Posted inଖେଳ

କାଲିସ ଇଂଲଣ୍ଡ ବ୍ୟାଟିଂ ପରାମର୍ଶଦାତା

ଲଣ୍ଡନ, ୨୧ା୧୨ (ପି.ଟି.)-ଇଂଲଣ୍ଡ କ୍ରିକେଟ ଦଳ ଆସନ୍ତା ମାସରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବା ଲାଗି ଶ୍ରୀଲଙ୍କା ଗସ୍ତରେ ଯିବ। ଏଥିଲାଗି ଦକ୍ଷିଣ ଆଫ୍ରିକା କିମ୍ବଦନ୍ତୀ ଜ୍ୟାକ୍ସ କାଲିସଙ୍କୁ ଦଳର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ଦଳ ଜାନୁୟାରୀ ୨ରେ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିବ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) କହିଛି। ଦଳ ସହ ୭ଜଣ କୋଚ୍‌ ଯିବେ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ୪୫ ବର୍ଷୀୟ କାଲିସ ଗତବର୍ଷ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପ୍ରିଟୋରିଆ ଦଳର ବ୍ୟାଟିଂ କୋଚ୍‌ ଥିଲେ। କାଲିସ ଦକ୍ଷିଣ ଆଫ୍ରିକା ତରଫରୁ ୧୬୬ ଟେଷ୍ଟରେ ୫୫.୩୭ ଆଭରେଜରେ ୧୩,୨୯୮ ରନ କରିଛନ୍ତି। ଏହା ବ୍ୟତୀତ ସେ ୨୯୨ ଉଇକେଟ ଅକ୍ତିଆର କରିଛନ୍ତି। ଶ୍ରୀଲଙ୍କାରେ ମୁଖ୍ୟ କୋଚ୍‌ ଖ୍ରୀସ୍‌ ସିଲ୍‌ଭରଉଡ୍‌ଙ୍କ ସହକାରୀ ଭାବେ କାର୍ଯ୍ୟ କରିବେ ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ ପଲ୍‌ କିଙ୍ଗଉଡ୍‌। ସେହିପରି ଜନ୍‌ ଲିଓ୍ବିସ ଦଳର ବୋଲିଂ କୋଚ୍‌ ଭାବେ ନିଯୁକ୍ତି ପାଇଥିବାବେଳେ ଜିତନ ପଟେଲ ସ୍ପିନ ପରାମର୍ଶଦାତା ଏବଂ କାର୍ଲ ହପ୍‌କିନ୍‌ସନ ଫିଲ୍ଡିଂ କୋଚ୍‌ ଦାୟିତ୍ୱ ତୁଲାଇବେ। ଜେମ୍ସ ଫୋଷ୍ଟର ଉଇକେଟକିପର କୋଚିଂ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ଉଭୟ ଟେଷ୍ଟ ମ୍ୟାଚ୍‌ ଗାଲେରେ ଜାନୁୟାରୀ ୧୪ରୁ ୧୮ ଏବଂ ଜାନୁୟାରୀ ୨୨ରୁ ୨୬ ପର୍ଯ୍ୟନ୍ତ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

IPL 2026ରେ ହଠାତ ବଦଳିଲେ RCB କ୍ୟାପଟେନ, ରଜତ ପାଟିଦାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୭।୫: ରଜତ ପାଟିଦାର IPL 2026 ର 61 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁନାହାଁନ୍ତି। ଏହି ମୁକାବିଲା ଉଭୟ ପଞ୍ଜାବ କିଙ୍ଗସ ଏବଂ…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

Video: ପଡ଼ିଆରେ ଏହି କ୍ରିକେଟରଙ୍କ ମୁଣ୍ଡରେ ଲାଗିଲା ଶକ୍ତ ଆଘାତ

ଇସଲାମାବାଦ,୧୫।୬: ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶନିବାର (୧୬ ମଇ) ଠାରୁ ଆରମ୍ଭ ହୋଇଛି। ସିଲହଟରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିନରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri