ଶହ ଶହ ବର୍ଷ ପରେ ଜୁଲାଇ ସବୁଠାରୁ ଉତ୍ତପ୍ତ ମାସ, ୨୦୨୪ରେ ବିଗିଡିବ ପରିସ୍ଥିତି, ଚେତାବନୀ ଦେଲେ ନାସା ବୈଜ୍ଞାନିକ

ଓ୍ବାଶିଂଟନ,୨୧।୭: ବିଶ୍ୱରେ ବଢି ଚାଲିଥିବା ତାପମାତ୍ରାକୁ ନେଇ ସମସ୍ତେ ଅସ୍ତବ୍ୟସ୍ତ ହୋଇପଡିଲେଣି। ଏବେ ନାସାର ଜଣେ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି କି ଆଗକୁ ଏହି ସମସ୍ୟା ଆହୁରି ଅଧିକ ହେବ। ନାସାର ଜଳବାୟୁ ବିଶେଷଜ୍ଞ ଗାଭିନ ଶିମିଟ ଦାବି କରିଛନ୍ତି ଯେ ଗତ ଶହେ ବର୍ଷ ମଧ୍ୟରେ ଜୁଲାଇ ମାସ ସବୁଠାରୁ ଉତ୍ତପ୍ତ ଥିଲା। ୟୁରୋପୀୟ ୟୁନିଅନ ଏବଂ ମେନ ୟୁନିଭରସିଟିର ଗ୍ରାଉଣ୍ଡ ଏବଂ ସାଟେଲାଇଟ ତଥ୍ୟ ବିଶ୍ଳେଷଣ କରି ପ୍ରାପ୍ତ ତଥ୍ୟକୁ ଆଧାର କରି ନାସା ବିଶେଷଜ୍ଞମାନେ ଏହି ଦାବି କରିଛନ୍ତି।
ନାସାର ବିଶେଷଜ୍ଞ ଶିମିଟ କହିଛନ୍ତି ଯେ ଆମେ ସାରା ବିଶ୍ୱରେ ଅଦୃଶ୍ୟ ପରିବର୍ତ୍ତନ ଦେଖୁଛୁ। ଆମେରିକା, ୟୁରୋପ ଏବଂ ଚାଇନାରେ ପ୍ରବଳ ଗରମ ପବନ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶିମିଟ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇଁ ଏଲ ନିନୋ ପ୍ରଭାବ ଏକମାତ୍ର କାରଣ ନୁହେଁ, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ପରିବେଶରେ ଗ୍ରୀନ ହାଉସ ଗ୍ୟାସ ନିର୍ଗତ ହେବା ଏବଂ ସେମାନଙ୍କର ହ୍ରାସର ଅଭାବ।
ଯଦିଓ ଶିମିଟ ଏହା ମଧ୍ୟ କହିଛନ୍ତି ଯେ ଏଲ ନିନୋ ପ୍ରଭାବ ମଧ୍ୟ ଏକ କାରଣ, ଯାହା ପାଇଁ ତାପମାତ୍ରା ବଢୁଛି। ୨୦୨୩ ସାମ୍ପ୍ରତିକ ବର୍ଷଗୁଡିକର ସବୁଠାରୁ ଉତ୍ତପ୍ତ ବର୍ଷ ହୋଇପାରେ। ଯଦିଓ ତଥ୍ୟ ବିଶ୍ଳେଷଣ କରିବା ପରେ ଏହା ନିଶ୍ଚିତ ହେବ, କିନ୍ତୁ ଅନେକ ବୈଜ୍ଞାନିକ ଦାବି କରୁଛନ୍ତି ଯେ ଏହାର ୮୦ପ୍ରତିଶତ ସମ୍ଭାବନା ଅଛ। ୨୦୨୪ରେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଗାଭିନ ଶିମିଟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଏଲ ନିନୋ ପ୍ରଭାବ ବର୍ତ୍ତମାନ ଉଭା ହୋଇଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଶିଖର ଛୁଇଁବ। ଏଲ ନିନୋର ପ୍ରଭାବ ହେତୁ ୨୦୨୪ରେ ଗରମ ଅଧିକ ହେବାର ସମ୍ଭାବନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri