ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି ବୈତରଣୀର ଅଞ୍ଜିରା ଘାଟ, କୁସେଇ ନଦୀ ଓ ବୈତରଣୀର ତିନିମୁହାଣି ନିକଟରୁ ବେଆଇନ ବାଲି ଚାଲାଣ କରାଯାଉଛି। ଏଥି ଯୋଗୁ ରାଜସ୍ବହାନୀ ହେଉଥିବା ବେଳେ ବାତୋ ଓ ଆମ୍ବୋକୁ ସଂଯୋଗ ପାଇଁ ନିର୍ମାଣାଧୀନ ସେତୁ ଭୁଶୁଡ଼ିବା ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ଅଞ୍ଚଳବାସୀ ଚିନ୍ତିତ ହୋଇ ପଡ଼ିଥିବା ବେଳେ ମାଫିଆଙ୍କ ଭୟରେ କେହି ମୁହଁ ଖୋଲିବାକୁ ସାହସ କରୁନାହାନ୍ତି।

ସୂଚନା ଅନୁଯାୟୀ, ସେତୁର ପିଲର ତଳୁ ବାଲି ବ୍ୟବସାୟୀମାନେ ବେଧଡ଼କ ଦୈନିକ ଅନେକ ଶହ ଟ୍ରାକ୍ଟର ଓ ହାଇୱା ଯୋଗେ ବାଲି ଚୋରାରେ ଜିଲା ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ସେତୁର ଅତି ନିକଟରୁ ବାଲି ଖନନ ଫଳରେ ସେତୁ ପ୍ରତି ବିପଦ ଦେଖାଦେଇଛି। ବାଲି ଟ୍ରିପ୍‌ ୨ ହଜାର ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ବାହାର ଜିଲାକୁ ଚାଲାଣ କଲେ ଟ୍ରିପ୍‌ ପିଛା ୮ରୁ ୧୦ ହଜାର ଯାଏ ମିଳୁଛି। ଫଳରେ ବାଲି ଭଳି ଲଘୁ ଖଣିଜ ସାମଗ୍ରୀ ଉପରେ ସମସ୍ତଙ୍କ ଆଖି ରହିଛି। ଏଥି ପ୍ରତି କାହାର ଦୃଷ୍ଟି ପଡୁ ନ ଥିବାରୁ ଦିନକୁ ଦିନ ଏଠାରେ ବାଲି ଚୋରାଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଦିନ ହେଉକି ରାତି କାହାକୁ ଭୟ ନ କରି ବାଲି ଉତ୍ତୋଳନ କରାଯାଉଛି। ପ୍ରଶାସନ କବଳରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଛକ ବଜାରରେ ସୂଚନାଦାତା ଜଗି ରହୁଛନ୍ତି। ଏହା ଦ୍ୱାରା ରାଜ୍ୟ ସରକାର ଅନେକ କୋଟି ଟଙ୍କା ରଜସ୍ବ ହରାଉଥିବା ବେଳେ ମାଫିଆ ଗାଡ଼ି ନମ୍ବର ପ୍ଲେଟ୍‌ ଖୋଲି ନିର୍ଭୟରେ ବାଲିଚାଲାଣ କରୁଛନ୍ତି। ଏଥିପ୍ରତି ପୋଲିସ ଓ ପରିବହନ ବିଭାଗ ମଧ୍ୟ ଆଖିବୁଜି ଦେଇଛି। ବାତୋ ବଜାର ଦେଇ ବାଲି ଗାଡ଼ିଯିବାରୁ ଧୂଳି ଧୂଆଁରେ ବିଦ୍ୟାଳୟ ଓ କଲେଜ ଯାଉଥିବା ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲା ପ୍ରଶାସନ ତୁରନ୍ତ ଏହି ସବୁ ବାଲିଘାଟକୁ ବେଆଇନ ଘୋଷଣା କରିବା ସହିତ ପୋଲକୁ ସୁରକ୍ଷିତ ରଖିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି। ସାଇଁକୁଳ ଆର୍‌ଆଇ ବିଷ୍ଣୁ ପ୍ରିୟା ସାହୁ କହିଛନ୍ତି, ସେ ୩ ଦିନ ହେବ ଏଠାରେ ଯୋଗ ଦେଇଛନ୍ତ। ଏ ବିଷୟରେ ଅଧିକ ଜାଣି ନାହାନ୍ତି। ଘଟଣା ସମ୍ପର୍କରେ ତହସିଲଦାର ନୀଳକଣ୍ଠ ବେହେରାଙ୍କୁ ଜଣେଇବେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ

ରିଷିଡା, ୨୨/୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ସୁଭଦ୍ରା ଶକ୍ତି କେନ୍ଦ୍ରଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

କୂଅରେ ପଡ଼ି ଚାଲିଗଲା ଜୀବନ

ବୁଗୁଡା,୨୨ା୬(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ନଗୁଡୁ ଗ୍ରାମରେ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। କୂଅରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ…

କୋଚିଂ ସେଣ୍ଟରରେ ୧୫ ଛାତ୍ର ଜୀବନ୍ତ ଦଗ୍ଧ ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୨।୬: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

ଲକ୍ଷ୍ମୀପୁର ଗାଁରେ ପହଞ୍ଚିଲେ ସାଂସଦ, ବିଧାୟକ; ବର୍ଷା ସତ୍ତ୍ୱେ ଆନନ୍ଦ ବଜାରରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ, ୨୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଆସନ୍ତା ୧୯ରୁ ଆରମ୍ଭ…

IRCTC New Rules: ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ: ଏବେ ଆଧାର କାର୍ଡ ବିନା ହେବନି କୌଣସି କାମ

ନୂଆଦିଲ୍ଲୀ,୨୨।୬: ଆଜିକାଲି ସମୟରେ ଟ୍ରେନ ଟିକେଟ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି। ପର୍ବପର୍ବାଣୀ ସମୟରେ ଯଦି ଘରକୁ ଯିବାକୁ ଥାଏ, ତେବେ ଟିକେଟ ଆଦୌ ମିଳିନଥାଏ। ଏଭଳି…

କୁଲାଡ ଯାଉଥିଲେ ସାଗର, ଧକ୍କା ଦେଲା କାର୍‌: ଆଉ ତା’ପରେ…

ଭଞ୍ଜନଗର,୨୨/୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ କାର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା…

କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଛାତ୍ର ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ,୨୨।୫: ଲକ୍ଷ୍ନୌର ଆଲିଗଞ୍ଜରେ ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ଛାତ୍ର କୋଚିଂ ସେଣ୍ଟର…

ଲଭ୍, ସେକ୍ସ ଓ ଧୋକା: ବନ୍ଧା ହେଲେ ଡାକ୍ତର

ଭୁବନେଶ୍ୱର, ୨୨।୬: ପ୍ରେମ ସମ୍ପର୍କର ଆଳରେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଠକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri