ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ ଉଦାହରଣ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ। ଭାରତର ସ୍ବାଧୀନତା ଲାଭ ପାଇଁ ଯେଉଁ ସଶସ୍ତ୍ର ସଂଗ୍ରାମ ଏକ ପ୍ରମୁଖ ଭୂମିକା ନିଭାଇଥିଲା, ତା’ର ବହ୍ନିମାନ ସତ୍ତା ହେଉଛନ୍ତି ଉଲ୍ଲିଖିତ ଅମରତ୍ରୟୀ, ଯେଉଁମାନଙ୍କୁ ୧୯୩୧ ମାର୍ଚ୍ଚ ୨୩ ତାରିଖ ରାତି ୭ ଘଟିକା ୩୦ ମିନିଟରେ ଲାହୋରର କେନ୍ଦ୍ରୀୟ କାରାଗାରରେ ଫାଶୀ ଦିଆଯାଇଥିଲା। ତାହାପୁଣି ଦୀର୍ଘଦିନ ବିଚାରର ପ୍ରଦର୍ଶନ ପରେ। ଏ ଅମାନୁଷିକ ଦୁର୍ଘଟଣାର ପ୍ରଭାବ ସମ୍ପର୍କରେ ତତ୍କାଳୀନ ବିଶିଷ୍ଟ ସମ୍ବାଦପତ୍ର ଦି ଟ୍ରିବ୍ୟୁନ କଡ଼ାମନ୍ତବ୍ୟ ପ୍ରକାଶ କରିଥିଲେ। ଦୁଇଟି କେସ୍‌ ପାଇଁ ଏହି ମୃତ୍ୟୁଞ୍ଜୟୀ ମହାବୀରଙ୍କ ବିଚାରର ପ୍ରହସନ ଚାଲିଥିଲା। ପ୍ରଥମଟି ହେଉଛି, ୧୯୨୮ ମସିହାରେ ସାର୍‌ଜନ୍‌ ସାଇମନ କମିଶନଙ୍କ ବିରୋଧରେ ଲାହୋରରେ ପ୍ରଦର୍ଶିତ ବିକ୍ଷୋଭରେ ନେତୃତ୍ୱ ନେଉଥିବା ପଞ୍ଜାବ କେଶରୀ ଲାଲା ଲଜ୍‌ପତରାୟଙ୍କ ଉପରେ ସେଇବର୍ଷ ୩୦ ଅକ୍ଟୋବରରେ ପୋଲିିସ ସୁପରିଣ୍ଟେଣ୍ଡେଣ୍ଟ ଜେମ୍ସ ଏ. ସ୍ମଟଙ୍କ ଅମାନୁଷିକ ଆକ୍ରମଣ; ଯାହାଫଳରେ ଲାଲାଜୀ ଶହୀଦ ହେଲେ ୧୭ ନଭେମ୍ବର ୧୯୨୮ରେ। ଏପରି ଜଣେ ନରାଧମକୁ ଧରାପୃଷ୍ଠରୁ ବିଦାୟ ଦେବାକୁ ଉକ୍ତ ତିନି ବିପ୍ଳବୀ ତଥା ବିପ୍ଳବୀ ଚନ୍ଦ୍ରଶେଖର ଆଜାଦ୍‌ ସୁଚିନ୍ତିତ ଯୋଜନା କରନ୍ତି, କିନ୍ତୁ ତାଙ୍କୁ ଚିହ୍ନିବାରେ ଭୁଲ୍‌ କରି ରାଜଗୁରୁ ଓ ଭଗତ ସିଂ ସହକାରୀ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଜନ୍‌ ପି. ସଣ୍ଡର୍ସଙ୍କୁ ହତ୍ୟା କରନ୍ତି ୧୯୨୮ ମସିହା ୧୭ ଡିସେମ୍ବର ପ୍ରାୟ ଅପରାହ୍ନ ୪.୧୫ରେ ଏବଂ ଧରା ନ ପଡ଼ି ପଳାୟନ କରନ୍ତି।
ଦ୍ୱିତୀୟ କେସ୍‌ ହେଉଛି ୧୯୨୯ ଏପ୍ରିଲ ୮ରେ କେନ୍ଦ୍ରୀୟ ଆସେମ୍ଲିରେ ସେମାନଙ୍କ ଦ୍ୱାରା ବୋମା ପିଙ୍ଗା। ସ୍ବେଚ୍ଛାଚାରୀ ଇଂରେଜ ସରକାର ଦୁଇଟି ଭାରତ ବିରୋଧୀ ବିଲ୍‌ ଗୃହୀତ କରାଇଲେ (କ) ଟ୍ରେଡ୍‌ ଡିସ୍‌ପ୍ୟୁଟସ୍‌ ବିଲ୍‌, (ଖ) ପବ୍ଲିକ ସେଫ୍ଟି ବିଲ୍‌। ଏହି ବୋମା ବିସ୍ଫୋରଣ ମାଧ୍ୟମରେ ସେମାନେ ଏହି ଦୁଇ ବିଲ୍‌ର ପ୍ରତିବାଦ କରିବା ସହ ଲାଲା ଲଜ୍‌ପତ ରାୟଙ୍କ ନିର୍ମମ ହତ୍ୟାର ପ୍ରତିବାଦ ଦର୍ଶାଇବାକୁ ଚାହୁଁଥିଲେ। ଏ ବୋମା ଏପରି ସ୍ଥାନରେ ନିକ୍ଷେପ କରାଯାଇଥିଲା ଯେ, ସେଥିରୁ ସ୍ପଷ୍ଟ ଜଣାଯାଉଥିଲା ଏହାର ଉଦ୍ଦେଶ୍ୟ ନଥିଲା କାହାକୁ ହତ୍ୟା କରିବା, ବରଂ ଏହାର ଉଦ୍ଦେଶ୍ୟଥିଲା ଇଂରେଜ ସରକାରଙ୍କୁ ଚେତାବନୀ ଦେବା। ଏହି କାଣ୍ଡ ପରେ ଭଗତ ସିଂ ଓ ସାଥୀ ବଟୁକେଶ୍ୱର ଦତ୍ତ ସ୍ବତଃ ପୋଲିସ ହାତରେ ସେହି ସ୍ଥାନରେ ଧରାଦେଇଥିଲେ। ଫଳରେ ସେମାନେ ଗିରଫ ହେଲେ ଏବଂ ସେମାନଙ୍କୁ ଏଥିରେ ସହାୟତା କରିଥିବା ସେମାନଙ୍କ ଅନ୍ୟ ସାଥୀମାନଙ୍କ ବିଚାର ହେଲା। ଏହି ବୋମା ବିସ୍ଫୋରଣ ମାମଲାରେ ସେମାନଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟାକଣ୍ଡ ଭିଆଇବାକୁ ଚେଷ୍ଟା କରିଥିବା ଅଭିଯୋଗ ଆଣିଥିଲେ ବୋମା ବିସ୍ଫୋରଣ କେସ୍‌ର ବିଚାର କରିଥିବା ସେସନ୍ସ କୋର୍ଟର ନ୍ୟାୟମୂର୍ତ୍ତି ଲିଓନାର୍ଡ ମିଲେଟ୍‌, ଯଦିଓ ଘଟଣା ସ୍ଥଳରେ ସେମାନଙ୍କୁ ଗିରଫ କରିଥିବା ପୋଲିସ ଅଫିସର ସର୍ଜେଣ୍ଟ ଏଚ୍‌. ଡି. ଟେରୀ ସ୍ପଷ୍ଟ ପ୍ରକାଶ କରିଥିଲେ ଯେ, ଭଗତଙ୍କୁ ଗିରଫ କଲାବେଳେ ତାଙ୍କ ହାତରେ ଥିବା ବନ୍ଧୁକକୁ ସେ ତଳମୁହଁା କରି ଧରିଥିଲେ ଏବଂ ସାମାନ୍ୟ ଚେଷ୍ଟା କରି ନ ଥିଲେ ଖସି ଯିବା ପାଇଁ ଅର୍ଥାତ୍‌ ଜାଣିଶୁଣି ଆସାମୀ ଦ୍ୱୟ ପୋଲିସ୍‌ ନିକଟରେ ଧରାଦେଇଥିଲେ। ଏହି ମୋକଦ୍ଦମାର ବିଚାର କରାଯାଇ ସେମାନଙ୍କୁ ଚଉଦବର୍ଷ ଆଜୀବନ କାରାଦଣ୍ଡ ଆଦେଶ ହୋଇଥିଲା। ଏହା ବିରୋଧରେ ସେମାନଙ୍କ ଆବେଦନ (ଅପିଲ) ଅଗ୍ରାହ୍ୟ କରାଯାଇଥିଲା। ଏହା ସଭ୍ୟ ଇଂରେଜ ବିଚାରଧାରାର ଆଉ ଏକ ଅସଭ୍ୟ, ଘୃଣ୍ୟ ଅବିଚାର। ୧୫ ଏପ୍ରିଲ ୧୯୨୯ରେ ଲାହୋର ବାମା ତିଆରି କାରଖାନାକୁ ଆବିଷ୍କାର କରିଥିଲେ ଇଂରେଜ ପୋଲିସ। ଫଳରେ ଭଗତ ସିଂଙ୍କ ବିପ୍ଳବୀ ସଂଘ ହିନ୍ଦୁସ୍ତାନ ସୋସାଲିଷ୍ଟ ରିପବ୍ଲିକାନ୍‌ ଆର୍ମିର ଅନେକ ସଦସ୍ୟ ଗିରଫ ହେଲେ; ଯେଉଁମାନଙ୍କ ମଧ୍ୟରୁ ସାତଜଣ ରାଜସାକ୍ଷୀ ପାଲଟିଗଲେ। ଫଳରେ ସଣ୍ଡର୍ସ ହତ୍ୟାକାଣ୍ଡରେ ଭଗତ ସିଂ, ରାଜଗୁରୁ ଓ ସୁଖଦେବ ସଂପୃକ୍ତ ବୋଲି ଜଣାପଡ଼ିଲା। ସେମାନଙ୍କ ମୋକଦ୍ଦମାର ବିଚାର ଆରମ୍ଭ ହେଲା। ଭଗତ ସିଂଙ୍କୁ ଦିଲ୍ଲୀ ଜେଲ୍‌ରୁ ମିଅଁାୱାଲି ଜେଲକୁ ସ୍ଥାନାନ୍ତର କରାଗଲା।
ବିଚାର ତ୍ୱରାନ୍ବିତ କରିବା ବାହାନାରେ ଭାଇସ୍‌ରାୟ ଲର୍ଡ ଅରୱିନ ଏକ ଅଧ୍ୟାଦେଶ ବଳରେ ୧ ମେ ୧୯୩୦ରେ ଏକ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ଗଠନ କଲେ। ପ୍ରକୃତରେ ଏହାର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଥିଲା କୌଣସି ପ୍ରକାରେ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ପ୍ରାଣଦଣ୍ଡରେ ଦଣ୍ଡିତ କରିବା। ଏହି ଟ୍ରିବ୍ୟୁନାଲର ଥିଲା ଅଖଣ୍ଡକ୍ଷମତା। ଏ ଅଧ୍ୟାଦେଶ କେତେ ଅନୈତିକ ଓ ପ୍ରାଣଘାତକ ତାହା ଜଣାଯାଏ ତା’ର କ୍ଷମତାରୁ, ଯଥା: କୋର୍ଟରେ ଅଭିଯୁକ୍ତମାନଙ୍କ ବିନା ଉପସ୍ଥିତିରେ ମଧ୍ୟ ବିଚାର ଚାଲିପାରିବ। ପୁଣି ଏ ଟ୍ରିବ୍ୟୁନାଲ ରାୟ ବିରୋଧରେ ଅପିଲ କରାଯାଇ ପାରିବ କେବଳ ଲଣ୍ଡନରେ ଅବସ୍ଥିତ ପ୍ରିଭି କାଉନ୍‌ସିଲରେ। ଲାହୋରର ପୁଞ୍ଚ୍‌ ହାଉସ୍‌ରେ ଭଗତଙ୍କ ସମେତ ୧୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ୫ ମେ ୧୯୩୦ରୁ ୧୧ ସେପ୍ଟେମ୍ବର ୧୯୩୦ ପର୍ଯ୍ୟନ୍ତ ବିଚାରର ପ୍ରହସନ ପରେ ୭ ଅକ୍ଟୋବରରେ ଟ୍ରିବ୍ୟୁନାଲ ୩୦୦ ପୃଷ୍ଠାର ରାୟ ଶୁଣାଇଲେ। ସେମାନଙ୍କ ଦୋଷ (ଭଗତ ସିଂ, ସୁଖଦେବ ଓ ରାଜଗୁରୁ) ଥିଲା ସଣ୍ଡର୍ସ ହତ୍ୟାକାଣ୍ଡରେ ସଂପୃକ୍ତି। ଅନ୍ୟ ୧୨ ଜଣ ଅଭିଯୁକ୍ତଙ୍କୁ ଖଲାସ କରି ଦିଆଯାଇଥିଲା, କିନ୍ତୁ ଉକ୍ତ ତିନିଜଣଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା। ପରେ ଲଣ୍ଡନର ପ୍ରିଭି କାଉନ୍‌ସିଲରେ ସେମାନଙ୍କ ‘କ୍ଲେମେନି୍ସ’ ଆବେଦନ ପତ୍ରକୁ ଚକ୍ରାନ୍ତକରି ଖାରଜ କରିଦିଆଗଲା। ଫଳରେ ୨୩ ମାର୍ଚ୍ଚ ୧୯୩୧ ରାତି ୭.୩୦ରେ ଏହି ତିନି ଚିରଞ୍ଜୀବୀଙ୍କୁ ଫାଶୀ ଦିଆଗଲା (ଯାହା ଘୋର ଅନ୍ୟାୟ, କାରଣ ସୂର୍ଯ୍ୟାସ୍ତ ପରେ ଫାଶୀଦେବା ଜେଲ ଆଇନ ବିରୁଦ୍ଧ)। ପୁଣି ରାତି ଅନ୍ଧାରରେ ଏହି ଶହୀଦମାନଙ୍କ ଶବକୁ ଟିକି ଟିକି କରି କାଟି ବସ୍ତାରେ ଭର୍ତ୍ତିକରି ଲାହୋର ଜେଲରୁ ଖୁବ୍‌ ଗୁପ୍ତରେ ନିଆଯାଇ ପଞ୍ଜାବର ହୁସେନିୱାଲା ଠାରେ ଶତଲେଜ୍‌ ନଦୀ ନିକଟରେ ସତ୍କାର କରାଯାଉଥିଲା ବେଳେ ଜନସାଧାରଣ ଜାଣିଯିବା ଭୟରେ ଇଂରେଜ କର୍ମଚାରୀମାନେ ସେଠାରୁ ପଳାଇ ଯାଇଥିଲେ।
ଏ ସବୁ ଅମାନୁଷିକତାର ବିସ୍ତୃତ ବିବରଣୀ ଅଧ୍ୟୟନ କଲେ ଆମେ ନିଶ୍ଚୟ ଏକମତ ହେବା, ବିଶିଷ୍ଟ ଲେଖକ ଏ.ଜି. ନୁରାନୀଙ୍କ ସହ ଯେ କହିଛନ୍ତି, ଭଗତ ସିଂଙ୍କ ବିଚାର ଠିକ୍‌ ୧୭୭୫ ଓ ୧୮୫୮ରେ ହୋଇଥିବା ଯଥାକ୍ରମେ ମହାରାଜା ନନ୍ଦ କୁମାର ଓ ବାହାଦୁର ଶାହ ଜାଫରଙ୍କ ବିଚାରପରି। ”…ଭଗତ ସିଂଙ୍କ ବିଚାରର ଛଳନାମୟ ଦିଗ ଗଭୀରଭାବେ ଅଧ୍ୟୟନ କରାଯାଇ ନାହିଁ“। ଆଜିର ଏ ଶହୀଦ ଦିବସରେ ସେହି ତିନି ଅମୃତ ସନ୍ତାନଙ୍କୁ ମୋର ଆଭୂମ ପ୍ରଣାମ।

ବ୍ରଜମୋହନ ମିଶ୍ର
ଭଦ୍ରକ
ମୋ: ୮୦୧୮୦୮୭୮୩୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?