Posted inUncategorized

ଜାଏଣ୍ଟ୍ସକୁ ପରାଜୟ ଚଖାଇଲା ଜଗରନଟ୍ସ

ଭୁବନେଶ୍ୱର, ୨୨।୮ (କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ର ରବିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଓଡ଼ିଶା ଜଗରନଟ୍ସ ୩ (୫୦-୪୭) ପଏଣ୍ଟରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦିଲୀପ ଖାଣ୍ଡଭି ଓ ବିଶାଲଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା ଦଳ ବିଜୟୀ ହୋଇଛି। ଭିନ୍ନ ଭିନ୍ନ ସମୟରେ ନାଟକୀୟ ମୋଡ଼ ନେବାପରେ ଶେଷରେ ଜଗରନଟ୍ସ ବିଜୟ ହାସଲ କରିଥିଲା। ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ପୂର୍ବ ମୁକାବିଲାରେ ଗୁଜରାଟ ୫ ପଏଣ୍ଟରେ ବିଜୟୀ ହୋଇଥିଲା। ତେଣୁ ଏଠାରେ ବିଜୟ ହାସଲ ସହ ଜଗରନଟ୍ସ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଲିଗ୍‌ରେ ଗୁଜରାଟକୁ ପ୍ରଥମଥର ପାଇଁ ପରାଜୟ ସ୍ବାଦ ଚଖାଇଛି ଓଡ଼ିଶା ଜଗରନଟ୍ସ। ଏହି ଦଳର ଦିଲୀପ ୪ ମିନିଟ ୩୩ ସେକେଣ୍ଡ ଏବଂ ବିଶାଲ ୩ ମିନିଟ ୪ ସେକେଣ୍ଡ ଡିଫେଣ୍ଡ କରିବାରେ ସକ୍ଷମ ହୋଇଥିଲେ। ଓ୍ବାଜିର ଶୁଭାଶିଷ ସାନ୍ତ୍ରା ୪ ଖେଳାଳିଙ୍କୁ ଆଉଟ କରି ୧୦ ପଏଣ୍ଟ ଏବଂ ମିଲିନ୍ଦ ଚଭାରେକର ୭ ପଏଣ୍ଟ ହାସଲ କରି ଦଳକୁ ଫାଇଦାରେ ରଖିଥିଲେ। ଜାଏଣ୍ଟ୍ସ ପକ୍ଷରୁ ଅନିକେତ ପୋଟେ ଓ ସୟାଶ ଗାର୍ଗେଟ ଯଥାକ୍ରମେ ୯ ଓ ୮ ପଏଣ୍ଟ ହାସଲ କରିଥିଲେ। ଏହି ମ୍ୟାଚରେ ୬ ପଏଣ୍ଟ ହାସଲ କରିଥିବାରୁ ଗୁଜରାଟ ଅଲ୍‌ରାଉଣ୍ଡର ଅଭିନନ୍ଦନ ପାଟିଲ ମୁମ୍ବାଇ ଖିଲାଡିଜ୍‌ର ଦୁର୍ଭେଶ ସାଲୁଙ୍କେ (୩୦ ପଏଣ୍ଟ)ଙ୍କୁ ପଛରେ ପକାଇ ଲିଗ୍‌ର ଟପ୍‌ ଓ୍ବାଜିର ହୋଇଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୩୫ରେ ପହଞ୍ଚତ୍ଛି।
ଓଡ଼ିଶା ଜଗରନଟ୍ସ ଟସ୍‌ ଜିତି ଡିଫେଣ୍ଡ ନିଷ୍ପତ୍ତି ନେଇଥିଲା। ପ୍ରଥମ ଟର୍ନ ଶେଷବେଳକୁ ଜାଏଣ୍ଟ୍ସ ୨୨-୪ରେ ଅଗ୍ରଣୀ ହୋଇଥିଲା। ମାତ୍ର ଓଡ଼ିଶା ଦଳ ଆଟାକ୍‌ରେ ୨୪ ପଏଣ୍ଟ ସଂଗ୍ରହ କରିବାରୁ ପ୍ରଥମ ଇନିଂସ ଶେଷବେଳକୁ ୨୮-୨୪ରେ ଅଗ୍ରଣୀ ହାସଲ କରିଥିଲା। ଓଡ଼ିଶା ଦଳର ଦିଲୀପଙ୍କ ଦୃଢ଼ ଡିଫେନ୍ସ ଯୋଗୁ ଗୁଜରାଟ ଦ୍ୱିତୀୟ ଆଟାକ୍‌ରେ ମାତ୍ର ୧୯ ପଏଣ୍ଟ ପାଇଥିଲା। ପରେ ଏମ.କେ. ଗୋଥାମ ଗୁଜରାଟର ସାଗର ପୋଟଦାରଙ୍କୁ ଆଉଟ କରିବା ସହ ଓଡ଼ିଶା ପାଇଁ ବିଜୟ ସ୍ପଷ୍ଟ କରିଥିଲେ। ଜାଏଣ୍ଟ୍ସ ନିଜର ପ୍ରଥମ ୩ ମ୍ୟାଚ୍‌ରେ ମୁମ୍ବାଇ ଖିଲାଡିଜ୍‌କୁ ୨ଥର ଏବଂ ଓଡ଼ିଶା ଜଗରନଟ୍ସକୁ ଥରେ ପରାସ୍ତ କରିଥିଲା। ୪ ମ୍ୟାଚରୁ ୧୦ ପଏଣ୍ଟ ସହ ଗୁଜରାଟ ଟେବୁଲର ଶୀର୍ଷସ୍ଥାନରେ ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ ଜଗରନଟ୍ସ ୪ ମ୍ୟାଚରୁ ୩ ବିଜୟ ସହ ୯ ପଏଣ୍ଟରେ ପହଞ୍ଚତ୍ଛି। ଏହି ଦଳ ଚେନ୍ନାଇ କୁଇକ୍‌ ଗନ୍ସକୁ ହରାଇ ଅଭିଯାନ ଆରମ୍ଭ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଗୁଜରାଟ ଦଳ ନିକଟରୁ ହାରିଯାଇଥିଲା। ତେବେ ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ଓ୍ବାରିୟର୍ସକୁ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ରବିବାର ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ତେଲ୍‌ଗୁ ଯୋଦ୍ଧାସ ୮୩-୪୫ ପଏଣ୍ଟରେ ରାଜସ୍ଥାନ ଓ୍ବାରିୟର୍ସକୁ ହରାଇ ଦେଇଛି। ଫଳରେ ଯୋଦ୍ଧାସ ୨ୟ ଓ ଜଗରନଟ୍ସ ୩ୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri