ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଶୀର୍ଷ ଅଦାଲତ ଡିଏମ୍‌ଆର୍‌ସିଙ୍କୁ ଅନିଲ ଅମ୍ବାନୀଙ୍କ ଫାର୍ମ ଦିଲ୍ଲୀ ବିମାନବନ୍ଦର ମେଟ୍ରୋ ଏକ୍ସପ୍ରେସ୍‌ ଲିମିଟେଡ୍‌ (ଡିଏଏମ୍‌ଇପିଏଲ୍‌)କୁ ୮,୦୦୦ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପ୍ରତ୍ୟାହାର ନ୍ୟାୟର ଏକ ବଡ଼ ଦୁରୁପଯୋଗକୁ ଦର୍ଶାଉଛି। ଫଳସ୍ବରୂପ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ବନ୍ଦ ହୋଇଗଲା ଏବଂ ଡିଏଏମ୍‌ଆର୍‌ସି ଅତ୍ୟଧିକ ବାଧ୍ୟତାମୂଳକ ଦେୟରୁ ବଞ୍ଚିତ ହେଲା। ତେବେ ଉଭୟ ପକ୍ଷଙ୍କୁ ସେମାନଙ୍କର ପୂର୍ବ ରାୟର ସ୍ଥିତିକୁ ଫେରାଇ ଆଣିବା ଲକ୍ଷ୍ୟ ରଖି ଡିଏଏମ୍‌ଆର୍‌ସି ଦ୍ୱାରା ଜମା ହୋଇଥିବା ଅର୍ଥ ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଇନଗତ ବିବାଦ ଦିଲ୍ଲୀ ବିମାନବନ୍ଦର ମେଟ୍ରୋ ଏକ୍ସପ୍ରେସ୍‌ ଲାଇନ ନିର୍ମାଣ, ପରିଚାଳନା ଏବଂ ତା’ର ରକ୍ଷଣାବେକ୍ଷଣ ପାଇଁ ୨୦୦୮ରୁ ହୋଇଥିବା ଏକ ରିହାତି ଚୁକ୍ତିରୁ ସୃଷ୍ଟି ହୋଇଥିଲା। ୨୦୧୨ରେ ଡିଏଏମ୍‌ଆର୍‌ସିର ଗଠନମୂଳକ ତ୍ରୁଟି ଦାବିକରି ଡିଏଏମ୍‌ଇପିଏଲ୍‌ ଚୁକ୍ତିନାମାକୁ ଶେଷ କଲାପରେ ବିବାଦ ବଢ଼ିଥିଲା। ୨୦୧୭ରେ ନ୍ୟାୟିକ ଲଢ଼େଇରେ ଡିଏଏମ୍‌ଇପିଏଲ୍‌ ଜିତିଥିଲା, ଅନୀଲ ଅମ୍ବାନୀ ଫାର୍ମକୁ ଡିଏଏମ୍‌ଆର୍‌ସି ୮,୦୦୦ କୋଟି ଟଙ୍କା ପ୍ରଦାନ କରିବାକୁ କୋର୍ଟ କହିଥିଲେ। ବର୍ତ୍ତମାନ ସେହି ମାମଲା ବନ୍ଦ ହୋଇଯାଇଛି। କିନ୍ତୁ ଏହି ନିଷ୍ପତ୍ତି ସରକାରୀ ଏବଂ ବେସରକାରୀ ସଂସ୍ଥା ସହ ଜଡ଼ିତ ମଧ୍ୟସ୍ଥତା ବିବାଦରେ ଥିବା ଜଟିଳତାକୁ ସୂଚିତକରେ। ୧୨ବର୍ଷ ଧରି ଚାଲିଥିବା ଏକ ମାମଲା ମଧ୍ୟ ଦର୍ଶାଏ ଯେ ଭାରତରେ ନ୍ୟାୟିକ ପ୍ରକ୍ରିୟା କେତେ ଲକ୍ଷ୍ୟ ବିହୀନ ଓ ମନ୍ଥର। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାମଲାକୁ ପ୍ରଭାବୀ ଓ ସ୍ବଚ୍ଛ ଭାବେ ଉପସ୍ଥାପନ କରିବାରେ ସରକାରୀ ବାବୁମାନଙ୍କର ଉତ୍ତରଦାୟିତ୍ୱ ଏବଂ ସ୍ବଚ୍ଛତାର ଗମ୍ଭୀରତାକୁ ପ୍ରତିଫଳନ କରିଛି।

ମୃତ୍ୟୁର ତଦନ୍ତ ଦାବି

ନିକଟରେ ମେଘାଳୟରେ ଜଣେ ସହକର୍ମୀଙ୍କ ଆତ୍ମହତ୍ୟା ଯୋଗୁ ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀମାନେ ବଡ଼ ସମସ୍ୟାରେ ପଡ଼ିଛନ୍ତି। ମୁଖ୍ୟ ବନ ସଂରକ୍ଷକ ଏନ୍‌. ଲୁଇଖାମ ନିକଟରେ ତାଙ୍କ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଏହି ଦୁର୍ଭାଗ୍ୟଜନକ ଘଟଣାରେ ଆଇଏଫ୍‌ଏସ୍‌ ଆସୋସିଏସନର କେନ୍ଦ୍ରୀୟ ୟୁନିଟ୍‌ ଲୁଇଖାମ୍‌ଙ୍କ ମୃତ୍ୟୁର ଅନୁସନ୍ଧାନ ଏବଂ ତାଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପ୍ରେରିତ କରିଥିବା ବ୍ୟକ୍ତିଙ୍କ ଉପରେ ତଦନ୍ତ କରିବା ଲାଗି ଦାବି କରିଛି। ସୂଚନା ମୁତାବକ, ଆସୋସିଏସନର ସମ୍ପାଦକ ଜେନେରାଲ ସୁନୀଶ ବକ୍ସି ମେଘାଳୟର ମୁଖ୍ୟ ଶାସନ ସଚିବ ଡୋନ୍‌ଲାଣ୍ଡ ଫିଲିପ୍ସ ୱାହଲାଙ୍ଗ୍‌ଙ୍କୁ ଚିଠି ଲେଖି କହିଛନ୍ତି ଯେ ଗତ ମାସରେ ଜଣେ ଜୁନିୟର ମହିଳା ସହକର୍ମୀ ତାଙ୍କ ବିରୋଧରେ ମିଥ୍ୟା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଏବଂ ଏହି ଅଭିଯୋଗ ଯୋଗୁ ସେ ମାନସିକ ଆଘାତ ପାଇଥିଲେ। ଖଣି ଲବି ଉପରେ ଲୁଇଖାମ୍‌ କାର୍ଯ୍ୟାନୁଷ୍ଠାନ ନେବା ପରେ ସେମାନଙ୍କ ଚାପରେ ଏଭଳି ଅଭିଯୋଗ କରାଯାଇଥିବା କୁହାଯାଉଛି। ଅଧିକାରୀଙ୍କ ବିରୋଧରେ କୌଣସି ପ୍ରମୁଖ ପ୍ରମାଣ ନ ଥିବା ସତ୍ତ୍ୱେ ତାଙ୍କ ପ୍ରତିଷ୍ଠାରେ ଆଞ୍ଚ ଅଣାଯାଇଥିଲା। ଅଧିକାରୀଙ୍କ ମୃତ୍ୟୁର ପ୍ରଭାବ ସମଗ୍ର ଆଇଏଫ୍‌ଏସ୍‌ ଗୋଷ୍ଠୀ ମଧ୍ୟରେ ଗଭୀର ଭାବରେ ଅନୁଭୂତ ହୋଇଛି, ଯାହା ଦେଶବ୍ୟାପୀ ଅଧିକାରୀଙ୍କ ମନୋବଳକୁ ଏକ ଝଟକା ବୋଲି କୁହାଯାଇପାରେ। ଲୁଇଖାମ୍‌ଙ୍କ ଆତ୍ମହତ୍ୟା ଘଟଣାରେ ସିବିଆଇ ତଦନ୍ତ ପାଇଁ ଆସୋସିଏସନ ଦାବି କରିଛି। ଏଭଳି ଅଘଟଣ ପାଇଁ ପରିବେଶ ସୃଷ୍ଟିକରିବାରେ ଯେଉଁମାନେ ଉତ୍ତରଦାୟୀ ଓ ମୁଖ୍ୟ ଭୂମିକା ନେଇଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ ନିର୍ଣ୍ଣାୟକ ଭୂମିକା ନେବା ଲାଗି ଲୁଇଖାମ୍‌ଙ୍କ ପୂର୍ବ ସହକର୍ମୀମାନେ ଜିଦ ଧରିଛନ୍ତି।

ଇସିଙ୍କ ଚାପ

ଗୁଜରାଟ ସରକାରଙ୍କ ଉପରେ ନିର୍ବାଚନ ଆୟୋଗ (ଇସିଆଇ) ଧ୍ୟାନ ଦେଇଛି। ୨୬ ଲୋକ ସଭା ଆସନ ଏବଂ ୫ ବିଧାନସଭା ଆସନ ପାଇଁ ନାମାଙ୍କନ ଚାଲିଥିବାବେଳେ ରାଜ୍ୟରେ ଖାଲିଥିବା ପଦବୀ ପୂରଣ ପାଇଁ ଆଇପିଏସ୍‌ ଅଧିକାରୀଙ୍କ ତାଲିକା ଶୀଘ୍ର ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ବାଚନ କମିଟି ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ଏହି ପଦକ୍ଷେପ ନିଆଯାଇଛି, ଯେଉଁଥିରେ କୌଣସି ନିଯୁକ୍ତି କିମ୍ବା ପଦୋନ୍ନତି ଦେବା ପୂର୍ବରୁ ରାଜ୍ୟ ସରକାର ନିର୍ବାଚନ ଆୟୋଗଙ୍କ ଅନୁମୋଦନ ନେବା ବାଧ୍ୟତାମୂଳକ। ନିର୍ବାଚନ ପ୍ରକ୍ରିୟାରେ କୌଣସି ଅନୁଚିତ ପ୍ରଭାବ ରୋକିବା ଏହି ପଦକ୍ଷେପର ଲକ୍ଷ୍ୟ। ମାସରୁ ଅଧିକ ସମୟ ଧରି ସୁରଟ ପୋଲିସ କମିଶନର ଏବଂ ୩ ରେଞ୍ଜ ଇନ୍ସପେକ୍ଟର ଜେନେରାଲଙ୍କ ପଦବୀ ଖାଲି ପଡ଼ିଛି। ଏହା ସହ ଖେଦା ଓ ମେହସାନାର ଏସ୍‌ପି ପଦବୀ ୨ ମାସ ହେଲା ଖାଲି ରହିଛି। ପର୍ଯ୍ୟବେକ୍ଷକମାନେ କହନ୍ତି, ଏହି ବିଳମ୍ବର ବିଭିନ୍ନ କାରଣ ଦର୍ଶାଯାଇଛି । ଯେପରିକି ଗତ ବର୍ଷ କେନ୍ଦ୍ରୀୟ ଡେପୁଟେଶନରେ କାର୍ଯ୍ୟ କରୁଥିବା ୪ଜଣ ଆଇପିଏସ୍‌ ଅଧିକାରୀ ଏବଂ ଗୋଟିଏ ଲୋକ ସଭା ନିର୍ବାଚନମଣ୍ଡଳୀରେ ୩ ବର୍ଷ ଲାଗି କାର୍ଯ୍ୟକାଳ ବୃଦ୍ଧି କରାଯାଇ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୫ଜଣ ଅଧିକାରୀଙ୍କୁ ଲିଭ୍‌ ରିଜର୍ଭରେ ରଖାଯାଇଥିଲା। ଅବଶ୍ୟ, ବିଳମ୍ବ ପାଇଁ ଅନ୍ୟ ଏକ କାରଣ ଥିଲେ ବି ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ନାହିଁ। ଗୁଜରାଟର ବରିଷ୍ଠ ସରକାରୀ ନିଯୁକ୍ତି କେବଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ସବୁଜ ସଙ୍କେତ ପରେ ହିଁ କରାଯାଇଥାଏ। କିନ୍ତୁ ଏବେ ନିର୍ବାଚନ ଆୟୋଗ ଏହି ନିଯୁକ୍ତିକୁ କାର୍ଯ୍ୟକାରୀ କରିବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri