Posted inଫୁରସତ

କୁମ୍ଭୀରକୁ ଏମିତି ଶିକାର କଲେ ସିଂହପଲ, ଭିଡିଓ ଦେଖିଲେ…

କଥାରେ ଅଛି, କୁମ୍ଭୀର ଯଦି ପାଣିରେ ଥାଏ, ତେବେ ସିଂହ ବି ପାଣିକୁ ଓହ୍ଲାଇବା ବିପଜ୍ଜନକ ହୋଇଥାଏ। ଏହା ପୂର୍ବରୁ ଶହେ ଥର ଭାବିବାକୁ ପଡ଼େ। କିନ୍ତୁ ଦକ୍ଷିଣ ଆଫ୍ରିକାରୁ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିଲେ ଭୟରେ ଦେହ ଥରି ଉଠିବ।

ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏକ ଭିଡିଓରେ ଆପଣ ଏହା ଦେଖିପାରିବେ କୁମ୍ଭୀରଟି ନଦୀ ଭିତରେ ଶୋଇଛି। ଏହି ସମୟରେ ଏକ ଭୋକିଲା ସିଂହର ଆଖି ତା’ ଉପରେ ପଡ଼େ। ସେ ଶିକାର କରିବାକୁ ଧାଇଁଯାଏ। କିନ୍ତୁ କୁମ୍ଭୀରଟି ମଧ୍ୟ କମ୍‌ ନୁହେଁ। ସେ ସିଂହକୁ ସୁଯୋଗ ଦେଉନାହିଁ। ଏହା ଦେଖି ଏକ ସିଂହପଲ ଝପଟି ଆସି ସମସ୍ତେ ତାଙ୍କୁ ଆକ୍ରମଣ କଲେ। କୁମ୍ଭୀର ଆଉ ସିଂହପଲଙ୍କ ମଧ୍ୟରେ କିଛି ସମୟ ଜୋରଦାର ସଂଘର୍ଷ ଚାଲୁଥିବାର ଦେଖିବେ।

ଏହି ଭିଡିଓ କିଛି ଦିନ ପୂର୍ବରୁ @ theanimal.empire ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଶେୟାର କରାଯାଇଥିଲା। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୬ ହଜାର ଲାଇକ୍‌ କରିଛନ୍ତି। ଅଧିକାଂଶ ଲୋକ କୁମ୍ଭୀରର ସାହସକୁ ପ୍ରଶଂସା କରୁଛନ୍ତି ଯେ, ଏତେ ସଂଖ୍ୟକ ସିଂହ ମଧ୍ୟରେ ମଧ୍ୟ ସେ କିପରି ଲଢୁଛି। ଜଣେ ୟୁଜର ଲେଖିଛନ୍ତି, ସିଂହମାନେ ନିଶ୍ଚିତ ଭାବରେ ନିରାଶ ହେବେ। କାରଣ ସେମାନେ କୁମ୍ଭୀରକୁ ଶିକାର କରିବାରେ ସକ୍ଷମ ନୁହନ୍ତି। ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, ଜାଗୁଆର ହେଉଛି ଏକମାତ୍ର ବଡ଼ ବିଲେଇ ଯିଏ କୁମ୍ଭୀର ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ଏକ ଜାଗୁଆର ଏକ କୁମ୍ଭୀରକୁ ମାରିପାରିବ। ଅନ୍ୟ ଜଣେ କହିଛନ୍ତି, କୁମ୍ଭୀର କମ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

କପିଳଧାର ଜଳପ୍ରପାତ ନିକଟରୁ ମହିଳାଙ୍କ ମୃତଦେହ ଜବତ

ପାଇକମାଳ,୧୩ା୫(ବଡ଼ ଶତପଥୀ): ପାଇକମାଳ ନୃସିଂହନାଥ ମନ୍ଦିରରୁ ପାଞ୍ଚକିମି ଦୂର କପିଳଧାର ଜଳପ୍ରପାତ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସ୍ଥାନୀୟ ପୋଲିସ ଜବତ କରିଛି ।…

କିଏ ହେବେ କେରଳ ମୁଖ୍ୟମନ୍ତ୍ରୀ? ଗୁରୁବାର ଘୋଷଣା କରିବ କଂଗ୍ରେସ

ଥିରୁଭାନନ୍ତପୁର,୧୩ା୫:  ୧୦ ଦିନର ମାନସ ମନ୍ଥନ ପରେ କଂଗ୍ରେସ ଦଳ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଯାହା ଗୁରୁବାର ଘୋଷଣା ହେବାକୁ ଯାଉଛି।…

ଅମୂଲ ପରେ ବଢ଼ିଲା ଏହି କ୍ଷୀରର ଦର, ରାତି ପାହିଲେ ଲାଗୁ ହେବ ନୂଆ ଦାମ୍

ନୂଆଦିଲ୍ଲୀ,୧୩ା୫: ଅମୂଲ ପରେ ଏବେ ଆଉ ଏକ କ୍ଷୀର ଦର ବୃଦ୍ଧି ପାଇଛି । ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । କମ୍ପାନୀ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri