Posted inଜାତୀୟ

ଜେଏନ୍‌ୟୁରେ ଛାତ୍ର-କର୍ମଚାରୀ ସଂଘର୍ଷ

ନୂଆଦିଲ୍ଲୀ,୧୦।୬: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଗୋଟିଏ ଗୋଷ୍ଠୀ ଛାତ୍ର ଏବଂ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଛାତ୍ରଗୋଷ୍ଠୀ ଜବରଦସ୍ତ ସେଣ୍ଟ୍ରାଲ ଲାଇବ୍ରେରିରେ ପ୍ରବେଶ କରି କାଚ ଡୋର୍‌ ଭାଙ୍ଗି ଥିଲେ। ଏହାକୁ ବିରୋଧ କରିଥିଲେ ସୁରକ୍ଷା କର୍ମଚାରୀ। ଫଳରେ ସୁରକ୍ଷା କର୍ମଚାରୀ ଏବଂ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବିଶ୍ୱବିଦ୍ୟାଳୟ ପ୍ରଶାସନ ଛାତ୍ରମାନଙ୍କ ବିରୋଧରେ ଥାନାରେ ଏତଲା ଦାଏର କରିଛି। ୟୁନିଭର୍ସିଟି କର୍ତ୍ତୃପକ୍ଷଙ୍କ ଅଭିଯୋଗ ଅନୁଯାୟୀ, ଛାତ୍ର ଗୋଷ୍ଠୀ ୨ ଦିନ ହେଲା ବି.ଆର୍‌. ଆମ୍ବେଡ୍‌କର ଲାଇବ୍ରେରିକୁ କବ୍‌ଜା କରି ରଖିଥିଲେ। ୮ ତାରିଖରେ ଏହି ଘଟଣା ଘଟିଥିବା ବେଳେ ବୁଧବାର ମାମଲା ରୁଜୁ ହୋଇଥିବା ପୋଲିସ କହିଛି। ତେବେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ। ମହାମାରୀ ସମୟରେ ବିଶୃଙ୍ଖଳିତ ଛାତ୍ରମାନଙ୍କ ଏଭଳି କାର୍ଯ୍ୟ ଯୋଗୁ ଲାଇବ୍ରେରି କର୍ମଚାରୀ ଏବଂ ହଷ୍ଟେଲରେ ରହୁଥିବା ଅନ୍ୟ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ମୋଦି କହିଲେ ବୁଡ଼ି ମର

ମୁମ୍ବାଇ,୧୭ା୧୦(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମହାରାଷ୍ଟ୍ର ନିର୍ବାଚନ ପ୍ରଚାରରେ ଯାଇ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବିପକ୍ଷ ନେତାମାନଙ୍କ ଉପରେ କଟୁ ମନ୍ତବ୍ୟ...

ଭ୍ରଷ୍ଟ ଶାସନ ଦେବା ଆମ ସରକାରଙ୍କ ଲକ୍ଷ୍ୟ: ଆନ୍ଧ୍ର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ

ଅମରାବତି,୧୬।୬: ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପି ପୁଷ୍କା ଶିଓ୍ବାନିଙ୍କ ପାଟିରୁ ଖସି ଯାଇଥିବା କଥା ପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡିଛି। ଗତ ଶନିବାର...

ସିଭିଲ ହସ୍ପିଟାଲକୁ କାଳକୋଠରି କହିଥିବା ବିଚାରପତିଙ୍କୁ ବେଞ୍ଚ୍‌ରୁ ହଟାଗଲା

ନୂଆଦିଲ୍ଲୀ,୩୦ା୫: କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଅହମଦାବାଦର ସିଭିଲ ହସ୍ପିଟାଲ କାଳକୋଠରିଠାରୁ ନିକୃଷ୍ଟ ବୋଲି କହିଥିବା ବିଚାରପତି ଇଲେଶ ଭୋରାଙ୍କୁ କୋଭିଡ୍‌ ମାମଲା ବିଚାର କରୁଥିବା...

ଗୁଜରାଟ ଦଙ୍ଗା: ବିଲ୍‌କିସ୍‌ ବାନୋଙ୍କୁ ୨ ସପ୍ତାହ ମଧ୍ୟରେ ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦।୯: ଗୁଜରାଟରେ ୨୦୦୨ରେ ହୋଇଥିବା ଦଙ୍ଗାରେ ୨୧ ବର୍ଷ ବୟସ୍କା ବିଲ୍‌କିସ୍‌ ବାନୋଙ୍କୁ ଗଣବଳାତ୍କାର କରାଯିବା ସହିତ ତାଙ୍କର ୩ ବର୍ଷର ଶିଶୁ କନ୍ୟାଙ୍କୁ ହତ୍ୟା...

ପଞ୍ଜାବରେ ଚିହ୍ନଟ ହେଲେ ୨ କରୋନା ଭାଇରସ ସଂକ୍ରମିତ

ଅମୃତସର,୭।୩: ପଞ୍ଜାବ ହୋସିଆରପୁରରେ ଶନିବାର ଆଉ ୨ଜଣ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅମୃତସରରେ ଥିବା ଗୁରୁ ନାନକ ଦେବ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି।...

ଶୀତଦିନେ ସପ୍ତାହରେ ୨ ଥର କରନ୍ତୁ ଉଷୁମ ତେଲ ମାଲିସ୍‌…

ଶୀତଦିନେ ଶରୀରରେ ଉଷୁମ ତେଲ ମାଲିସ୍‌ କଲେ ଅନେକ ଉପକାର ମିଳିଥାଏ । ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି...

ଗୁରୁଗ୍ରାମରୁ ବିହାର ପର୍ଯ୍ୟନ୍ତ ସାଇକେଲରେ ଯାତ୍ରା କରିଥିବା ଜ୍ୟୋତିଙ୍କ ସମ୍ମାନରେ ଡାକ ଟିକେଟ ଜାରି

ପାଟନା,୨୫।୫: ଲକ୍‌ଡାଉନ ଯୋଗୁ ବାହାରେ ଫସିରହିଥିବା ଜ୍ୟୋତି ଓ ତାଙ୍କ ପିତାଙ୍କୁ ନେଇ ଏବେ ଚର୍ଚ୍ଚା ଚାରିଆଡେ। ପିତାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ବିହାର ଦରଭଙ୍ଗା...

ମୋଦିଙ୍କ ଦାଢ଼ି ବଢୁଛି, ଦେଶର ଜିଡ଼ିପି କମୁଛି: ଶଶି ଥରୁର୍‌

ନୂଆଦିଲ୍ଲୀ,୩।୩: କଂଗ୍ରେସ ପକ୍ଷରୁ ଶଶି ଥରୁର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାଗେର୍ଟ କରି ଟୁଇଟରରେ ଏକ ରୋଚକ ଗ୍ରାଫିକ୍ସ୍‌ ଅପଲୋଡ୍‌ କରିଛନ୍ତି। ସେ ମୋଦିଙ୍କ ଦାଢ଼ିକୁ...

Advertisement


Archives

Model This Week

Why Dharitri