ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ମାତ୍ର ମତ୍ସ୍ୟଜୀବୀଙ୍କ କ୍ଷେତ୍ରରେ ସରକାର କିଛି ମୌଳିକ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ନ ଥିବାରୁ ବିମୁଖ ହୋଇ ଭୋଟ୍‌ ବର୍ଜନ ପାଇଁ ଚରମ ନିଷ୍ପତ୍ତି ନେଇଛନ୍ତି ବାଲିଆପାଳ ବ୍ଲକର ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀମାନେ।

ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକରେ ୮୦% ଲୋକମାନେ ମୁଖ୍ୟତଃ ଧାନ, ପାନ, ମୀନ ଚାଷ ଉପରେ ନିର୍ଭର କରନ୍ତି। ବିଶେଷ ଭାବରେ ଏହି ବ୍ଲକର ଥିବା ସମୁଦ୍ର ଉପକୂଳବର୍ତ୍ତୀ ପଞ୍ଚାୟତ ଚୌମୁଖ, ଡଗରା, ଅଲାଡ଼ିହା, ନୂଆଗାଁ, ବେତଗଡ଼ିଆ, ଜମ୍ଭିରାଇ, ବୋଳଂ, ସାଉଡ଼ି, ଜାମକୁଣ୍ଡା ଏହି ୯ଟି ପଞ୍ଚାୟତର ୭୦% ଲୋକ ସମୁଦ୍ରରୁ ମାଛ ଧରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ସରକାରଙ୍କ ମତ୍ସ୍ୟ ବିଭାଗର ଏକ କାର୍ଯ୍ୟାଳୟ ରହିଛି ହେଲେ ଅଫିସର ମତ୍ସ୍ୟଜୀବୀଙ୍କୁ ସହଯୋଗ କରୁ ନ ଥିବାରୁ ମତ୍ସ୍ୟଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏସବୁ ପଞ୍ଚାୟତରେ ମତ୍ସ୍ୟ ବିଭାଗ ପକ୍ଷରୁ ୬ଟି ମାଛଧରା ଅବତରଣ କେନ୍ଦ୍ର ଯଥା କଙ୍କଡ଼ାପାଳ, ଚୌମୁଖ, ଡଗରା, ଯମୁନାଶୂଳ, ହଂସକରା, କଷାଫଳ ରହିଛି। ମୁଖ୍ୟରାସ୍ତାଠାରୁ ମାଛ ଅବତରଣ କେନ୍ଦ୍ର ପର୍ଯ୍ୟନ୍ତ ସ୍ଥାୟୀ ପକ୍କା ରାସ୍ତା ନ ଥିବାରୁ ମତ୍ସ୍ୟଜୀବୀମାନେ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ମୁଖ୍ୟତଃ ଚୌମୁଖଠାରେ ଥିବା ମାଛ ଅବତରଣ କେନ୍ଦ୍ରରୁ ପ୍ରାୟ ୧ ଶହରୁ ଊଦ୍ଧର୍‌ବ ନୌକା ଯୋଗେ ପ୍ରତ୍ୟେକ ଦିନ ୨୦ କୁଇଣ୍ଟାଲ ମାଛ ଧରାଯାଇ ବିଭିନ୍ନ ଅଞ୍ଚଳକୁ ବିକ୍ରି ନିମନ୍ତେ ପଠାଯାଏ। ପରିବହନରେ ଅଧିକା ଖର୍ଚ୍ଚାନ୍ତ ହେଉଛନ୍ତି ମତ୍ସ୍ୟଜୀବୀମାନେ, ଫଳରେ ଉଚିତ୍‌ ମୂଲ୍ୟ ନ ପାଇ କ୍ଷତି ସହିବାକୁ ପଡୁଛି। ଏହି ୯ଟି ପଞ୍ଚାୟତର ଲୋକ ସମୁଦ୍ରରୁ ମାଛ ଧରି ଜୀବିକା ନିର୍ବାହ କରିଥାନ୍ତି। ଚୌମୁଖ ଏକ ମୁଖ୍ୟ ମାଛ ଅବତରଣ କେନ୍ଦ୍ର ହୋଇଥିବାରୁ ଏଠାରେ ମୌଳିକ ସୁବିଧା ନାହିଁ। ହାଇସ୍କୁଲ ରୋଡଠାରୁ ସମୁଦ୍ର ବେଳାଭୂମି ପ୍ରାୟ ୨ କି.ମି. ରାସ୍ତାକୁ କଂକ୍ରିଟ ଓ ପ୍ରଶସ୍ତିକରଣ, ବେଳାଭୂମିରେ ପାନୀୟଜଳ ବ୍ୟବସ୍ଥା, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଶୀତଳଭଣ୍ଡାର, ବରଫ କଳ, ମାଛ ଅବତରଣ ଗୃହ ନିର୍ମାଣ, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସତର୍କ ଘଣ୍ଟି ବ୍ୟବସ୍ଥା, ଦିଗ ନିର୍ଦ୍ଧାରଣ ଯନ୍ତ୍ର, ମାଛ ବିକ୍ରି ପାଇଁ ମଣ୍ଡି ବ୍ୟବସ୍ଥା, ମତ୍ସ୍ୟଜୀବୀଙ୍କ ପାଇଁ ବିଶ୍ରାମଗାର, ମତ୍ସ୍ୟଜୀବୀଙ୍କୁ ପ୍ରଶିକ୍ଷଣ, ଭତ୍ତା ଓ ବୀମାଭୁକ୍ତ, ସାମୁଦ୍ରିକ ଥାନା, ସ୍ବାସ୍ଥ୍ୟକେନ୍ଦ୍ର ଭଳି ପ୍ରମୁଖ ମୌଳିକ ସୁବିଧା ନାହିଁ। ଏ ଦିଗରେ ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ଭୋଟବର୍ଜନ ପାଇଁ ଓଡ଼ିଶା ପାରମ୍ପରିକ ମତ୍ସ୍ୟ ମହାସଂଘ ଉପସଭାପତି ନାରାୟଣ ବେହେରା, ହରିହର ରାୟ, ଅର୍ଜୁନ ବେହେରା, ପୂର୍ଣ୍ଣଚନ୍ଦ୍ର ଜେନା, ସୁଶାନ୍ତ ବେହେରା, ରବୀନ୍ଦ୍ର ବେହେରା, ପ୍ରଶାନ୍ତ ଦାସ, ହରେକୃଷ୍ଣ ଜେନା, ସଞ୍ଜୟ କୁମାର ଜେନା ଓ ସୁରଥ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?