ହ୍ୱାଇଟ ହାଉସରେ ଦୀପାବଳି ପାଳିଲେ ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ

ୱାଶିଂଟନ,୨୫ ।୧୦: ଆଲୋକର ପର୍ବ ଦୀପାବଳି ସୋମବାର କେବଳ ଭାରତ କାହିଁକି ସାରା ବିଶ୍ୱରେ ପାଳନ କରାଯାଇଥିବା ଦେଖାଯାଇଛି । ଆମେରିକାର ହ୍ୱାଇଟ ହାଉସରେ ପାଳନ କରାଯାଇଥିବା ଦୀପାବଳିକୁ ନେଇ ବିଶେଷ ଚର୍ଚ୍ଚା ହୋଇଛି । ଏବେ ପର୍ଯ୍ୟନ୍ତ ହ୍ୱାଇଟ ହାଉସରେ ଯେତେଥର ଦୀପାବଳୀ ପାଳନ କରାଯାଇଛି ଚଳିତ ବର୍ଷ ସବୁଠାରୁ ବଡ ଧରଣର ଦୀପାବଳି ଏଠାରେ ପାଳନ କରାଯାଇଥିବା କୁହାଯାଉଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୦ ଲୋକଙ୍କ ସହ ଏହି ଦୀପାବଳି ଉତ୍ସବ ପାଳନ କରିଛନ୍ତି । ଏହି ଉତ୍ସବକୁ ଆମେରିକାର ଏକ ଅଂଶ କରିଥିବାରୁ ସେ ଜନ ସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଡକ୍ଟର ଜିଲ ବାଇଡେନ ହ୍ୱାଇଟ ହାଉସରେ ଦୀପାବଳି ପାଳନ କରିଥିଲେ । ଉପରାଷ୍ଟ୍ରପତି କମଲା ହାରିସ ବି ହ୍ୱାଇଟ ହାଉସରେ ଦୀପାବଳି ପାଳନ କରିଛନ୍ତି । ଏଥିରେ ୨୦୦ରୁ ଅଧିକ ନାମୀଦାମୀ ଭାରତୀୟ-ଆମେରିକୀୟ ଯୋଗ ଦେଇଥିଲେ । ସେଥିପାଇଁ ହ୍ୱାଇଟ ହାଉସରେ ଚଳିତ ବର୍ଷର ଦୀପାବଳି ଉତ୍ସବ ସବୁଠାରୁ ବଡ ଧରଣର ହୋଇଥିଲା ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ହ୍ୱାଇଟ ହାଉସରେ ଦୀପାବଳି ପାଳନ ପରମ୍ପରା ବହୁ ପୁରୁଣା । ଏହାର ଆରମ୍ଭ ଜର୍ଜ ବୁଶ ପ୍ରଶାସନଙ୍କ ସମୟରେ ଆରମ୍ଭ ହୋଇଥିବା ବେଲେ ଏବେ ପର୍ଯ୍ୟନ୍ତ ଏହା ଚାଲି ଆସିଛି ।
ଚଳିତ ବର୍ଷ ଦୀପାବଳିରେ ହ୍ୱାଇଟ ହାଉସରେ ସାଂସ୍କୃତିକ କାର୍ଯ୍ୟକ୍ରମର ବି ଆୟୋଜନ କରାଯାଇଥିଲା । ଏହି ସମୟରେ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri