Posted inଖେଳ

ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସ: ଭାରତୀୟ ଦଳରେ ସିନ୍ଧୁ, ସାଇନା

ନୂଆଦିଲ୍ଲୀ, ୨୨ା୧୨ (ପି.ଟି.)-କରୋନା ଭାଇରସ୍‌ ବ୍ରେକ୍‌ ପରେ ପ୍ରଥମଥର ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲଙ୍କ ଖେଳ ଦେଖିବାକୁ ମିଳିବ। ସମ୍ମାନଜନକ ବିଡବ୍ଲ୍ୟୁଏଫ୍‌ ଓ୍ବାଲ୍ଡ ଟୁର ଫାଇନାଲ୍ସ ସମେତ ବ୍ୟାଙ୍କକ୍‌ରେ ଖେଳାଯିବାକୁଥିବା ୩ଟିି ଟୁର୍ନାମେଣ୍ଟରେ ସେମାନେ ଅଂଶଗ୍ରହଣ କରିବେ। ଅଲିମ୍ପିକ ଯୋଗ୍ୟତାକୁ ନଜରରେ ରଖି ବ୍ୟାଡମିଣ୍ଟନ ଆସୋସିଏଶନ ଅପ୍‌ ଇଣ୍ଡିଆ (ବାଇ) ଜାନୁୟାରୀରେ ହେବାକୁଥିବା ଏହି ୩ଟି ଟୁର୍ନାମେଣ୍ଟ ଲାଗି ୮ଜଣିଆ ଶକ୍ତିଶାଳୀ ଦଳ ଘୋଷଣା କରିଛି। ଟିମ୍‌ରେ ସିନ୍ଧୁ, ସାଇନାଙ୍କ ବ୍ୟତୀତ ବି. ସାଇ ପ୍ରଣୀଥ, କିଡାମ୍ବି ଶ୍ରୀକାନ୍ତ, ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ, ଚିରାଗ ଶେଟ୍ଟି, ଅଶ୍ୱିନ ପୋନାପ୍ପା ଏବଂ ଏନ୍‌ ସିକ୍କି ରେଡ୍ଡୀ। ଜାନୁୟାରୀ ୧୨ରୁ ୧୭ ପର୍ଯ୍ୟନ୍ତ ହେବାକୁଥିବା ୟୋନେକ୍ସ ଥାଇଲାଣ୍ଡ ଓପନ୍‌ରେ ସେମାନେ ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ଏହାପରେ ଟୟୋଟା ଥାଇଲାଣ୍ଡ ଓପନ୍‌ (ଜାନୁୟାରୀ ୧୯ରୁ ୨୪) ଏବଂ ଜାନୁୟାରୀ ୨୭ରୁ ୩୧ ସମ୍ମାନଜନକ ଏଚ୍‌ଏସ୍‌ବିସି ବିଡ୍ବଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସ ଅନୁଷ୍ଠିତ ହେବ। ମାର୍ଚ୍ଚରେ କରୋନା ଭାଇରସ ଦେଖାଦେବାପରଠାରୁ ସମଗ୍ର ବିଶ୍ୱରେ କେତେକ କ୍ରୀଡ଼ା ଇଭେଣ୍ଟକୁ ବାତିଲ ଅବା ସ୍ଥଗିତ ରଖିବାକୁ ପଡ଼ିଥିଲା। ଶ୍ରୀକାନ୍ତଙ୍କୁ ଛାଡ଼ିଦେଲେ କୌଣସି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଭାରତର ଟପ୍‌ ଖେଳାଳିମାନେ ପ୍ରଥମଥର ଭାଗନେବାକୁ ଯାଉଛନ୍ତି। ପୂର୍ବତନ ବିଶ୍ୱର ନମ୍ବର ଓ୍ବାନ ଖେଳାଳି ଶ୍ରୀକାନ୍ତ ଅକ୍ଟୋବରରେ ଡେନ୍‌ମାର୍କ ଓପନ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?