Posted inଫୁରସତ

ଏଗ୍ରିକଲ୍ଚର ଫିଲ୍ଡରେ ଜବ୍‌

କୃଷି ବା ଏଗ୍ରିକଲ୍ଚର ଫିଲ୍ଡରେ କ୍ୟାରିୟର ଗଢ଼ିବାକୁ ଅଧିକାଂଶ ଯୁବପିଢ଼ି ଆଗ୍ରହୀ ହେଉଥିବାର ଦେଖିବାକୁ ମିଳୁଛି। କାରଣ ଏହି କ୍ଷେତ୍ରରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଦ୍ୱାରା ଭଲ ରୋଜଗାର ମଧ୍ୟ କରାଯାଇପାରୁଛି। ତେଣୁ ଏ ଦିଗରେ ଆଗ୍ରହୀ ଯୁବପିଢ଼ିଙ୍କ ପାଇଁ କ’ଣ ରହିଛି ଅପ୍ସନ ଜାଣିରଖନ୍ତୁ ସେ ସମ୍ପର୍କରେ…

କୋର୍ସ: କେତେକ ସ୍ଥାନରେ ସ୍କୁଲ୍‌ ସମୟରୁ ହିଁ ଏଗ୍ରିକଲ୍ଚରରେ ପାଠପଢ଼ା ଆରମ୍ଭ ହୋଇଯାଇଥାଏ। ଏଥିପାଇଁ ବାୟୋଲୋଜି, କେମେଷ୍ଟ୍ରି ଏବଂ ଏଗ୍ରିକଲ୍ଚର ସବ୍‌ଜେକ୍ଟ ରଖିବାକୁ ହୋଇଥାଏ। ଯୁକ୍ତ ଦୁଇ ପଢ଼ିବା ପରେ ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ହୋଇଥାଏ। ପରେ ଏଥିପାଇଁ ଡିପ୍ଲୋମା, ଡିଗ୍ରୀ, ପିଜି, ପିଏଚ୍‌ଡି ଭଳି କୋର୍ସ କରିବାର ସୁବିଧା ରହିଛି।

କ୍ୟାରିୟର ଅପ୍ସନ୍‌: ଏହି ଫିଲ୍ଡରେ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ବିଭିନ୍ନ ଚାକିରି ମିଳିବାର ସୁଯୋଗ ରହିଛି।

ସରକାରୀ ସ୍ତରରେ ଚାକିରୀ:
କୃଷି ପର୍ଯ୍ୟବେକ୍ଷକ: ଏଥିପାଇଁ ଅନ୍ତତଃ ଯୁକ୍ତ ଦୁଇରେ ଏଗ୍ରିକଲ୍ଚର ସବ୍‌ଜେକ୍ଟ ରଖି ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥାଏ। ପ୍ରତି ଦୁଇ-ତିନି ଗ୍ରାମପଞ୍ଚାୟତ ପାଇଁ ଗୋଟିଏ ଲେଖାଏ ଏହି ପୋଷ୍ଟ ରହିଥାଏ। ଏଥିପାଇଁ ମଝିରେ ମଝିରେ ସରକାରୀସ୍ତରରୁ ଚୟନ ପରୀକ୍ଷା କରାଯାଇ ନିଯୁକ୍ତି ଦିଆଯାଇଥାଏ।

ପ୍ରାଣୀଧନ ସହାୟକ ଅଧିକାରୀ: ଯୁକ୍ତ ଦୁଇ ପଢ଼ିବା ପରେ ପ୍ରାଣୀଧନ ସହାୟକ ବା ଲାଇଭ୍‌ଷ୍ଟକ୍‌ ଆସିଷ୍ଟାଣ୍ଟ ଡିପ୍ଲୋମା କରିପାରିବେ। ଏହାପରେ ବିଭିନ୍ନ ପଞ୍ଚାୟତରେ ପ୍ରାଣୀଧନ ସହାୟକ ଅଧିକାରୀ ଭାବେ ସରକାରୀ ଚାକିରି କରିପାରିବେ।

ହର୍ଟିକଲ୍ଚର ସୁପରଭାଇଜର- ଏଗ୍ରିକଲ୍ଚର ଶିକ୍ଷା ଗ୍ରହଣ କରିଥିଲେ ଏ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ନେଇପାରିବେ। ଆପଣ ଚାହିଁଲେ ନିଜର ନର୍ସରୀ ମଧ୍ୟ ଖୋଲିପାରିବେ। ଯଦି ଏଗ୍ରିକଲ୍ଚରରେ ଡିଗ୍ରୀ କରିଛନ୍ତି, ତେବେ କୃଷିଋଣ ସୁବିଧା ସହ ଅନ୍ୟ କେତେକ ସରକାରୀ ସୁବିଧା ରହିଛି। ଏହା ବ୍ୟତୀତ ଏଗ୍ରିକଲ୍ଚର ଅଫିସର, ଏଗ୍ରିକଲ୍ଚର ଇଞ୍ଜିନିୟର, ଫୁଡ୍‌ ମାଇକ୍ରୋବାୟୋଲୋଜିଷ୍ଟ, ସାଇଣ୍ଟିଷ୍ଟ, ଏଗ୍ରିକଲ୍ଚର କଲେଜ କିମ୍ବା ୟୁନିଭର୍ସିଟିରେ ଅଧ୍ୟାପନା କ୍ଷେତ୍ରରେ ବି ଜବ୍‌ କରିପାରିବେ। ଏଗ୍ରିକଲ୍ଚରରେ ରିସର୍ଚ୍ଚ କ୍ଷେତ୍ରରେ ମଧ୍ୟ ଆପଣ ଅନେକ ପ୍ରକାରର ଜବ୍‌ କରିପାରିବେ।

ବେସରକାରୀ ସ୍ତରରେ ଚାକିରୀ: ଏଗ୍ରିକଲ୍ଚର ଡିଗ୍ରୀ ଥିଲେ ପ୍ରାଇଭେଟ୍‌ ସେକ୍ଟରରେ ମାର୍କେଟିଂ ଅଫିସର, ସେଲ୍ସ ଡେଭେଲପମେଣ୍ଟ ଅଫିସର, ବ୍ୟାଙ୍କ୍‌ରେ ଏଗ୍ରିକଲ୍ଚର ଡେଭେଲପ୍‌ମେଣ୍ଟ ଅଫିସର ଭାବେ କାର୍ଯ୍ୟ କରିପାରିବେ। ଏହାବ୍ୟତୀତ ଫାର୍ମ ମ୍ୟାନେଜର, ଟେକ୍ନିକାଲ୍‌ ଏଗ୍ରିକଲ୍ଚର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ ବି କରିପାରିବେ। ଏହି ପାଠ ପଢ଼ିଥିଲେ ବିଦେଶୀ କମ୍ପାନୀଗୁଡିକରେ ମଧ୍ୟ ଅନେକ ଜବ୍‌ ସୁବିଧା ରହିଛି। ଆପଣ ଚାହିଁଲେ ନିଜର ଷ୍ଟାର୍ଟଅପ୍‌ ଆରମ୍ଭ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟରେ ସ୍ୱର୍ଣ୍ଣପ୍ରାଶନ କାର୍ଯ୍ୟକ୍ରମ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲରେ ମଙ୍ଗଳବାର କୌମାରଭୃତ୍ୟ–ଶିଶୁରୋଗ ବିଭାଗ ପକ୍ଷରୁ ଶିଶୁମାନଙ୍କ ସୁସ୍ଥତା ଓ ସାମଗ୍ରିକ ବିକାଶକୁ ଲକ୍ଷ୍ୟ…

ଦଶମ ପାସ କରିଥିଲେ ଆୟକର ବିଭାଗରେ ସରକାରୀ ଚାକିରି; ଦରମା ୫୫ହଜାରୁ ଅଧିକ, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ଆୟକର ବିଭାଗ ୧୦ମ ପାସ୍ ଯୁବକମାନଙ୍କ ପାଇଁ ସରକାରୀ ଚାକିରିର ସୁଯୋଗ ଆଣିଦେଇଛି। ବିଭାଗର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ କ୍ଷେତ୍ରରେ କ୍ୟାଣ୍ଟିନ୍ ଆଟେଣ୍ଡାଣ୍ଟ (କ୍ୟାଣ୍ଟିନ୍ ପରିଚାରକ)ର ୭ଟି…

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri