Posted inଜାତୀୟ

ମଠରେ ଲିଙ୍ଗାୟତ ସାଧୁଙ୍କ ମୃତ୍ୟୁ, ମୃତଶରୀର ନିକଟରୁ ମିଳିଲା ସୁଇସାଇଡ ନୋଟ

ବେଙ୍ଗାଲୁରୁ,୨୫ ।୧୦: କର୍ନାଟକର ରାମ ନଗର ଜିଲାରେ ଜଣେ ଲିଙ୍ଗାୟତ ସାଧୁଙ୍କ ମୃତ ଶରୀର ଏକ ମଠରୁ ଜବତ କରାଯାଇଛି । ଏହାପରେ ସାରା ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ସୂଚନା ମୁତାବକ ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସକୁ ମୃତଦେହ ନିକଟରୁ ଦୁଇଟି ସୁଇସାଇଡ ନୋଟ ମିଳିଛି । ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ପୋଲିସ କହିଛି ।
ସୂଚନାଯୋଗ୍ୟ, ରାମ ନଗର ଜିଲାର ଶ୍ରୀ କଂଚୁଗଲ ବଂଦେମଠରେ ସୋମବାର ଜଣେ ଲିଙ୍ଗାୟତ ସାଧୁ ବସୱାଲିଙ୍ଗ ସ୍ୱାମୀ(୪୫)ଙ୍କକ ମୃତଦେହ ଆଶ୍ରମ ଭିତରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଯେତେବେଳେ କଂଚୁଗଲ ବଂଦେମଠ ମୁଖ୍ୟ ପୂଜାରୀ ବସୱାଲିଙ୍ଗ ସ୍ୱାମୀ ସକାଳୁ ତାଙ୍କ କୋଠରିର କବାଟ ଖୋଲି ନ ଥିଲେ ସେତେବେଳେ ଭକ୍ତମାନେ ତାଙ୍କ କବାଟ ବାଡେଇବା ସହ ତାଙ୍କୁ ଫୋନ କରିଥିଲେ । ହେଲେ ଏହାର କୌଣସି ଉତ୍ତର ନ ମିଳିବାକୁ ଭକ୍ତମାନେ ତାଙ୍କ କବାଟ ଭାଙ୍ଗି ଦେଇଥିଲେ । ସେତେବେଳକୁ ସେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri