ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର ଆମେରିକା ଓ ଇସ୍ରାଏଲ୍‌ ବନାମ ଇରାନ୍‌ ଯୁଦ୍ଧ। ଏଥିରେ ଆମେରିକା ସହ ସୁସମ୍ପର୍କ ଥିବା ସମସ୍ତ ଉପସାଗରୀୟ ଦେଶ ବହୁମାତ୍ରାରେ କ୍ଷତିଗ୍ରସ୍ତ। ଏଣୁ ଆଶଙ୍କା କରାଯାଏ ଯେ, ରୁଷିଆ ଏବଂ ଚାଇନା ଯଦି ପ୍ରତ୍ୟକ୍ଷ ଭାବେ ଇରାନ୍‌ ସହଯୋଗରେ ଆଗେଇ ଆସନ୍ତି, ତାହାହେଲେ ଏହା ବିଶ୍ୱଯୁଦ୍ଧ ରୂପ ନେଇପାରେ ଏବଂ ଏଥିରେ ପ୍ରଳୟଙ୍କରୀ ପରମାଣୁ ଅସ୍ତ୍ରର ବିନିଯୋଗକୁ ଏଡ଼ାଇ ଦେଇ ହେବନାହିଁ। ଏହି ସମୟରେ ଏଥିସହିତ ପରୋକ୍ଷ ଭାବେ ସମ୍ପୃକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି ା ତାହାହେଲା ଆମେରିକା ଓ ରୁଷିଆ ମଧ୍ୟରେ ଥିବା ପରମାଣୁ ଅସ୍ତ୍ରଶସ୍ତ୍ରକୁ ସୀମିତ କରିବାର ‘ନିଉ-ଷ୍ଟାଟେଜିକ୍‌ ଆର୍ମସ୍‌ ରିଡକ୍‌ସନ୍‌ ଟ୍ରିଟି’ ବା ‘ନିଉ-ଷ୍ଟାର୍ଷ୍ଟ’ ଚୁକ୍ତିର କାର୍ଯ୍ୟକାଳ ସମାପ୍ତ ହୋଇଯିବ ଏବଂ ଏହି ଦେଶ ଦ୍ୱୟ ତାହାକୁ ବଢ଼ାଇବା ଲାଗି ରାଜିନୁହନ୍ତି। ଫଳରେ ପୃଥିବୀରେ ଏ ଅସ୍ତ୍ରର ପ୍ରତିଯୋଗିତା ବୃଦ୍ଧିପ୍ରାପ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ବିଶ୍ୱ ରାଜନୀତିରେ ପରମାଣୁ ଅସ୍ତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି ା
ଉଦାହରଣ ସ୍ବରୂପ ଏହାରି ଭୟରେ ଏ ଅସ୍ତ୍ରର ଅଧିକାରୀ ଦେଶଗୁଡ଼ିକ ପରସ୍ପର ମଧ୍ୟରେ ଯୁଦ୍ଧକୁ ଯଥାସମ୍ଭବ ଏଡ଼ାଇ ଚାଲିଛନ୍ତି ା ଅନ୍ୟପକ୍ଷରେ, ଏହାର ଉତ୍ପାଦନ ଓ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ସ୍ବାକ୍ଷରିତ ହୋଇଛି ଅନେକ ଚୁକ୍ତି, ଅବଶ୍ୟ ଏହା ସତ୍ତ୍ୱେ ବି ଏହାର ପ୍ରସାର ଘଟିଚାଲିଛି ା ତେବେ ସୀମିତ ଭାବେ।
ପରମାଣୁ ଅସ୍ତ୍ରସବୁକୁ ନେଇ ସ୍ବାକ୍ଷରିତ ଚୁକ୍ତିଗୁଡ଼ିକ ମଧ୍ୟରେ ରହିଛି ୧୯୭୦ ମସିହାରେ ୫ଟି ପରମାଣୁ ଶକ୍ତିସମ୍ପନ୍ନ ଦେଶଗୁଡ଼ିକ ସମେତ ୧୯୧ଟି ଦେଶ ଦ୍ୱାରା ସମ୍ପାଦିତ ‘ନିଉକ୍ଲିୟର୍‌ ନନ୍‌-ପ୍ରୋଲିଫୋରେସନ୍‌ ଟ୍ରିଟି’। ଏହାପରେ ଆସିଛି ୧୯୯୬ ମସିହାରେ ‘କଂପ୍ରେହେନ୍‌ସିଭ୍‌ ଟେଷ୍ଟବ୍ୟାନ୍‌ ଟ୍ରିଟି’, ୧୯୯୧ରେ ରୁଷିଆ ଏବଂ ଆମେରିକା ମଧ୍ୟରେ ‘ଷ୍ଟ୍ରାଟେଜିକ୍‌ ଆର୍ମସ୍‌ ରିଡକସନ୍‌ଟ୍ରିଟ’ (ବା ଷ୍ଟାର୍ଟ) ଏବଂ ୨୦୧୦ରେ ‘ନିଉ-ଷ୍ଟ୍ରାଟେଜିକ୍‌ ଆର୍ମସ୍‌ ରିଡକସନ୍‌ ଟ୍ରିଟି, ୨୦୨୧ରେ ‘ଲିମିଟେଡ୍‌ ଟେଷ୍ଟ ବ୍ୟାନ୍‌ ଟ୍ରିଟି’ ତଥା ଆହୁରି ଅନେକ। ତେବେ ବର୍ତ୍ତମାନ ସେସବୁ ନିସ୍ତେଜ ହେବାରେ ଲାଗିଛନ୍ତି ା ଇତିମଧ୍ୟରେ ଭାରତ, ପାକିସ୍ତାନ, ଉତ୍ତର କୋରିଆ, ଇସ୍ରାଏଲ ଆଦି ଦେଶ ଏ ଅସ୍ତ୍ରର ଅଧିକାରୀ ହୋଇପାରିଛନ୍ତି। ପୁନଶ୍ଚ ଏ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଛି ବିଗତ ଫେବୃୟାରୀ ୫, ୨୦୨୬ ଦିନ ରୁଷିଆ ଓ ଆମେରିକା ମଧ୍ୟରେ ଥିବା ‘ନିଉ-ଷ୍ଟାର୍ଟ’ ଚୁକ୍ତିର ଅବଧି ଶେଷ ହେବା, ପରମାଣୁ ଅସ୍ତ୍ର ନିର୍ମାଣ ଏବଂ ନିୟୋଜନକୁ ସୀମିତ ରଖିବା ପାଇଁ ଉଦ୍ଦିଷ୍ଟ ଏ ଚୁକ୍ତିର ପୁନଃ ନବୀକରଣ ଲାଗି ସେ ଉଭୟ ଦେଶ ଆଉ ରାଜି ହେଉନାହାନ୍ତି, ଅର୍ଥାତ୍‌ ସେମାନେ ବୋଧହୁଏ ଏବେ ଚାହୁଁଛନ୍ତି ନିଜ ନିଜର ପରମାଣୁ ଅସ୍ତ୍ର ସାମର୍ଥ୍ୟକୁ ପରିବର୍ଦ୍ଧିତ କରିବାକୁ।
ବର୍ତ୍ତମାନ ଏ ଅସ୍ତ୍ର ସର୍ବାଧିକ ସଂଖ୍ୟାରେ ରହିଛି ରୁଷିଆ ଏବଂ ଆମେରିକା ନିକଟରେ-ତାହା ଯଥାକ୍ରମେ ୫୮୮୯ ଏବଂ ୫୨୨୪। ତାଙ୍କ ପଛକୁ ଅଛନ୍ତି ଚାଇନା (୪୧୦), ଫ୍ରାନ୍ସ (୨୯୦), ବ୍ରିଟେନ୍‌ (୨୨୫), ପାକିସ୍ତାନ (୧୭୦), ଭାରତ (୧୬୦), ଇସ୍ରାଏଲ୍‌ (୧୯୦) ଏବଂ ଉତ୍ତରକୋରିଆ (୩୦)। ଅତଏବ ଉପରୋକ୍ତ ଚୁକ୍ତି ଅବଧି ସମାପ୍ତ ହେବା ଫଳରେ ପୃଥିବୀରେ ପୁନର୍ବାର ପରମାଣୁ ଅସ୍ତ୍ର ପ୍ରତିଯୋଗିତା ବୃଦ୍ଧିପ୍ରାପ୍ତ ହେବାର ଆଶଙ୍କା ଦେଖାଯାଇଛି। ଉଦାହରଣ ସ୍ବରୂପ ଇତିମଧ୍ୟରେ ଆମେରିକା ଅଭିଯୋଗ ଆଣିଛି ଯେ, ୨୦୨୦ଠାରୁ ଚାଇନା ନୂଆ ନୂଆ ପରମାଣୁ ଅସ୍ତ୍ରମାନ ପରୀକ୍ଷା କରୁଛି ା ଏଣୁ ଉଭୟ ରୁଷିଆ ଏବଂ ଚାଇନାଠାରୁ ଏ କ୍ଷେତ୍ରରେ ଅଗ୍ରଣୀ ହୋଇ ରହିବା ପାଇଁ ଖୁବ୍‌ଶୀଘ୍ର ଏ ଅସ୍ତ୍ରର ଉନ୍ନତତର ସଂସ୍କରଣମାନ ପରୀକ୍ଷା ଆରମ୍ଭ କରିବାକୁ ‘ପେଣ୍ଟାଗନ୍‌’କୁ ନିର୍ଦ୍ଦେଶ ଦେଲେଣି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହା ଫଳରେ ପୁନଶ୍ଚ ନୂତନ ପ୍ରତିଯୋଗିତାର ସୂତ୍ରପାତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ପୁନଶ୍ଚ ଏଥିରେ କୃତ୍ରିମ ମେଧାର ଉପଯୋଗ କଥା ମଧ୍ୟ କୁହାଗଲାଣି। ଏହା ପରିସ୍ଥିତିକୁ ଆହୁର ଜଟିଳ ଏବଂ ଭୟାବହ କରିଦେବ। ଅତଏବ ଏ କ୍ଷେତ୍ରରେ ପ୍ରତିଯୋଗିତା କେବଳ ରୁଷିଆ ଓ ଆମେରିକା କିମ୍ବା ଚାଇନା ମଧ୍ୟରେ ସୀମାବଦ୍ଧ ରହିବନାହିଁ। ଅନ୍ୟ ଦେଶଗୁଡ଼ିକ ମଧ୍ୟ ଏଥିପାଇଁ ମନ ବଳାଇପାରନ୍ତି।
‘ନିଉ-ଷ୍ଟାର୍ଟ’ ଚୁକ୍ତିକୁ ରୁଷିଆ ଓ ଆମେରିକା ୨୦୧୦ରେ ସ୍ବୀକୃତି ପ୍ରଦାନ କରିଥିଲେ। ତତ୍ପରେ ୨୦୨୧ରେ ତାହାର ଅବଧି ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା। ଏହାର ଆଭିମୁଖ୍ୟ ଥିଲା ଏ ଉଭୟ ଦେଶ ଏହି ସମୟରେ ପରମାଣୁ ଅସ୍ତ୍ର ତିଆରି ଏବଂ ତାହାର ନିୟୋଜନ ସୀମିତ ରଖିବେ। ଏଥି ଅନୁଯାୟୀ ସେମାନେ ପ୍ରତ୍ୟେକ ସର୍ବାଧିକ ୭୦୦ଟି ପରମାଣୁ ଅସ୍ତ୍ର ବହନକାରୀ ବ୍ୟବସ୍ଥା (ଉଡ଼ାଜାହାଜ ଓ ବିଭିନ୍ନ ପ୍ରକାର କ୍ଷେପଣାସ୍ତ୍ର)ରେ ୧୫୫୦ଟି ପର୍ଯ୍ୟନ୍ତ ପରମାଣବିକ ଅସ୍ତ୍ର ସଜ୍ଜିତ ରଖିପାରିବେ। ପୁନଶ୍ଚ ସେମାନେ ପ୍ରତି ଦୁଇବର୍ଷରେ ଥରେ ନିଜ ନିଜର ଅସ୍ତ୍ରସଂଖ୍ୟା ସମ୍ପର୍କରେ ସୂଚନା ପ୍ରଦାନ କରିବେ ଏବଂ ଚାହିଁଲେ ପରସ୍ପରର ଅସ୍ତ୍ରାଗାର ତଦାରଖ କରିପାରିବେ ବୋଲି ଏଥିରେ ବ୍ୟବସ୍ଥା ଥିଲା। ତେବେ ଏହି ଚୁକ୍ତିଟି ଅନେକ ବର୍ଷ ଧରି ଶିଥିଳ ଅବସ୍ଥାକୁ ଆସିଯାଇଥିଲା। କାରଣ ଦୀର୍ଘ ସମୟ ହେଲା କେହି କାହାରି ଅସ୍ତ୍ରାଗାର ତଦାରଖ କରିପାରିନଥିଲେ। ବିଶେଷକରି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଏହା ସମ୍ପୂର୍ଣ୍ଣ ବନ୍ଦ ଥିଲା।
ଅବଶ୍ୟ ନିଉ-ଷ୍ଟାର୍ଟ ଚୁକ୍ତି ବିଶ୍ୱକୁ ପରମାଣୁ ଅସ୍ତ୍ର ବିପଦରୁ ମୁକ୍ତ କରିବାକୁ ଅଭିପ୍ରେତ ନ ଥିଲା। ତେବେ ଏହା ଏହି ପ୍ରତିଯୋଗିତାକୁ ଅଧିକ ହେବାକୁ ଦେଇନଥିଲା। ଏବେ ଏହାର ଅବଧି ଶେଷ ହୋଇଛି। ଏଣୁ ସମୟ ଆସିଛି ଚୁକ୍ତିଟିକୁ ନୂତନ ରୂପ ଦେଇ ଅଧିକ ବ୍ୟାପକ ଏବଂ କ୍ରିୟାଶୀଳ କରିବା ଲାଗି ସମ୍ପାଦନ କରିବା। ଅତଏବ ବିଶ୍ୱର ସବୁ ଦେଶ ଏଥିରେ ସାମିଲ ହୋଇପାରିବେ। ଏପରିକି ଏହାକୁ ସମ୍ପୂର୍ଣ୍ଣ ଅସ୍ତ୍ର ବିରତି ଦିଗରେ ମଧ୍ୟ ସମ୍ପ୍ରସାରିତ କରାଯାଇପାରିବ।
୧୯୭୦ ମସିହାରେ କାର୍ଯ୍ୟକାରୀ ହୋଇଥିବା ‘ନିଉକ୍ଲିୟର ନନ୍‌-ପ୍ରୋଲିଫୋରେସନ ଟ୍ରିଟି’ ଥିଲା ଏଭଳି ଏକ ବଳିଷ୍ଠ ପଦକ୍ଷେପ। ଏହାକୁ ୧୯୯୫ ମସିହାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରାଯାଇଛି। ଆଗାମୀ ଏପ୍ରିଲ-ମେ ମାସରେ ଏହାର ପୁନଃ ସମୀକ୍ଷା ଲାଗି ନ୍ୟୁୟର୍କଠାରେ ଆନ୍ତର୍ଜାତିକ ସମ୍ମିଳନୀଟିଏ ବସିବାକୁ ଯାଉଛି। ଅତଏବ ପରମାଣୁ ଅସ୍ତ୍ରଶସ୍ତ୍ରକୁ ଧୀରେ ଧୀରେ ହ୍ରାସ କରି ଏକ ସମୟ ସୀମା ମଧ୍ୟରେ ବିଶ୍ୱକୁ ଏଥିରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ଲାଗି ତହିଁରେ ବ୍ୟବସ୍ଥା ରଖିବାକୁ ଏହା ସୁଯୋଗ ସୃଷ୍ଟି କରିଛି। ପୁନଶ୍ଚ ଭାରତ, ଉତ୍ତର କୋରିଆ, ପାକିସ୍ତାନ, ଇସ୍ରାଏଲ ଭଳି ପରମାଣୁ ଅସ୍ତ୍ରଧାରୀ ହୋଇଥିଲେ ହେଁ ଏଥିରେ ସ୍ବାକ୍ଷର କରି ନ ଥିବା ଦେଶ ଏବେ ତାହା କରିପାରିବେ ବୋଲି ଆଶା କରାଯାଏ। ଏହା ସମ୍ଭବ ହୋଇପାରିଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ପରମାଣୁ ଅସ୍ତ୍ରର ଭୟଙ୍କର ଛାୟାରେ ଥିବା ମଣିଷସମାଜ ହୁଏତ ସେଥିରୁ କିଛି ମାତ୍ରାରେ ମୁକ୍ତ ହୋଇପାରିବ।

ଡ. ରମେଶ ଚନ୍ଦ୍ର ପରିଡ଼ା
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ:୯୯୩୭୩୦୧୪୬୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?