ଜୁଆଆଡ୍ଡାରେ ପୋଲିସ କଲା ଅତର୍କିତ ଚଢ଼ାଉ, ଛତ୍ରଭଙ୍ଗ କଲେ ଜୁଆଡି

ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ନିକଟ ଦୁର୍ଗମ ମୁକୁନ୍ଦପୁର ଜଙ୍ଗଲରେ ଜୁଆଆଡ୍ଡା ଚାଲିଥିବା ଖବର ପାଇ ଶନିବାର ସନ୍ଧ୍ୟାରେ କେ.ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକ, ନୂଆପଡ଼ା ଫାଣ୍ଡି ଅଧିକାରୀ ସୁବାସ ବାୟକଙ୍କ ସମେତ ସତନ୍ତ୍ର ସ୍କ୍ବାର୍ଡ ଅତର୍କିତ ଚଢ଼ାଉ କରିଥିଲେ। ଜୁଆଡ଼ିମାନେ ଛତ୍ରଭଙ୍ଗ ହୋଇ ଘଞ୍ଚ ଜଙ୍ଗଲ ଦେଇ ଫେରାର ହୋଇଯାଇଥିଲେ। ସେହିପରି ଚୌଧୁରୀ ଟିକରପଡ଼ା ଗ୍ରାମ ନିକଟ ବାହୁଦା ନଦୀ ଅପରପାଶର୍‌ବରେ ଥିବା ଶୈବପୀଠ ନିକଟରେ ଚାଲିଥିବା ଜୁଆଆଡ୍ଡା ସମେତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ ପାହାଡ଼ରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ ଚଢାଉ କରିଥିଲେ ମଧ୍ୟ ଜୁଆଡ଼ିିମାନେ ବିଭିନ୍ନ ରାସ୍ତାରେ ନିୟୋଜିତ ଖବରୀ ମାନଙ୍କଠାରୁ ଚଢାଉ ପୂର୍ବରୁ ଫୋନକଲ୍‌ ପାଇ ଚମ୍ପଟ ମାରିଥିବା ଜଣାପଡ଼ିଛି। କିଛି ନିର୍ଦ୍ଦିଷ୍ଟ ପେଶାଦାର ଅପରାଧୀ ରାଜନୈତିକ ଛତ୍ରଛାୟାରେ କିଛିଦିନ ହେଲା ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ରୀତିମତ ଜୁଆଆଡ୍ଡା ଚଳାଇଛନ୍ତି।

ଗୁପ୍ତ ସୂଚନା ପ୍ରକାରେ ପୋଲିସ ତତ୍କାଳ ଚଢାଉ କରିଥିଲେ ମଧ୍ୟ ସଫଳତା ପାଇନାହିଁ। ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା ସମେତ ବ୍ରହ୍ମପୁର, ଚିକିଟି,ପାତ୍ରପୁର,ଆସିକା,ସୋରଡ଼ା,ଭଞ୍ଜନଗର, ଛତ୍ରପୁର ପ୍ରଭୃତି ଅଞ୍ଚଳରୁ ଜୁଆଡିିମାନେ ଏହିସବୁ ଜୁଆଆଡ୍ଡାକୁ ଆସୁଥିବା ପୋଲିସକୁ ସୂଚନା ମିଳିଛି। ଏଥିପ୍ରତି ତିକ୍ଷ୍ଣ ନଜର ରଖାଯାଇଥିବା କେ.ନୂଆଗାଁ ଆଇଆଇସି କହିଛନ୍ତି। ନିୟମିତ ବ୍ୟବଧାନରେ ରୀତିମତ ଚଢାଉ କରାଯାଇ ଜୁଆ ଆଡ୍ଡା ଚଳାଇବାକୁ ଦିଆଯିବନାହିଁ ବୋଲି ସେ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ମହିଳା ଓ ଶିଶୁ ସୁରକ୍ଷା, ଆୟୋଗ ଅଧ୍ୟକ୍ଷା: ଅଙ୍ଗନବାଡ଼ି କେନ୍ଦ୍ର ଓ ଆବାସିକ ବିଦ୍ୟାଳୟରେ ସୁବିଧା ସୁଯୋଗ ଯାଞ୍ଚ

ମୋହନା, ୬।୧୧ (ମନ୍ମଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ପରେ ଗଜପତି ଜିଲ୍ଲା ମୋହନା ବ୍ଲକରେ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ତତ୍ପର ହୋଇଛି।…

ହାତୀ-ମଣିଷ ସଂଘର୍ଷ ରୋକିବାକୁ ଗଜସାଥୀଙ୍କୁ ତାଲିମ୍‌: ୧୯ ମାସରେ ୨୭୫ ମଣିଷ ଓ ୧୩୧ ହାତୀଙ୍କ ମୃତ୍ୟୁ

ଭଞ୍ଜନଗର, ୬।୧୧ (ବାବୁଲା ପ୍ରଧାନ): ହାତୀ-ମଣିଷ ସଂଘର୍ଷ ହ୍ରାସ କରିବା ସହ ଉଭୟଙ୍କ ଧନଜୀବନ ସୁରକ୍ଷା ଉଦ୍ଦେଶ୍ୟରେ ଟାଟା ପାୱାର, ଘୁମୁସର ଉତ୍ତର ବନଖଣ୍ଡ ଏବଂ ସ୍ୱେଚ୍ଛାସେବୀ…

ବନ୍ୟାଞ୍ଚଳ ପରିଦର୍ଶନ କରିବେ ନବୀନ: ବିଜେଡି ଶିବିରରେ ଉତ୍ସାହ

ହିଞ୍ଜିଳିକାଟୁ/ଶେରଗଡ଼୬।୧୧(ଦ୍ବିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟ ନାରାୟଣ ଦାଶ): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶନିବାର ଗଞ୍ଜାମ ଗସ୍ତରେ ଆସିବେ। ବାତ୍ୟା ଅର୍ଣ୍ଣବ ପ୍ରଭାବିତ ବନ୍ୟାଞ୍ଚଳ…

ବଣ୍ଡାଘାଟିରେ ଧସିଲା ମାଟି ଅତଡ଼ା: ୭ ଗାଁ ବିଚ୍ଛିନ୍ନ

ମାଲକାନଗିରି,୬।୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ବଣ୍ଡାଘାଟିରେ ରାସ୍ତା ଧସିବା ଯୋଗୁ ୭ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତର ବନ୍ଧଗୁଡ଼ା ନିକଟରେ ମାଟି…

ବାରାହା ଦାଉରୁ ଫସଲ ରକ୍ଷା ପାଇଁ ସୋଲାର ବିଦ୍ୟୁତ୍‌ ତାରବାଡ଼: ସାମୁଦ୍ରିକ ଥାନା ମୁଖ୍ୟ ରାସ୍ତା ପାର୍ଶ୍ୱରେ ତାରବାଡ଼କୁ ନେଇ ଚିନ୍ତା, ହଟାଇବାକୁ ବନ ବିଭାଗର…

ମହାକାଳପଡ଼ା, ୬।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚାଷ ଜମିରେ ବାରାହା ପଲଙ୍କ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ବାରାହା…

ସୋଲାର ପ୍ୟାନେଲ୍‌ ଲଗାଇବା ବାହାନାରେ ଘରେ ପଶି ଲୁଟ୍‌, ୪ ଅଭିଯୁକ୍ତ ଗିରଫ

ବଲାଙ୍ଗୀର, ୬।୧୧ (ସୁନିଲ କୁମାର ମହାନ୍ତି): ସୋଲାର ପ୍ୟାନେଲ୍‌ ଲଗାଇବା ବାହାନାରେ ଘରେ ପଶି ଦୁଇ ମହିଳାଙ୍କୁ ଲାଟ୍ରିନ୍‌ ଓ ବାଥରୁମ୍‌ରେ ବନ୍ଦ କରି ଲୁଟ୍‌ କରିଥିବା…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ

ବଡ଼ଗାଁ,୬ା୧୧(ଅଶୋକ ଷଡ଼ଙ୍ଗୀ): ବିଦ୍ୟାଳୟ ନିମନ୍ତେ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଭିସି ମାଧ୍ୟମରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମର ଶୁଭାରମ୍ଭ…

ଜେଲ୍‌ରେ ଜୀବନ ହାରିଲେ କଏଦୀ

ରଗଡ଼ି,୬।୧୧: ଯାଜପୁର ଜିଲା ରଗଡ଼ି ଉପକାରାଗାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଜେଲ୍‌ ପରିସର ମେଡିକାଲ ଗ୍ରିଲ୍‌ରେ ପ୍ୟାଣ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?