କାନଝରୀ ଡ୍ୟାମ୍‌: କେମିତି ଯିବେ

କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ କାନଝରୀ ନଦୀରେ ବନ୍ଧାଯାଇଛି କାନଝରୀ ଡ୍ୟାମ୍‌। ଜଙ୍ଗଲ ପରିବେଷ୍ଟିତ ଏହି ଜଳଭଣ୍ଡାରର ସୌନ୍ଦର୍ଯ୍ୟ ବେଶ ମନରୋମ। ସଦର, ଘଟଗାଁ ଓ ପାଟଣା ବ୍ଲକ ଅଞ୍ଚଳକୁ ଜଳସେଚିତ କରିବା ପାଇଁ ଏହି ପ୍ରକଳ୍ପ ୧୯୭୫ରେ ନିର୍ମାଣ କରାଯାଇ କାର୍ଯ୍ୟକ୍ଷମ ହୋଇଥିଲା। ଏହି ଡ୍ୟାମ୍‌ର ଲମ୍ବ ୧୨୪୪ ମିଟର ରହିଥିବା ବେଳେ ପ୍ରସ୍ଥ ୨୯.୫୦ ମିଟର। ଏହି ଡ୍ୟାମ୍‌କୁ ବୁଲିବାକୁ ପ୍ରତି ବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି। ଏହାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନଲୋଭା। ଏହା ନିକଟରେ ରହିଛି ଫୁଲ ବଗିଚା। ଏଠାକୁ ସନ୍ଧ୍ୟା ସମୟରେ ହାତୀମାନେ ପାଣି ପିଇବାକୁ ଆସିଥାନ୍ତି। ସେହିପରି ଅନେକ ପକ୍ଷୀ ଏହି ଡ୍ୟାମ୍‌କୁ ଆସିବା ସହ ପାଖ ଜଙ୍ଗଲରେ ଆଶ୍ରୟ ନେଇଥାନ୍ତି। ଏଠାରେ ଜଳସମ୍ପଦ ବିଭାଗର ଏକ ଗେଷ୍ଟ ହାଉସ୍‌ ରହିଛି। ପିକ୍‌ନିକ୍‌ ପାଇଁ ପ୍ରଶସ୍ଥ ସ୍ଥାନ ମଧ୍ୟ ରହିଛି। ଏହି ଡ୍ୟାମ୍‌ ଏବଂ କେନାଲ ନିକଟକୁ ଭୋଜିଭାତ କରିବା ପାଇଁ ବହୁ ପର୍ଯ୍ୟଟକ, ଛାତ୍ରୀଛାତ୍ର ଆସିଥାନ୍ତି। ବନ୍ଧ ଉପରେ ରହିଛି କାନଝରୀ ନୀଳୟ। ଯେଉଁଠାରୁ କାନଝରୀ ବନ୍ଧର ସୌନ୍ଦର୍ଯ୍ୟ ବେଶ ଭଲ ଭାବରେ ଉପଭୋଗ କରିହୁଏ। ଏଠାରେ ରହିବା ପାଇଁ ଯଦିଓ ବ୍ୟବସ୍ଥା ଅଛି ତେବେ ଜଳସମ୍ପଦ ବିଭାଗର ଅନୁମତି ନେବାକୁ ପଡ଼ିଥାଏ।

କେମିତି ଯିବେ
ଭୂବନେଶ୍ୱରରୁ ବସ୍‌ ବା କାର୍‌ ଯୋଗେ ଏନ୍‌ଏଚ୍‌ ୨୦ରେ କେନ୍ଦୁଝରକୁ ଘଟଗାଁ ଦେଇ ଆସିଲେ ଘଟଗାଁଠାରୁ ପ୍ରାୟ ୨୫ କି.ମି. ଦୂରରେ ଓହ୍ଲାଇବାକୁ ପଡ଼େ। ଏହାକୁ କାନଝରୀ ଛକ କୁହାଯାଏ। ସେଠାରୁ ୬ କି.ମି. ଦୂରରେ ଏହି ମନୋରମ ଡ୍ୟାମ୍‌ ରହିଛି। ସେହିପରି ଟ୍ରେନ୍‌ରେ କେନ୍ଦୁଝର ଆସି ସେଠାରୁ ମଧ୍ୟ ଏହି ସ୍ଥାନକୁ ଯାଇହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?