Posted inଖେଳ

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ ରବାଡା, ନର୍ଟଜେ

ଜୋହାନ୍ସବର୍ଗ,୭।୧୨: ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ଘରୋଇ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ୨୧ ଜଣିଆ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା। ଦଳରେ ସ୍ଥାନ ପାଇଛନ୍ତି ଦୁଇ ଘାତକ ପେସର କାଗିସୋ ରବାଡା ଓ ଅନରିଚ ନର୍ଟଜେ। ଗତ ନେଦରଲାଣ୍ଡ୍ସ ବିପକ୍ଷ ଦିନିକିଆ ସିରିଜରେ ଏହି ଦୁଇ ବୋଲରଙ୍କୁ ବିଶ୍ରାମ ଦିଆଯାଇଥିଲା। ନୂଆ ମୁହଁ ଭାବେ ଦ୍ରୁତ ବୋଲର ସିସାନ୍ଦା ମାଗାଲା ଓ ଉଇକେଟ କିପର ବ୍ୟାଟର ରିଆନ ରିକ୍‌ଲେଟନ ଦଳରେ ସ୍ଥାନ ପାଇଛନ୍ତି। ୨୦୧୯ରେ ଶେଷଥର ପାଇଁ ଟେଷ୍ଟ ଖେଳିଥିବା ଦ୍ରୁତ ବୋଲର ଡୁଆନ ଓଲିଭର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଡିନ୍‌ ଏଲଗାର ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ନେବେ।

କୋଭିଡ୍‌-୧୯ ନୂଆ ଭାରିଆଣ୍ଟ ଚିହ୍ନଟ ହେବାରୁ ପ୍ରଥମ ଟେଷ୍ଟକୁ ଗୋଟିଏ ସପ୍ତାହ ଘୁଞ୍ଚାଇ ଦିଆଯାଇଛି ଓ ଏହା ବକ୍ସିଂ ଡେ ଅର୍ଥାତ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବ। କୋଭିଡ୍‌ର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହି ସିରିଜ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ କ୍ରିକେଟ ସାଉଥ ଆଫ୍ରିକା (ସିଏସ୍‌ଏ) ମିଳିତ ଭାବେ କାର୍ଯ୍ୟ କରି ସିରିଜକୁ ଆଗକୁ ବଢାଇବାକୁ ନିଷ୍ପତ୍ତି ନେଇଥିଲେ। ଏ

ଏହି ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ। ତେଣୁ ଏହି ଚାମ୍ପିୟନଶିପ୍‌ରେ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ତା’ର ପ୍ରଥମ ସିରିଜ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ପ୍ରଥମ ଟେଷ୍ଟ ସେଞ୍ଚୁରିୟନରେ ଖେଳାଯିବ। ସେହିପରି ଜାନୁୟାରୀ ୩ରେ ଜୋହାନ୍ସବର୍ଗରେ ଦ୍ୱିତୀୟ ଓ ୧୧ ତାରିଖରେ କେପ୍‌ ଟାଉନ୍‌ରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଏହାପରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ମୂଳ କାର୍ଯ୍ୟସୂଚୀର ଅଂଶବିଶେଷ ଥିବା ୪ଟି ଟି୨୦ ପରେ ଆୟୋଜନ ହେବ ବୋଲି କୁହାଯାଇଛି। ପୁନଃନିର୍ଦ୍ଧାରିତ ଏହି ସିରିଜର କାର୍ଯ୍ୟସୂଚୀ ସୋମବାର ଘୋଷଣା କରାଯିବ।

ଦକ୍ଷିଣ ଆଫ୍ରିକା ଦଳ: ଡିନ୍‌ ଏଲଗାର (ଅଧିନାୟକ), ଟେମ୍ବା ବଭୁମା (ଉପ-ଅଧିନାୟକ), କ୍ୱିଣ୍ଟନ ଡିକକ୍‌ (ଉଇକେଟକିପର), କାଗିସୋ ରାବାଡା, ସାରେଲ ଏରଓ୍ବି, ବେଉରାନ ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ, କେଶବ ମହାରାଜ, ଲୁନ୍‌ଗି ଏନ୍‌ଗିଡି, ଏଡେନ ମାରାକ୍ରାମ, ଓ୍ବିଆନ ମୁଲ୍ଡର, ଅନରିଚ ନର୍ଟଜେ, କିଗାନ ପିଟରସନ, ରାସି ଭାନ ଡେର ଡୁସେନ, କାଏଲ ଭେରେଇନ୍‌, ମାର୍କୋ ଜାନସେନ, ଗ୍ଲେଣ୍ଟୋନ ଷ୍ଟୁରମ୍ୟାନ, ପ୍ରିନିଲାନ ସୁବ୍ରାୟେନ, ସିସାଣ୍ଡା ମାଗାଲା, ରିଆନ ରିକ୍ଲେଟନ ଓ ଡୁଆନ ଓଲିଭର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ପକ୍ଷରୁ ଟେନିସ ଖେଳିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ, ୨୨।୭: ଏକଦା ସୀମିତ ଓଭର କ୍ରିକେଟ୍‌ରେ ଭାରତୀୟ ଦଳର ଜଣେ ପ୍ରମୁଖ ସଦସ୍ୟ ରହିଥିବା ରବିନ୍‌ ଉଥ୍‌ପ୍ପା ମାର୍ଚ୍ଚ ୨୦୧୬ରେ ଶୀତଲ ଗୌତମଙ୍କୁ ଜୀବନ...

ଭାଇଙ୍କ ଶଟ୍‌ରେ ଏହି କ୍ରିକେଟରଙ୍କ ନାକ ଫାଟିଲା

ଆଡିଲେଡ,୧୮।୧୧: ଅଷ୍ଟ୍ରେଲିଆର ଆଡିଲେଡରେ ଚାଲିଥିବା ମାର୍ଶ ଓ୍ବାନ୍‌ ଡେ କପ୍‌ର ଏକ ମ୍ୟାଚ୍‌ରେ ଏଷ୍ଟନ୍‌ ଏଗର ଗୁରୁତର ଆହତ ହୋଇଛନ୍ତି। ପଶ୍ଚିମ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଥିବା...

ପାଣ୍ଡ୍ୟା ଭାତ୍ରୁଦ୍ୱୟଙ୍କ ପିତାଙ୍କ ଦେହାନ୍ତ

ଭଦୋଦରା,୧୭।୧(ପି.ଟି.): ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା ତାଙ୍କ ପିତାଙ୍କୁ ହରାଇଛନ୍ତି। ୭୧ ବର୍ଷ ବୟସରେ ତାଙ୍କ ପିତା...

ଏଆଇଏଫ୍‌ଏଫ୍‌ ହିରୋ ଏଲିଟ ଲିଗ୍‌: ୧୮ ବର୍ଷରୁ କମ୍‌ ଓଡ଼ିଶା ଏଫ୍‌ସିର ବିଜୟ

ନୂଆଦିଲ୍ଲୀ,୨୧।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମର ୨ ନମ୍ବର ଟ୍ରେନିଂ ପିଚ୍‌ରେ ଖେଳାଯାଇଥିବା ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ହିରୋ ଏଲିଟ୍‌ ଲିଗ୍‌ରେ...

ମୋତେ ଦରକାର ନାହିଁ, ମୋ କୋଚ୍‌ଙ୍କୁ ସମ୍ମାନ ଦିଅ: ଅମିତ୍‌ ପଙ୍ଘାଲ

ନୂଅଦିଲ୍ଲୀ,୨୨।୯(ପି.ଟି.): ମୋତେ କୌଣସି ବ୍ୟକ୍ତିଗତ ସମ୍ମାନ କିମ୍ବା ପୁରସ୍କାର ଦରକାର ନାହିଁ। କିନ୍ତୁ ମୋ କୋଚ୍‌ ଅନିଲ ଧାଙ୍କରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଉ ବୋଲି...

ଆଇପିଏଲ୍‌ରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ, ୩୦।୮: ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳ ସହିତ ଏହାର ଅନନ୍ୟ ରେକର୍ଡ ପାଇଁ ମଧ୍ୟ ପରିଚିତ।...

କୋହଲି, ଧୋନୀଙ୍କ କ୍ଲବରେ ରାଇନା

ମୁମ୍ବାଇ,୨୫।୪ : ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ ସୁରେଶ ରାଇନା ରବିବାର ଆଇପିଏଲରେ ୨୦୦ ଛକା ପୂରଣ କରିଛନ୍ତି। ୭ମ ବ୍ୟାଟ୍ସମ୍ୟାନ ଭାବେ ଏହି...

ସନରାଇଜର୍ସ ଭୁବନେଶ୍ୱରଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ

ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ସନରାଇଜର୍ସ ହାଇଦ୍ରାବାଦ୍‌ ତରଫରୁ ଖେଳିବା ସୁଯୋଗ ଭାରତୀୟ ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କ କ୍ୟାରିୟରର ଟର୍ନିଂ...

Advertisement
Archives

Model This Week