Posted inଖେଳ

ହାମିଲଟନ୍‌ଙ୍କୁ ବିବିସି ପୁରସ୍କାର

ଲଣ୍ଡନ, ୨୨ା୧୨ (ଏପି)- ସାତ ଥର ଫର୍ମୁଲାଓ୍ବାନ ଚାମ୍ପିୟନ ଲୁଇସ୍‌ ହାମିଲଟନ ଚଳିତ ବର୍ଷ ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ବିବିସିର ସ୍ପୋଟର୍‌ସ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର ଜିତିଛନ୍ତି। ମର୍ସିଡିଜ୍‌ ଟିମ୍‌ର ଏହି ୩୫ ବର୍ଷୀୟ ଡ୍ରାଇଭର ଗତମାସରେ ମାଇକେଲ ସୁମାକରଙ୍କ ୭ ଫର୍ମୁଲା ଓ୍ବାନ ଟାଇଟଲ ରେକର୍ଡ ସମକକ୍ଷ ହୋଇଥିଲେ। ଜୋର୍ଡାନ ହେଣ୍ଡରସନ ଏବଂ ହୋଲି ଡୋଏଲ୍‌ଙ୍କୁ ଅତିକ୍ରମ କରି ରବିବାର ବ୍ରିଟିଶ ବ୍ରଡକାଷ୍ଟର’ର ସମ୍ମାନଜନକ ପୁରସ୍କାର ଜିତିଛନ୍ତି। ଏଥିପାଇଁ ଜନସାଧାରଣ ଭୋଟ ହୋଇଥିଲା। ହାମିଲଟନ ପୂର୍ବରୁ ୨୦୧୪ରେ ମଧ୍ୟ ବିସିସି ପୁରସ୍କାର ଲାଭ କରିଥିଲେ। ଇଂଲଣ୍ଡ ମିଡ୍‌ଫିଲ୍ଡର ହେଣ୍ଡରସନଙ୍କ ନେତୃତ୍ୱରେ ଲିଭରପୁଲ୍‌ ୩୦ ବର୍ଷ ମଧ୍ୟରେ ପ୍ରଥମ ପ୍ରିମିୟର ଲିଗ୍‌ ଟାଇଟଲ ଜିତିଥିଲା। କରୋନାଭାଇରସ ମହାମାରୀ ସମୟରେ ନ୍ୟାଶନାଲ ହେଲ୍‌ଥ ସର୍ଭିସ ଚ୍ୟାରିଟି ପାଇଁ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ହେଣ୍ଡରସନ ଯେଉଁ ଭୂମିକା ଗ୍ରହଣ କରିଥିଲେ, ସେଥିପାଇଁ ପ୍ରଶଂସାର ପାତ୍ର ହୋଇଥିଲେ। ଅନ୍ୟପକ୍ଷରେ ଜଣେ ମହିଳା ଜକି ହିସାବରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଡୋଏଲ୍‌ ସର୍ବାଧିକ ବିଜୟ ସହ ନିଜ ରେକର୍ଡକୁ ଭଙ୍ଗ କରିଥିଲେ। ପୁରସ୍କାର ପାଇଁ ହୋଇଥିବା ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ୩ଜଣ ହେଲେ ବକ୍ସର ଟାଇସନ ଫ୍ୟୁରୀ, ସ୍ନୁକର ଖେଳାଳି ରୋନି ଓ’ସୁଲିଭାନ୍‌ ଏବଂ କ୍ରିକେଟର ଷ୍ଟୁଆର୍ଟ ବ୍ରଡ୍‌। ଇଂଲଣ୍ଡ ପ୍ରଫେସନାଲ ଫୁଟ୍‌ବଲର ମାର୍କସ ରସଫୋର୍ଡ ସ୍ବତନ୍ତ୍ର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିନା ଅସୁବିଧାରେ ଖେଳାଯିବ ଆଇପିଏଲ

ନୂଆଦିଲ୍ଲୀ,୪ା୪- ଆଇପିଏଲ ଖେଳାଯିବାକୁ ଥିବା ବିଭିନ୍ନ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ସତ୍ତ୍ୱେ ବିନା କୌଣସି ଅସୁବିଧାରେ ଆଇପିଏଲ ଖେଳାଯିବ ବୋଲି...

ଜାଫର ଉତ୍ତରାଖଣ୍ଡ ହେଡ୍‌ କୋଚ୍‌ ନିଯୁକ୍ତ

ମୁମ୍ବାଇ,୨୩।୬(ପି.ଟି.): ପୂର୍ବତନ ଭାରତୀୟ ଓପନର ତଥା ଡେମୋଷ୍ଟିକ୍‌ ହେଭିଓ୍ବେଟ୍‌ ଓ୍ବାସିମ୍‌ ଜାଫର ଉତ୍ତରାଖଣ୍ଡ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଆଗାମୀ ଘରୋଇ ସେସନ୍‌ରେ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ:ଦକ୍ଷିଣ ଆଫ୍ରିକା ୬-୦ରେ ବିଜୟୀ

ଭୁବନେଶ୍ୱର, ୧୧।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ପୁଲ ‘ବି’ ଶେଷ ଲିଗ୍‌ ମ୍ୟାଚରେ ଦକ୍ଷିଣ ଆଫ୍ରିକା...

ଅଭିଷେକଙ୍କୁ ବିଶ୍ୱ ଆଇରନ୍‌ ମ୍ୟାନ୍‌ ଟାଇଟଲ

ଧର୍ମଗଡ,୨୪।୭(ଡି.ଏନ.ଏ.)-ବିଶ୍ୱ ଟ୍ରାଇଥଲନ୍‌ କର୍ପୋରେଶନ ଦ୍ୱାରା ସୁଇଜରଲାଣ୍ଡର ଜୁରିଚ୍‌ଠାରେ ଆୟୋଜିତ ବିଶ୍ୱ ଆଇରନ ମ୍ୟାନ ପ୍ରତିଯୋଗିତାରେ କଳାହାଣ୍ଡି ଜିଲା ଅନ୍ତର୍ଗତ ଧର୍ମଗଡ଼ର ଅଭିଷେକ ପଟ୍ଟଯୋଶୀ ଟାଇଟଲ ହାସଲ...

ନମ୍ବର-୧ ହେଲା ଭାରତ

ଦୁବାଇ,୪।୫: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୁଧବାର ଟି-୨୦ ଅନ୍ତର୍ଜାତୀୟ ଦଳର ବାର୍ଷିକ ମାନ୍ୟତା ପ୍ରକାଶ କରିଛି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳ...

ଆଇପିଏଲ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଦଳଗୁଡିକର ବଢିଲା ଚିନ୍ତା

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ ଏପ୍ରିଲ ୯ରୁ ଆରମ୍ଭ ହେଉଛି। ବିଶ୍ୱର ସର୍ବବୃହତ କ୍ରିକେଟ ଲିଗ ଜିତିବା ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି।...

ଦିଗହରା ହୋଇଗଲା ଆରସିବି

ଶାରଜା,୧୧।୧୦: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆର୍‌ସିବି)କୁ ଭଲ ଆରମ୍ଭ ଦେଇଥିଲେ ଦେବଦତ୍ତ ପାଡିକଲ (୨୧) ଓ ଅଧିନାୟକ ବିରାଟ...

ଭାରତରେ ଟି-୨୦ ବିଶ୍ୱକପ୍‌ ଆୟୋଜନ ହେବା ନେଇ ଆଶଙ୍କା: ଆଇସିସି କହିଲା ଏମିତି

ନୂଆଦିଲ୍ଲୀ,୮।୪: ଭାରତରେ, ଟି-୨୦ ବିଶ୍ୱକପ ୨୦୨୧ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବ। କିନ୍ତୁ ଏହାପୂର୍ବରୁ ମଧ୍ୟ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି...

Advertisement
Archives

Model This Week