Posted inଖେଳ

ଫିଫାର ସମସ୍ତ ଦାବିକୁ ଗ୍ରହଣ କଲେ ସରକାର

ନୂଆଦିଲ୍ଲୀ, ୨୨ା୮ (ପି.ଟି.): ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଉପରୁ ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂଗଠନ ‘ଫିଫା’ର ବାସନ୍ଦ ଦଣ୍ଡକୁ ହଟାଇବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ରବିବାର ସୁପ୍ରିମ୍‌କୋର୍ଟଙ୍କୁ ଏକ ଦରଖାସ୍ତ କରିଛନ୍ତି। ଏଥିରେ ବର୍ତ୍ତମାନ ଏଆଇଏଫ୍‌ଏଫ୍‌ ସାମୟିକ ପରିଚାଳନା ଦାୟିତ୍ୱରେ ରହିଥିବା କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରେଟର୍ସ (ସିଓଏ) କର୍ତ୍ତୃତ୍ୱର ଅନ୍ତ ଘଟାଇବା ଲାଗି ନିବେଦନ କରାଯାଇଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣିର ଦିନକ ପୂର୍ବରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏହି ଉଦ୍ୟମ କରାଯାଇଛି।

ତୃତୀୟ ପକ୍ଷ ହସ୍ତକ୍ଷେପ କାରଣକୁ ନେଇ ଫିଫା ଅଗଷ୍ଟ ୧୫ରେ ଏଆଇଏଫ୍‌ଏଫ୍‌ ଉପରେ ବାସନ୍ଦ ଦଣ୍ଡ ଲାଗୁ କରିଛି। ଫଳତଃ ଦେଶ ଅକ୍ଟୋବରରେ ହେବାକୁଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଆୟୋଜନରୁ ବଞ୍ଚତ୍ତ ହେବ। ଟୁର୍ନାମେଣ୍ଟ ଆୟୋଜନ ଏକ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସରକାରଙ୍କ ତରଫରୁ ଏଭଳି ପ୍ରୟାସ କରାଯାଇଥିବା କୁହାଯାଉଛି। ସରକାର ତାଙ୍କ ଆବେଦନପତ୍ରରେ ଫିଫାର ସମସ୍ତ ଦାବିକୁ ଗ୍ରହଣ କରିଛନ୍ତି। ତନ୍ମଧ୍ୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସିଓଏ କାର୍ଯ୍ୟକାଳର ପରିସମାପ୍ତି ଘଟାଇବା ଏବଂ ଇଲେକ୍ଟୋରାଲ କଲେଜରେ ବ୍ୟକ୍ତିଗତ ସଦସ୍ୟମାନଙ୍କୁ ଅନୁମତି ଦିଆ ନ ଯିବା ସାମିଲ।

ଏଥିସହିତ ସରକାର ପ୍ରଫୁଲ୍ଲ ପଟେଲଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ଏଆଇଏଫ୍‌ଏଫ୍‌ରୁ ବହିଷ୍କାର କରାଯିବା ଆବଶ୍ୟକ ବୋଲି ଦର୍ଶାଇଛନ୍ତି। ଆବେଦନପତ୍ରରେ ଆହୁରି ମଧ୍ୟ ଅଗଷ୍ଟ ୨୨ଠାରୁ ଏଆଇଏଫ୍‌ଏଫ୍‌ ଉପରେ ସିଓଏ ଓ ପୂର୍ବ ନିର୍ବାଚିତ ପରିଷଦର କୌଣସି ପ୍ରଶାସନିକ ଭୂମିକା ରହିବ ନାହିଁ। ବରଂ ଏଆଇଏଫ୍‌ଏଫ୍‌ର ଦୈନନ୍ଦିନ ପରିଚାଳନା ଦାୟିତ୍ୱ କାର୍ଯ୍ୟକାରୀ ସମ୍ପାଦକଙ୍କ ନେତୃତ୍ୱାଧୀନ ପ୍ରଶାସନ ହାତରେ ରହିବା ଆବଶ୍ୟକ। ଏ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଚାହିଁଛି କ୍ରୀଡ଼ା ମନ୍ତ୍ରଣାଳୟ।

 


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ରାଜ୍ୟସ୍ତରୀୟ ବକ୍ଦିଂରେ ସ୍ବର୍ଣ୍ଣ ଜିତି ଜାତୀୟସ୍ତରକୁ ମନୋନୀତ ହେଲେ ମିକି

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ): ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ବକ୍ସିଂ ଚାମ୍ପିଅନଶିପ୍‌ରେ ଛତ୍ରପୁର ଅନସ୍ଲୋ…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?