Posted inଜାତୀୟ

ସେସନ୍ସ କୋର୍ଟରେ ରାୟ ସଂରକ୍ଷିତ

ସୁରଟ, ୧୪ା୪: ‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ ମାନହାନି ମାମଲାରେ ମାଜିଷ୍ଟ୍ରେଟ କୋର୍ଟ ଦ୍ୱାରା ଦୋଷୀସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ତଥା ପୂର୍ବତନ ଏମ୍‌ପି ରାହୁଲ ଗାନ୍ଧୀ ଏହା ଉପରେ ସ୍ଥଗିତାଦେଶ ଲାଗି ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ। ଗୁରୁବାର ଉକ୍ତ ଅଦାଲତ ଉକ୍ତ ପିଟିଶନ୍‌ର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ୨୦ ତାରିଖରେ ସେସନ୍ସ ଜଜ୍‌ ରବିନ ମୋଗେରା ରାୟ ଶୁଣାଇବେ। ରାୟ ସଂରକ୍ଷିତ ରଖିବା ପୂର୍ବରୁ ବିଚାରପତି ଉଭୟ ରାହୁଲ ଏବଂ ଅଭିଯୋଗକାରୀ ଭାଜପା ନେତା ପୂର୍ଣ୍ଣେଶ ମୋଦିଙ୍କ ବୟାନ ଶୁଣିଥିଲେ।
ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନ ପୂର୍ବରୁ କର୍ନାଟକର କୋଲାରରେ ରାହୁଲ ଭାଷଣ ଦେଲାବେଳେ ସବୁ ଚୋରଙ୍କ ସାଙ୍ଗ୍ୟା ମୋଦି କାହିଁକି ବୋଲି କହିଥିଲେ। ଏନେଇ ପୂର୍ଣ୍ଣେଶ ଦାଏର କରିଥିବା ମାନହାନି ମାମଲାରେ ସୁରଟ ମାଜିଷ୍ଟ୍ରେଟ କୋର୍ଟ ଗତ ମାସ ୨୩ରେ ରାହୁଲଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହାର ଦିନକ ପରେ ରାହୁଲଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ହୋଇଯାଇଥିଲା। ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ସୁରଟ ସେସନ୍ସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାହୁଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଆର୍‌.ଏସ୍‌. ଚିମା ଉପସ୍ଥିତ ରହି ଅଦାଲତଙ୍କୁ କହିଥିଲେ, ମାନହାନି ଆଇନ ଅନୁଯାୟୀ ଯାହାଙ୍କର ସମ୍ମାନ ହାନି ହୋଇଥିବ, କେବଳ ସେହି ବ୍ୟକ୍ତି ହିଁ ମାମଲା ଦାଏର କରିପାରିବେ। ପୂର୍ଣ୍ଣେଶ ମୋଦି ମାନହାନି ମାମଲା ଦାଏର କରିବା କେତେଦୂର ଯୁକ୍ତିଯୁକ୍ତ, ଅଦାଲତ ତାହା ଅନୁଧ୍ୟାନ କରିବାକୁ ଚିମା ଅନୁରୋଧ କରିଥିଲେ। ମୋଦି ସାଙ୍ଗ୍ୟାଧାରୀ ସବୁ ବ୍ୟକ୍ତିଙ୍କୁ ଅପମାନିତ କରିବା ରାହୁଲଙ୍କ ଭାଷଣର ଉଦ୍ଦେଶ୍ୟ ଥିଲା କି ନାହିଁ ତାହା ମଧ୍ୟ ଅନୁଶୀଳନ କରାଯିବା ଆବଶ୍ୟକ ବୋଲି ଚିମା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri