ହ୍ୱାଇଟ ହାଉସରେ ଦୀପାବଳି ପାଳିଲେ ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ

ୱାଶିଂଟନ,୨୫ ।୧୦: ଆଲୋକର ପର୍ବ ଦୀପାବଳି ସୋମବାର କେବଳ ଭାରତ କାହିଁକି ସାରା ବିଶ୍ୱରେ ପାଳନ କରାଯାଇଥିବା ଦେଖାଯାଇଛି । ଆମେରିକାର ହ୍ୱାଇଟ ହାଉସରେ ପାଳନ କରାଯାଇଥିବା ଦୀପାବଳିକୁ ନେଇ ବିଶେଷ ଚର୍ଚ୍ଚା ହୋଇଛି । ଏବେ ପର୍ଯ୍ୟନ୍ତ ହ୍ୱାଇଟ ହାଉସରେ ଯେତେଥର ଦୀପାବଳୀ ପାଳନ କରାଯାଇଛି ଚଳିତ ବର୍ଷ ସବୁଠାରୁ ବଡ ଧରଣର ଦୀପାବଳି ଏଠାରେ ପାଳନ କରାଯାଇଥିବା କୁହାଯାଉଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୦ ଲୋକଙ୍କ ସହ ଏହି ଦୀପାବଳି ଉତ୍ସବ ପାଳନ କରିଛନ୍ତି । ଏହି ଉତ୍ସବକୁ ଆମେରିକାର ଏକ ଅଂଶ କରିଥିବାରୁ ସେ ଜନ ସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଡକ୍ଟର ଜିଲ ବାଇଡେନ ହ୍ୱାଇଟ ହାଉସରେ ଦୀପାବଳି ପାଳନ କରିଥିଲେ । ଉପରାଷ୍ଟ୍ରପତି କମଲା ହାରିସ ବି ହ୍ୱାଇଟ ହାଉସରେ ଦୀପାବଳି ପାଳନ କରିଛନ୍ତି । ଏଥିରେ ୨୦୦ରୁ ଅଧିକ ନାମୀଦାମୀ ଭାରତୀୟ-ଆମେରିକୀୟ ଯୋଗ ଦେଇଥିଲେ । ସେଥିପାଇଁ ହ୍ୱାଇଟ ହାଉସରେ ଚଳିତ ବର୍ଷର ଦୀପାବଳି ଉତ୍ସବ ସବୁଠାରୁ ବଡ ଧରଣର ହୋଇଥିଲା ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ହ୍ୱାଇଟ ହାଉସରେ ଦୀପାବଳି ପାଳନ ପରମ୍ପରା ବହୁ ପୁରୁଣା । ଏହାର ଆରମ୍ଭ ଜର୍ଜ ବୁଶ ପ୍ରଶାସନଙ୍କ ସମୟରେ ଆରମ୍ଭ ହୋଇଥିବା ବେଲେ ଏବେ ପର୍ଯ୍ୟନ୍ତ ଏହା ଚାଲି ଆସିଛି ।
ଚଳିତ ବର୍ଷ ଦୀପାବଳିରେ ହ୍ୱାଇଟ ହାଉସରେ ସାଂସ୍କୃତିକ କାର୍ଯ୍ୟକ୍ରମର ବି ଆୟୋଜନ କରାଯାଇଥିଲା । ଏହି ସମୟରେ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?