Posted inଜାତୀୟ

ଜ୍ୟୋତିଙ୍କୁ ନେଇ ମୁହଁ ଖୋଲିଲେ ବାପା: କହିଦେଲେ ବଡ଼ କଥା, ମୋ ଝିଅର…

ନୂଆଦିଲ୍ଲୀ,୨୨।୫: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଚାରି ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି। ଗୁରୁବାର ଜ୍ୟୋତିଙ୍କୁ ହିସାର ଜିଲା କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ, ଜ୍ୟୋତିଙ୍କ ବାପା ହରିଶ ମାଲହୋତ୍ରାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ପୂର୍ବରୁ ରିମାଣ୍ଡ ପାଞ୍ଚ ଦିନ ପାଇଁ ଥିଲା। ଏବେ ଚାରି ଦିନ ହେଲା। ପୂର୍ବରୁ କିଛି ମିଳି ନ ଥିଲା, ଆଗକୁ ବି କିଛି ମିଳିବ ନାହିଁ।

ଜ୍ୟୋତିଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ତାଙ୍କ ବାପା କହିଛନ୍ତି, ମୋ ଝିଅ ସମ୍ପୂର୍ଣ୍ଣ ଠିକ୍‌ କହୁଛି। ମୁଁ ସରକାରଙ୍କ ନିକଟରେ ଦାବି କରୁଛି ଯେ ମୋତେ ଜଣେ ଓକିଲ ଦିଅ। ମୋ ଝିଅକୁ ମୁକ୍ତ କର।

ପୋଲିସ ରିମାଣ୍ଡ ଉପରେ ସେ କହିଛନ୍ତି, ଝିଅକୁ ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନିଆଯାଇଥିଲା,କିଛି ମିଳିଲାନି। ଏବେ ପୁଣି ଚାରି ଦିନ ପାଇଁ ରିମାଣ୍ଡରେ ନେବାର କଣ ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପୋଲିସ ଡାଏରୀଟି ଛଡ଼ାଇ ନେଇଛି। ସେମାନେ ମୋ ଭାଇର ପ୍ରେସକ୍ରିପସନ ଥିବା ଡାଏରୀଟି ମଧ୍ୟ ଛଡ଼ାଇ ନେଇଛନ୍ତି। ଏବେ ଭାଇ ଔଷଧ କେଉଁଠାରୁ ଆଣିବେ।

ଜ୍ୟୋତି କେତେ ଦିନ ଧରି ଭିଡିଓ ତିଆରି କରୁଥିଲେ ବୋଲି ପ୍ରଶ୍ନରେ ସେ କହିଥିଲେ, ସେ ଦେଢ଼ରୁ ଦୁଇ ବର୍ଷ ଧରି ଭିଡିଓ ତିଆରି କରୁଛନ୍ତି। ମୋ ଝିଅର କାହା ସହିତ କୌଣସି ସମ୍ପର୍କ ନାହିଁ।

ସୂଚନାଯୋଗ୍ୟ, ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କୁ ତାଙ୍କର ୫ ଦିନିଆ ରିମାଣ୍ଡ ଶେଷ ହେବା ପରେ ଗୁରୁବାର ହରିୟାଣାର ହିସାର ପୋଲିସ କୋର୍ଟରେ ହାଜର କରିଥିଲା। ଶୁଣାଣି ସମୟରେ, କୋର୍ଟ ପୋଲିସକୁ ଜ୍ୟୋତିଙ୍କ ଡାକ୍ତରୀ ରିପୋର୍ଟ ବିଷୟରେ ପଚାରିଥିଲେ ଏବଂ କାଗଜପତ୍ର ଦେଖିଥିଲେ। ହିସାର ପୋଲିସ କୋର୍ଟରୁ ପୁଣି ୪ ଦିନିଆ ରିମାଣ୍ଡ ଆବେଦନ କରିଥିବାର ଜଣାପଡିଛି।

କୋର୍ଟରେ ପୋଲିସ କହିଛି, ଜ୍ୟୋତିଙ୍କ ଫୋନ ଏବଂ ଲାପଟପ ସହିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ଫରେନ୍ସିକ ବିବରଣୀ ଦୁଇ ଦିନ ମଧ୍ୟରେ ଉପଲବ୍ଧ ହେବ ଏବଂ ଏ ସମ୍ପର୍କରେ ତାଙ୍କୁ ପଚରାଉଚରା କରିବା ଆବଶ୍ୟକ। ଜ୍ୟୋତି ଦେଶର ଅନେକ ରାଜ୍ୟକୁ ଯାଇ ତାଙ୍କର ଭିଡିଓ କରିଥିଲେ, ସେଠାକାର ପୋଲିସ ସହିତ ଯୋଗାଯୋଗ କରାଯାଇଛି, ଆବଶ୍ୟକ ହେଲେ ତାଙ୍କୁ ସେଠାକୁ ନେଇ ପଚରାଉଚରା କରିବାକୁ ପଡ଼ିପାରେ।

ହିସାର ପୋଲିସ କହିଛି ଯେ, ପଚରାଉଚରା ସମୟରେ ଜ୍ୟୋତି ଅନେକ ପ୍ରଶ୍ନର ଉତ୍ତର ଦେବାକୁ ଏଡ଼ାଇ ଯାଉଥିଲେ। ପୋଲିସ କହିଛି ଯେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଥିଲା, ଜ୍ୟୋତି ଜଣେ ପାକିସ୍ତାନ ଗୁପ୍ତଚର ଅଧିକାରୀ (ପିଆଇଓ)ଙ୍କ ସହ ଯୋଗାଯୋଗରେ ଥିଲେ।

ଜ୍ୟୋତିଙ୍କ ୩ଟି ମୋବାଇଲ ଫୋନ ଏବଂ ଲାପଟପ୍‌ ଫରେନସିକ ରିପୋର୍ଟ ଦୁଇ ଦିନ ମଧ୍ୟରେ ଆସିବ। ପରବର୍ତ୍ତୀ ଚାରି ଦିନର ରିମାଣ୍ଡ ମଧ୍ୟରେ, ପୋଲିସ ତାଙ୍କୁ ଫୋରେନସିକ ରିପୋର୍ଟ ସହିତ ସାମ୍ନା କରିବ। ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ନିଆଯାଇଛି। ପୋଲିସର କହିବା ଅନୁଯାୟୀ, ଜ୍ୟୋତି ସବୁକିଛି ଜାଣିଥିଲେ ମଧ୍ୟ ସେ ପାକିସ୍ତାନୀ ଗୋଇନ୍ଦା ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ।

ହରିୟାଣାର ହିସାରର ୩୩ ବର୍ଷୀୟ ୟୁଟ୍ୟୁବର ଏବଂ ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା (ISI) ପାଇଁ ଗୁପ୍ତଚର ଏବଂ ସମ୍ବେଦନଶୀଳ ସୂଚନା ଶେୟାର କରିବା ଅଭିଯୋଗରେ ମେ୧୭ରେ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?