Posted inଜାତୀୟ

ଜ୍ୟୋତିଙ୍କୁ ନେଇ ମୁହଁ ଖୋଲିଲେ ବାପା: କହିଦେଲେ ବଡ଼ କଥା, ମୋ ଝିଅର…

ନୂଆଦିଲ୍ଲୀ,୨୨।୫: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଚାରି ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି। ଗୁରୁବାର ଜ୍ୟୋତିଙ୍କୁ ହିସାର ଜିଲା କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ, ଜ୍ୟୋତିଙ୍କ ବାପା ହରିଶ ମାଲହୋତ୍ରାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ପୂର୍ବରୁ ରିମାଣ୍ଡ ପାଞ୍ଚ ଦିନ ପାଇଁ ଥିଲା। ଏବେ ଚାରି ଦିନ ହେଲା। ପୂର୍ବରୁ କିଛି ମିଳି ନ ଥିଲା, ଆଗକୁ ବି କିଛି ମିଳିବ ନାହିଁ।

ଜ୍ୟୋତିଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ତାଙ୍କ ବାପା କହିଛନ୍ତି, ମୋ ଝିଅ ସମ୍ପୂର୍ଣ୍ଣ ଠିକ୍‌ କହୁଛି। ମୁଁ ସରକାରଙ୍କ ନିକଟରେ ଦାବି କରୁଛି ଯେ ମୋତେ ଜଣେ ଓକିଲ ଦିଅ। ମୋ ଝିଅକୁ ମୁକ୍ତ କର।

ପୋଲିସ ରିମାଣ୍ଡ ଉପରେ ସେ କହିଛନ୍ତି, ଝିଅକୁ ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନିଆଯାଇଥିଲା,କିଛି ମିଳିଲାନି। ଏବେ ପୁଣି ଚାରି ଦିନ ପାଇଁ ରିମାଣ୍ଡରେ ନେବାର କଣ ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପୋଲିସ ଡାଏରୀଟି ଛଡ଼ାଇ ନେଇଛି। ସେମାନେ ମୋ ଭାଇର ପ୍ରେସକ୍ରିପସନ ଥିବା ଡାଏରୀଟି ମଧ୍ୟ ଛଡ଼ାଇ ନେଇଛନ୍ତି। ଏବେ ଭାଇ ଔଷଧ କେଉଁଠାରୁ ଆଣିବେ।

ଜ୍ୟୋତି କେତେ ଦିନ ଧରି ଭିଡିଓ ତିଆରି କରୁଥିଲେ ବୋଲି ପ୍ରଶ୍ନରେ ସେ କହିଥିଲେ, ସେ ଦେଢ଼ରୁ ଦୁଇ ବର୍ଷ ଧରି ଭିଡିଓ ତିଆରି କରୁଛନ୍ତି। ମୋ ଝିଅର କାହା ସହିତ କୌଣସି ସମ୍ପର୍କ ନାହିଁ।

ସୂଚନାଯୋଗ୍ୟ, ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କୁ ତାଙ୍କର ୫ ଦିନିଆ ରିମାଣ୍ଡ ଶେଷ ହେବା ପରେ ଗୁରୁବାର ହରିୟାଣାର ହିସାର ପୋଲିସ କୋର୍ଟରେ ହାଜର କରିଥିଲା। ଶୁଣାଣି ସମୟରେ, କୋର୍ଟ ପୋଲିସକୁ ଜ୍ୟୋତିଙ୍କ ଡାକ୍ତରୀ ରିପୋର୍ଟ ବିଷୟରେ ପଚାରିଥିଲେ ଏବଂ କାଗଜପତ୍ର ଦେଖିଥିଲେ। ହିସାର ପୋଲିସ କୋର୍ଟରୁ ପୁଣି ୪ ଦିନିଆ ରିମାଣ୍ଡ ଆବେଦନ କରିଥିବାର ଜଣାପଡିଛି।

କୋର୍ଟରେ ପୋଲିସ କହିଛି, ଜ୍ୟୋତିଙ୍କ ଫୋନ ଏବଂ ଲାପଟପ ସହିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ଫରେନ୍ସିକ ବିବରଣୀ ଦୁଇ ଦିନ ମଧ୍ୟରେ ଉପଲବ୍ଧ ହେବ ଏବଂ ଏ ସମ୍ପର୍କରେ ତାଙ୍କୁ ପଚରାଉଚରା କରିବା ଆବଶ୍ୟକ। ଜ୍ୟୋତି ଦେଶର ଅନେକ ରାଜ୍ୟକୁ ଯାଇ ତାଙ୍କର ଭିଡିଓ କରିଥିଲେ, ସେଠାକାର ପୋଲିସ ସହିତ ଯୋଗାଯୋଗ କରାଯାଇଛି, ଆବଶ୍ୟକ ହେଲେ ତାଙ୍କୁ ସେଠାକୁ ନେଇ ପଚରାଉଚରା କରିବାକୁ ପଡ଼ିପାରେ।

ହିସାର ପୋଲିସ କହିଛି ଯେ, ପଚରାଉଚରା ସମୟରେ ଜ୍ୟୋତି ଅନେକ ପ୍ରଶ୍ନର ଉତ୍ତର ଦେବାକୁ ଏଡ଼ାଇ ଯାଉଥିଲେ। ପୋଲିସ କହିଛି ଯେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଥିଲା, ଜ୍ୟୋତି ଜଣେ ପାକିସ୍ତାନ ଗୁପ୍ତଚର ଅଧିକାରୀ (ପିଆଇଓ)ଙ୍କ ସହ ଯୋଗାଯୋଗରେ ଥିଲେ।

ଜ୍ୟୋତିଙ୍କ ୩ଟି ମୋବାଇଲ ଫୋନ ଏବଂ ଲାପଟପ୍‌ ଫରେନସିକ ରିପୋର୍ଟ ଦୁଇ ଦିନ ମଧ୍ୟରେ ଆସିବ। ପରବର୍ତ୍ତୀ ଚାରି ଦିନର ରିମାଣ୍ଡ ମଧ୍ୟରେ, ପୋଲିସ ତାଙ୍କୁ ଫୋରେନସିକ ରିପୋର୍ଟ ସହିତ ସାମ୍ନା କରିବ। ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ନିଆଯାଇଛି। ପୋଲିସର କହିବା ଅନୁଯାୟୀ, ଜ୍ୟୋତି ସବୁକିଛି ଜାଣିଥିଲେ ମଧ୍ୟ ସେ ପାକିସ୍ତାନୀ ଗୋଇନ୍ଦା ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ।

ହରିୟାଣାର ହିସାରର ୩୩ ବର୍ଷୀୟ ୟୁଟ୍ୟୁବର ଏବଂ ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା (ISI) ପାଇଁ ଗୁପ୍ତଚର ଏବଂ ସମ୍ବେଦନଶୀଳ ସୂଚନା ଶେୟାର କରିବା ଅଭିଯୋଗରେ ମେ୧୭ରେ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା ସୃଷ୍ଟି କରୁଛି ୧୯୭୧ ମସିହା ବିଦ୍ୟୁତ୍‌ ଖୁଣ୍ଟ, ତାର, ଶଙ୍ଖ

ମହାକାଳପଡ଼ା, ୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ଅବିଭକ୍ତ କଟକ ଜିଲାର ମହାକାଳପଡ଼ା ଅଞ୍ଚଳରେ ୧୯୭୧ରେ ପ୍ରଥମ ଥର ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ପକ୍ଷରୁ ଯୋଗାଣ ବ୍ୟବସ୍ଥା...

ମୁନୀରଙ୍କ ସହ ଲଞ୍ଚ୍‌ କରିଥାନ୍ତେ ଟ୍ରମ୍ପ: ଏହା ପୂର୍ବରୁ ମୁହେଁ ମୁହେଁ ଏମିତି କଥା ଶୁଣାଇଦେଲେ ମୋଦି

ନୂଆଦିଲ୍ଲୀ,ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନରେ ଆଲୋଚନା ହୋଇଛି। ଟ୍ରମ୍ପଙ୍କ ଅନୁରୋଧରେ, ଉଭୟ ନେତା ଫୋନରେ କଥା ହୋଇଥିଲେ। ଏହି ଆଲୋଚନା...

ସିମନବାଡ଼ି-ରାଇକିଆ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ, ଲୋକେ ହଟହଟା

ଦାରିଙ୍ଗବାଡ଼ି,୧୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ନିର୍ମାଣାଧୀନ ପୋଲ ନିକଟ ଡାଇଭର୍ସନ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଗୋଟିଏ...

ହଠାତ୍‌ ଟ୍ରମ୍ପଙ୍କୁ ଫୋନ୍‌ କଲେ ମୋଦି: ଏମିତି କ’ଣ ହେଲା ଆମେରିକା ଯିବାକୁ ମନା କରିଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍‌ରେ ଅପରେଶନ ସିନ୍ଦୂର ବିଷୟରେ କଥା ହୋଇଛନ୍ତି। ଦୁଇ ନେତା ପ୍ରାୟ ୩୫...

ଟ୍ରମ୍ପଙ୍କ ପାକିସ୍ତାନୀ ପ୍ରେମ: ଭାରତର ବଡ଼ ଶତ୍ରୁଙ୍କ ସହ କରିବେ ଲଞ୍ଚ୍‌

ୱାଶିଂଟନ,୧୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଲଞ୍ଚରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଭେଟିବେ। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି...

ସ୍ବାମୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ, ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ ବେଳେ…

ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗାଁରୁ ଆସିଛି ପୁଣି ପାରିବାରିକ କଳହର କରୁଣ ପରିଣତି। ସ୍ବାମୀଙ୍କୁ ହତ୍ୟା କରି...

ମୋଦିଙ୍କ ସହ ଫଟୋ ଶେୟାର କରି ହୃଦୟର କଥା କହିଦେଲେ ମେଲୋନି: ପ୍ରଧାନମନ୍ତ୍ରୀ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାନାଡାର କାନାନାସ୍କିସ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ...

କଳିଙ୍ଗା ଘାଟିରେ ଧସିଲା ମାଟି ଅତଡ଼ା, ପାହାଡ଼ ତଳକୁ ଖସିଲା ୨ ଜେସିବି

ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଳିଙ୍ଗା ଘାଟିରେ ମାଡ଼ି ଅତଡ଼ା ଧସିଛି। ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଧସି ପଡ଼ିଥିବା ଜଣାପଡ଼ିଛି। ତେବେ ଘାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri