ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା ନଚେତ ଧରାଧରି କରି ପାସ୍‌ ହୋଇଯାଉଛି। ତେବେ ପାଠପଢ଼ା ପରୀକ୍ଷାର ମଜା ଅଲଗା। ବର୍ଷସାରା ପଢିଥିବା ପାଠକୁ ଓଗାଳି ପକେଇବା ପାଇଁ ପରୀକ୍ଷା ହେଉଛି ମହାମଞ୍ଚ। ମାନେ ବର୍ଷସାରା ଯଦି ରିହର୍‌ସାଲ ମାନେ ଆଖଡା ହୋଇଛି, ତେବେ ପରୀକ୍ଷା ହେଉଛି ମଞ୍ଚ ଅଭିନୟ। ସେଇଟି ଜଣାପଡେ କିଏ କେତେ ପାରିବାର!
ପ୍ରତି କ୍ଲାସ୍‌ରେ ପରୀକ୍ଷା ହୁଏ। ତେବେ ପରୀକ୍ଷା ଭିତରେ ରଜା ହେଉଛି ଦଶମ ପରୀକ୍ଷା। ଯେଉଁ ପରୀକ୍ଷାରେ ଯେତେ ମାର୍କ ରଖିଥାଅ ପଛେ, ଦଶମ ବୋର୍ଡ ପରୀକ୍ଷାରେ କେତେ ମାର୍କ ରଖିପାରିଲ ସେଇଟା ହେଉଛି କାଳେ ବାହାଦୁରିର କଥା। ବହୁ ନାତିମାନଙ୍କର ଜେଜେମାନେ କହନ୍ତି – ମାଟ୍ରିକ ହେଉଛି ଘାଟି… ସେଇଟା ଡେଇଁପଡିଲେ ବାକି ଉଶ୍ୱାସ!!
ଆଗରୁ ବହୁଲୋକ ମାଟ୍ରିକ ଘାଟି ଡେଇଁବାରେ ବିଫଳ ହେବାରେ ହ୍ୟାଟ୍ରିକ କରିଛନ୍ତି। ଏବେ ସିନା ପରୀକ୍ଷକମାନେ ଆଉ ଜାକି ନ ହୋଇ ଏତେ ମାର୍କ ଦେଲେଣି। ଆଗରୁ କିନ୍ତୁ ପରୀକ୍ଷକମାନେ ନିକିତି ଧରି ଓଜନ କଲା ପରି ଉତ୍ତରକୁ ପ୍ରଶ୍ନ ସହିତ ତଉଲି କରି ମାର୍କ ଦେଉଥିଲେ I ସେଇ ଚାପ ଓ ଭୟ ଏତେ ଥିଲା ଯେ ତାହା ଏତେ କାଳଯାଏ ବିସ୍ତାରି ରହିଛି I
ତେଣୁ ଦଶମ ପରୀକ୍ଷାରେ ପିଲାଏ ଯେତିକି ବ୍ୟସ୍ତ, ଅଭିଭାବକମାନେ ତା’ଠାରୁ ବହୁଗୁଣରେ ବ୍ୟସ୍ତ I
କିଛି ପିଲା ପାଠ ପଢ଼ନ୍ତି ଆଉ କିଛି ପିଲା ଯୋଗାଡ଼ ଯନ୍ତ୍ରରେ ଲାଗିପଡନ୍ତି ପ୍ୟାଣ୍ଟ, ଶାର୍ଟ, ଅନ୍ତବସ୍ତ୍ର, ଜୋତା ମୋଜା ଭିତରେ କୋଉଠି କେମିତି କରି କପି ଦେବୀଙ୍କର କୃପାଲାଭ କରିହେବ। ଅଭିଭାବକ ଲାଗିପଡନ୍ତି କୋଉ ଶିକ୍ଷକ ନ ହେଲେ ପିଅନଙ୍କୁ ଟିକେ ପିଲାଟିକୁ ସାହାଯ୍ୟ କରିବାକୁ ସେଟିଂ କରିହେବ!
ବହୁ ପରୀକ୍ଷା କେନ୍ଦ୍ରକୁ ଯଦି ଆପଣ ଦେଖିବେ, ଲାଗିବ ଏଠି ପରୀକ୍ଷା ନୁହେଁ ତ ଗୋଟେ ଯୁଦ୍ଧ ଚାଲିଛି! ଭିତରେ ପରୀକ୍ଷା ହେଉଥିବ, ବାହାରେ ଅଭିଭାବକ ଗଦା ହୋଇଥିବେ, ପାଚେରି ଚାରିପଟେ ବୁଲୁଥିବେ, କୋଉପଟେ କେମିତି କରି ପ୍ରଶ୍ନଟାକୁ ପାଇଗଲେ ଉତ୍ତର ପଠେଇବା ବ୍ୟବସ୍ଥା କରିବାକୁ ଟେକି ରହିଥିବେ। ତେବେ ଏସବୁ ଯୋଗାଡ଼ିଆଙ୍କ ଭିତରୁ ଅଧାମୂର୍ଖ! ସେଇମାନେ ପରୀକ୍ଷାର୍ଥୀଙ୍କୁ ପଣ୍ଡିତ କରିବା ଉଦ୍ଦେଶ୍ୟରେ ଏଇ ଯେଉଁ କସରତ କରନ୍ତି ତାହାକୁ ପ୍ରତିହତ କରିବାକୁ ସରକାର ବାହାଦୁର ପୋଲିସ, ସିସିଟିଭି, ଏଆଇ ଜଗୁଆଳି ବ୍ୟବସ୍ଥା କରନ୍ତି I ମାନେ ପରୀକ୍ଷା ନୁହେ ତ ବ୍ୟବସ୍ଥା ଓ ଅଭିଭାବକଙ୍କ ମଧ୍ୟରେ ଯୁଦ୍ଧ!!
ପରିସ୍ଥିତି ଏମିତି ହେଲାଣି, ଯଦି କାହାର ପିଲା ଦଶମ ବୋର୍ଡ ପରୀକ୍ଷା ଦେଉଛି ତା ଘରକୁ ବନ୍ଧୁବାନ୍ଧବ ସାହାଯ୍ୟ କରିବାକୁ ଦୌଡୁଛନ୍ତି। ମାନେ ରାଜତ୍ୱରେ ଶ୍ମଶାନେ ଚ… ପରେ ପ୍ରକୃତ ବନ୍ଧୁ ସିଏ… ଆମ ଛୁଆର ପରୀକ୍ଷା କେନ୍ଦ୍ରର ପାଚେରି କଡରେ ଛିଡା ହୋଇଥାଏ ଯିଏ!
ବହୁତ ଅଭିଭାବକ ପିଲାର ପରିଶ୍ରମ, ପାଠପଢା ଓ ଶିକ୍ଷକଙ୍କ ଶିକ୍ଷାଦାନ ଉପରେ ଭରସା ନ କରି ଈଶ୍ୱରଙ୍କ ଉପରେ ନିର୍ଭର କରିଥାନ୍ତି। ମାନସିକ ନାମରେ ଈଶ୍ୱରଙ୍କୁ ଲାଞ୍ଚର ଲୋଭ ଦେଖାନ୍ତି। ମୋ ପୁଅ/ଝିଅ ପରୀକ୍ଷାରେ ଭଲକଲେ ତମକୁ ଏୟା ଦେବି, ସେୟା ଦେବି ବୋଲି କହନ୍ତି I ଈଶ୍ୱର ବିଚରା କ’ଣ କରନ୍ତେ, ସିଏ ତ ଭକତ ଭାବରେ ବନ୍ଧା, ତେଣୁ ସିଏ ପିଲାର ପାଠକୁ ଚାହିଁ ବ୍ୟବସ୍ଥା କରନ୍ତି! ସେପଟେ ପିଲା ପାଠ ନ ପଢିଥିବା କାରଣରୁ ଠିକ୍‌ ଉତ୍ତର ଲେଖି ନ ପାରି ଫେଲ ହେଲେ ମା’ବାପା ଈଶ୍ୱରଙ୍କୁ ଦୋଷ ଦେଇ କହନ୍ତି – ହେ ପ୍ରଭୁ ଏ କ’ଣ କଲ?
ଈଶ୍ୱର ବିଶ୍ୱାସୀମାନେ କହନ୍ତି ଏ ଧରାରେ ଯାହା କିଛି ହେଉଛି ସବୁ ସେଇ ଈଶ୍ୱରଙ୍କ ଇଚ୍ଛାରେ! ଅତଏବ ଯେଉଁଠି ପିଲାଟି ପାଠଶାଠ ପଢି ନ ଥାଏ, ତା’ ପାଇଁ କପିର ସୁବିଧା କରିଦିଅନ୍ତି! ପିଲାଏ ନାନା ଢଙ୍ଗରେ କପିଟିଏ ଯୋଗାଡ଼ କରି ଦେଲା ପରେ ବୁଝୁ ନ ବୁଝୁ ଟିପି ପକାନ୍ତି! ଏବେ ପୁଣି ବଡ଼ ଅଡୁଆ! ଏକାଧିକ ସେଟ୍‌ ପ୍ରଶ୍ନପତ୍ର ପ୍ରସ୍ତୁତ ହେଉଥିବା କାରଣରୁ ସାମ୍‌ନା ପିଲାଟି ଜାଗା ଲେଖିଛି ତା’ ପଛ ପିଲାଟି ଯଦି ତାଠୁ ଦେଖି ଟିପି ଦେଲା କଥା ସରିଲା!
ଗୋଟିଏ ପିଲାର କ୍ରମିକ ସଂଖ୍ୟା ୧ର ପ୍ରଶ୍ନ ଥିଲା – ଯିଏ ଯୋଗ୍ୟ ନୁହେଁ ତାକୁ କ’ଣ କୁହନ୍ତି? ପିଲାଟି ତ ପାଠ ପଢିଥିଲା, ଲେଖିଲା – ଅଯୋଗ୍ୟ। ପଛରେ ବସିଥିବା ପିଲାଟି ସାମ୍ନା ପିଲାର ଖାତାକୁ କଣେଇକି ଚାହିଁଲା ଆଉ ସିଧା କ୍ରମିକ ସଂଖ୍ୟା ୧ର ଉତ୍ତରକୁ ଟିପି ଦେଲା – ଅଯୋଗ୍ୟ। ଅସଲରେ କିନ୍ତୁ ତା’ର ପ୍ରଶ୍ନସେଟ୍‌ ଅଲଗା ଥିଲା ଏବଂ କ୍ରମିକ ସଂଖ୍ୟା ୧ର ପ୍ରଶ୍ନ ଥିଲା – ତୁମେ ବଡ଼ ହେଲେ କ’ଣ ହେବାକୁ ଚାହଁ?
ଉପରୋକ୍ତ ଘଟଣାରୁ ଏୟା ଅନୁମେୟ କି କପି କରିବା ମଧ୍ୟ ଏତେ ସହଜ ନୁହେଁ! ସେଥି ପାଇଁ ଦକ୍ଷତାର ଆବଶ୍ୟକତା ରହିଛି! ଖାଲି କପି କରିବାରେ ନୁହଁ, ଏବର ପିଲାଏ ମୁଣ୍ଡର ବୁଦ୍ଧିକୁ ଅଧିକ ଖଟେଇ ଉତ୍ତର ଲେଖିବାରେ ମଧ୍ୟ ଧୁରନ୍ଧର ଥାନ୍ତି। ଗୋଟିଏ ପିଲାର ଚିତ୍ରାଙ୍କନ ପରୀକ୍ଷାରେ ପ୍ରଶ୍ନ ଥିଲା – ବାଘ ଶିକାର କରିବାର ଦୃଶ୍ୟ ଅଙ୍କନ କର I ଏତେ କଷ୍ଟ ବିଷୟ ଦେଖି ପିଲାଟିର ମୁଣ୍ଡ ଘୂରିଗଲା, ସିଏ ବହୁ ଚେଷ୍ଟା ପରେ ବି ଚିତ୍ର ଆଙ୍କି ପାରିଲାନି I ଉପାୟ ପାଞ୍ଚି ଉତ୍ତର ଖାତାରେ ଚିତ୍ର ଆଙ୍କିବା ବଦଳରେ ଲେଖିଲା – ବାଘ ଆସିଥିଲା… ଶିକାର କଲା… ଆଉ ଡିଆଁ ମାରି ପଳେଇଲା….!!
ଆଉ ଜଣେ ପିଲାର ପରୀକ୍ଷାରେ ପ୍ରଶ୍ନ ଥିଲା – ଅଳସୁଆମି କାହାକୁ କହନ୍ତି? ଉଦାହରଣ ସହ ବୁଝାଇ ଲେଖନ୍ତୁ! ପିଲାଟି ଉତ୍ତର ଲେଖିଲା – ପ୍ରିୟ ପରୀକ୍ଷକ ମହାଶୟ…. ଜାଣି ଖୁସି ହେବେ କି ମୁଁ ନିଜେ ଅଳସୁଆମିର ପ୍ରକୃଷ୍ଟ ଉଦାହରଣ। ହେଇଟି ଦେଖନ୍ତୁ ଅଳସୁଆମି କରି ପାଠ ନ ପଢି ବର୍ଷସାରା କଟାଇ ଦେଇଥିବାରୁ ଏବେ ଉତ୍ତର ଖାତାରେ ଗୋଟିଏ ବି ପ୍ରଶ୍ନର ଉତ୍ତର ଲେଖିପାରୁନାହିଁ ।
ଆଶା ଆପଣ ମୋର ଦୁଃଖ ବୁଝି… ମାର୍କ ଦେବାରେ ଅଳସୁଆମି କରିବେ ନାହିଁ!!
ପରୀକ୍ଷାରେ ଲେଖି ଫେରିବା ପରେ ପ୍ରଶ୍ନ ଅଭିଭାବକଙ୍କ ହାତରେ… ପଚାରି ପକାନ୍ତି, ଏଥିରେ କ’ଣ ଲେଖିଲୁ, ସେଥିରେ କ’ଣ ଲେଖିଲୁ! ଟିକେ ଭୁଲ କହିଲେ ପିଲାକୁ ରାଗନ୍ତି, ମାରନ୍ତି। ଅଭିଭାବକମାନେ ପରୀକ୍ଷାକୁ ନେଇ ଏତେ ବ୍ୟସ୍ତ ଓ ବ୍ୟାକୁଳ ଯେ ଖବରକାଗଜ, ଟିଭି ପରୀକ୍ଷାର ସ୍ବତନ୍ତ୍ର ପ୍ରକାଶନ ଓ ପ୍ରସାରଣ କରୁଛନ୍ତି। ପରୀକ୍ଷା ବେଳେ ଏୟା କରିବ, ସେୟା କରିବନି। ଏୟା ଖାଇବ ସେୟା ଖାଇବନି! ପିଲା ଯଦି ସେସବୁ ଦେଖିବ ପାଠଶାଠ ଭୁଲିଯିବ! ଏସବୁକୁ ସେଇ ଅଭିଭାବକ ହିଁ ଦେଖନ୍ତି ଆଉ ପିଲାକୁ ଟେନ୍ସନ ପକାନ୍ତି! ଶେଷକଥା ହେଲା, ସବୁ ଋତୁ ପରି ପରୀକ୍ଷା ଋତୁ ମଧ୍ୟ ଆସିବ ଓ ଯିବ, ମଣିଷ ଯେମିତି ଥିଲା ସେମିତି କୁତୁକୁତୁ ହେବ!!

ଡ. କୁଳାଙ୍ଗାର
ନରସିଂହପୁର, କଟକ
ମୋ: ୮୮୯୫୮୨୫୮୬୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?