Posted inଖେଳ

ଅଧିନାୟକ ପଦ ଛାଡିଲେ ରୁଟ୍‌

ଲଣ୍ଡନ,୧୫।୪: ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଜୋ ରୁଟ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳର ଖରାପ ପ୍ରଦର୍ଶନ ଯୋଗୁ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। ରୁଟ ଦୀର୍ଘ ସମୟ ଧରି ଇଂଲଣ୍ଡର ଅଧିନାୟକ ଥିଲେ, କିନ୍ତୁ ଗତ କିଛି ମାସ ଧରି ତାଙ୍କ ଅଧିନାୟକତ୍ୱରେ ଇଂଲଣ୍ଡର ପ୍ରଦର୍ଶନ ବହୁତ ମଧ୍ୟମ ଥିଲା। ଏହା ପରେ ସେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜରେ ଇଂଲଣ୍ଡ କୌଣସି ମ୍ୟାଚ ଜିତି ପାରି ନ ଥିଲା। ଏହା ପରେ ହିଁ ରୁଟ୍‌ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଥିଲା। କିନ୍ତୁ ସେ ଦଳର ଅଧିନାୟକ ଭାବରେ ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ୱେଷ୍ଟଇଣ୍ଡିଜ ଗସ୍ତରେ ତାଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯାଇଥିଲା, କିନ୍ତୁ ଏଠାରେ ମଧ୍ୟ ରୁଟଙ୍କ ସାମାନ୍ୟ ପ୍ରଦର୍ଶନ ପରେ ଇସ୍ତଫା ଦେବାକୁ ପଡିଲା।
ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଜୋ ରୁଟ କହିଛନ୍ତି ଯେ, ଦେଶର ଦଳର ଅଧିନାୟକ ହେବା ତାଙ୍କ ପାଇଁ ଗୌରବର ବିଷୟ। ଦଳର ଦାୟତ୍ୱ ନେବାକୁ ସେ ଭଲ ପାଆନ୍ତି। କିନ୍ତୁ ନିକଟରେ ସେ ତାଙ୍କ ଉପରେ ଏହି ଦାୟିତ୍ୱ ଗ୍ରହଣ କରିବାର ପ୍ରଭାବକୁ ଲକ୍ଷ୍ୟ କରିଥିଲେ। ଏହି ଦାୟିତ୍ୱ ତାଙ୍କୁ ଖେଳ ବାହାରେ ମଧ୍ୟ ପ୍ରଭାବିତ କରିଥିଲା। ସେ ନିଜ ସାଥୀ, ନୂତନ ଅଧିନାୟକ ଏବଂ ପ୍ରଶିକ୍ଷକଙ୍କୁ ସମସ୍ତ ପ୍ରକାରରେ ସାହାଯ୍ୟ କରିବାକୁ ପ୍ରସ୍ତୁତ।
ଜୋ ରୁଟ ଗତ ପାଞ୍ଚ ବର୍ଷ ଧରି ଟେଷ୍ଟ କ୍ରିକେଟ ରେ ଇଂଲଣ୍ଡ ଅଧିନାୟକତ୍ୱ କରିଥିଲେ। ଆଲାଷ୍ଟାୟର୍‌ କୁକ ପରେ, ସେ ୨୦୧୭ରେ ଇଂଲଣ୍ଡର ଟେଷ୍ଟ ଦଳର ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ଅଧିନାୟକତ୍ୱରେ ଇଂରାଜୀ ଦଳ ମୋଟ ୬୪ଟି ଟେଷ୍ଟ ମ୍ୟାଚ ଖେଳିଥିଲା। ଏଥିମଧ୍ୟରୁ ଇଂଲଣ୍ଡ ୨୭ଟି ଜିତିଛି। ଏଥିସହିତ ତାଙ୍କ ଦଳକୁ ୨୬ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ୧୧ଟି ମ୍ୟାଚ ଡ୍ର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିରଳ ସଂଯୋଗ: ୧୧୮ ବର୍ଷ ହେବ ଗୋଟିଏ ତାରିଖରେ ଜନ୍ମନେଇଛନ୍ତି ପରିବାରର ୫ ପିଢ଼ି

ୱାଶିଂଟନ,୧୬।୧୧: ଜନ୍ମଦିନକୁ ନେଇ ଏକ ଅଦ୍ଭୁତ ସଂଯୋଗ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ଏକ ପରିବାରର ପାଞ୍ଚ ପିଢ଼ିର ସଦସ୍ୟଙ୍କ ଜନ୍ମ ଗୋଟିଏ…

ସାଫ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌: କ୍ରମାଗତ ତୃତୀୟ ଥର ଚାମ୍ପିୟନ ଲକ୍ଷ୍ୟରେ ଭାରତ

ଢାକା,୧୬ା୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ସାଫ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌ ଫାଇନାଲ ମଙ୍ଗଳବାର ଖେଳାଯିବ। ଭାରତ ଓଭର ଅଲ ରେକର୍ଡ ୯ଥର ଚାମ୍ପିୟନ ହୋଇସାରିଛି। ଏଥର ଫାଇନାଲ…

ବନ୍ୟା ପରେ ଦାଉ ସାଜିଛନ୍ତି ହାତୀ: ଚିନ୍ତାରେ ଚାଷୀ

ଭଞ୍ଜନଗର, ୧୬।୧୧ (ବାବୁଲା ପ୍ରଧାନ): ଗୋଟିଏ ପଟେ ବନ୍ୟାରେ ଫସଲ ନଷ୍ଟ, ଅନ୍ୟପଟେ ହାତୀପଲଙ୍କ ଉପଦ୍ରବ। ଏଭଳି ଦୁଇମୁହାଁ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଘୁମୁସର ଅଞ୍ଚଳର ଚାଷୀ।…

ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳରୁ ହେବ ଲୋକଙ୍କୁ ସ୍ଥାନାନ୍ତର: ବାତ୍ୟା ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬।୧୧: ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ରାଜସ୍ୱ…

୨୦୨୭ ବିଶ୍ୱକପରୁ ବାଦ୍‌ ପଡ଼ିବେ ରୋହିତ ଶର୍ମା! ଆସିଲା ଚାଞ୍ଚଲ୍ୟକର ଖବର, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୬।୧୧: ଭାରତୀୟ ଦିନିକିଆ ଦଳରେ ରୋହିତ ଶର୍ମାଙ୍କ ସ୍ଥାନକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ୩୯ ବର୍ଷୀୟ ରୋହିତ ଶର୍ମା ୨୦୨୭ ଦିନିକିଆ…

ବ୍ଲକ ପରିସରରେ ସିଆଡି ଚାରା ନଷ୍ଟ

ନନ୍ଦପୁର,୧୬ା୧୧(ତୁଷାର କାନ୍ତ ମହାନ୍ତି): ସରକାର ବନୀକରଣକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଚାରାରୋପଣ କରିବାକୁ ଗୁରୁତ୍ୱ ଦେଉଛନ୍ତି। କୋରାପୁଟ ଜିଲା ନନ୍ଦପୁର ବ୍ଲକ ପ୍ରଶାସନ ଚାରାରୋପଣ…

ଅଗ୍ନିବୀରଙ୍କ ପାଇଁ ଖୁସି ଖବର! ହେଲା ବଡ଼ ଘୋଷଣା, ୬ ବର୍ଷ ପରେ ମିଳିବ…

ନୂଆଦିଲ୍ଲୀ,୧୬।୧୧: ଅଗ୍ନିବୀରଙ୍କ ନିଯୁକ୍ତି ଓ ସେବା ଅବଧିକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (CDS) ଜେନେରାଲ୍‌ ଏନ୍‌ଏସ୍‌…

ଆଜି ବିଛା ରାଶିକୁ ଚଳନ କରିବେ ସୂର୍ଯ୍ୟ: ଡିସେମ୍ବର ୧୬ ପୂର୍ବରୁ କୋଟିପତି ହେବେ ଏହି ୬ ରାଶି! ଚାକିରିରେ ବଡ଼ ପ୍ରମୋଶନ

ଆଜି ସନ୍ଧ୍ୟା ୭ଟା ୪୮ ମିନିଟରେ ସୂର୍ଯ୍ୟ ବିଛା ରାଶିକୁ ଚଳନ କରିବେ। ଏହାପରେ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଏହି ରାଶିରେ ଅବସ୍ଥାନ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?