ପୁରୁଣାବଜାରସ୍ଥିତ ବହୁ ପୁରାତନ ଶ୍ରୀ ଗୋପାଳ ଜୀଉ ପାଠାଗାରର ନୂତନ ଗୃହ ଉଦ୍‌ଘାଟନ କରିଥିଲେ। ପରେ ଜିଲାପାଳଙ୍କ ମିନି କନଫରେନ୍ସ ହଲ୍‌ରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ବୈଠକରେ ଜିଲାପାଳ ଆଶିଷ ଠାକରେ, ଆଇଏଏସ୍‌ (ପ୍ରୋବେସନ) ଧିମନ ଚକମାଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲାର ବୃହତ ଜଳସେଚନ ପ୍ରକଳ୍ପ କାନପୁର ଜଳସେଚନ ପ୍ରକଳ୍ପ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ ବୋଲି କହିଥିଲେ। ଆନନ୍ଦପୁର ବ୍ୟାରେଜରୁ ପାଣି ବିଦ୍ୟାଧରପୁର ବ୍ୟାରେଜକୁ ଚଳିତ ଖରିଫ ଋତୁରେ ଛଡ଼ାଯିବ। ଏହାଦ୍ୱାରା ଖଣିଫ ଋତୁରେ ଚାଷୀମାନେ ଉପକୃତ ହୋଇପାରିବେ। ସେହିପରି ଆନନ୍ଦପୁର ବ୍ୟାରେଜ ଓ କାନପୁର ଡ୍ୟାମ ଉପର ପାର୍ଶ୍ୱରେ ଥିବା ଚାଷୀମାନଙ୍କୁ ମେଗା ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଇ ଦିଆଯିବ ବୋଲି ମତ ରଖିଥିଲେ। ବିଭିନ୍ନ ଗ୍ରାମ, ପଡ଼ା ତଥା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ କିପରି ସବୁଦିନିଆ ଗମନାଗମନ ଓ ଯାତାୟାତ ବ୍ୟବସ୍ଥା ହୋଇପାରିବ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆଦି ଉପରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?