ପୁଟିନ୍‌ଙ୍କ ରାସ୍ତା ଆପଣେଇବାକୁ ଚାହୁଁଛନ୍ତି ଜିନ୍‌ପିଙ୍ଗ୍‌, ଭିଏତ୍‌ନାମ ସୀମାରେ ଚାଇନା ଯୁଦ୍ଧପୋତ…

ବେଜିଂ, ୬।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କ ରାସ୍ତା ଆପଣେଇବାକୁ ଚାହୁଁଛନ୍ତି। ଚାଇନା ଦକ୍ଷିଣ ଚୀନ ସାଗରରେ ଏହାର ଦକ୍ଷିଣ ହେନାନ ପ୍ରଦେଶ ଏବଂ ଭିଏତନାମ ମଧ୍ୟରେ ଥିବା ଅଞ୍ଚଳରେ ସାମରିକ ଅଭ୍ୟାସ କରୁଛି।

ବ୍ୟାଙ୍କକ ପୋଷ୍ଟ ରିପୋର୍ଟ କରିଛି ଯେ ବେଜିଂର ଯୁଦ୍ଧପୋତଗୁଡ଼ିକ ଏହି ଅଞ୍ଚଳରେ ସାମରିକ ଅଭ୍ୟାସ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଜାରି ରଖିବେ ବୋଲି ହେନାନ ସାମୁଦ୍ରିକ ସୁରକ୍ଷା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଅଞ୍ଚଳ ଭିଏତନାମର ୨୦୦ ନ୍ୟୁଟିକାଲ ମାଇଲ ଏକ୍ସକ୍ଲୁସିଭ ଇକୋନୋମିକ ଜୋନ ମଧ୍ୟରେ ରହିଛି।

ବିବାଦୀୟ ଜଳପଥର ଏକ ବଡ଼ ଅଂଶ ଚାଇନା ଦାବି କରିଆସୁଛି। ଏହି ଅଞ୍ଚଳର କିଛି ରିଫ୍‌ ଏବଂ ଦ୍ୱୀପପୁଞ୍ଜରେ କୃତ୍ରିମ ଦ୍ୱୀପ ମଧ୍ୟ ଚାଇନା ପକ୍ଷରୁ ନିର୍ମାଣ କରାଯାଇଛି। ଆମେରିକା ସମେତ ବହୁ ଦେଶ ଏହି ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି ଯେ, ଚାଇନାର ଦାବି ୧୯୮୨ ମସିହା ସାଗର ସମ୍ମିଳନୀ ଆଇନ ଅନୁସାରେ ଅସଙ୍ଗତ। ଅନ୍ତର୍ଜାତୀୟ ନିୟମ ଅନୁରୂପ ସାମୁଦ୍ରିକ ଦାବିକୁ ସୁସଂଗତ କରିବାକୁ ଆମେରିକା ବାରମ୍ବାର ଚାଇନାକୁ ଆହ୍ବାନ କରିଛି।

ଦକ୍ଷିଣ ଚୀନ ସାଗରରେ ବେଆଇନ ତଥା ଜୋର ଜବରଦସ୍ତ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ମଧ୍ୟ ଚାଇନାକୁ କୁହାଯାଇଛି। ତେବେ ଚାଇନା ଏହାକୁ ଅଣଦେଖା କରି ନିଜର ବିସ୍ତାରବାଦୀ ନୀତିକୁ ଗୁରୁତ୍ୱ ପ୍ରଦାନ କରୁଥିବା ଅନ୍ତର୍ଜାତୀୟସ୍ତରରେ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀଙ୍କ ପାଖରେ ବୋମାବର୍ଷୀ ଡ୍ରୋନ୍‌…

ଓ୍ବାଶିଂଟନ, ୬।୨ : ଏବେ ଆତଙ୍କବାଦୀଙ୍କ ସହିତ ଲଢ଼େଇ କରିବା କଷ୍ଟକର ହେବାକୁ ଯାଉଛି। ଏନେଇ ଅନ୍ତର୍ଜାତୀୟସ୍ତରରେ ବିକଶିତ ରାଷ୍ଟ୍ରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସୌଦି...

ରୁଷିଆ ବୋମା ମାଡ଼ କଲେ ଷ୍ଟ୍ରିପ୍‌ କ୍ଲବ୍‌ରେ ଆଶ୍ରୟ ନେବେ ୟୁକ୍ରେନ୍‌ ଜନସାଧାରଣ…

କାଇଭ୍‌, ୩।୨ : ପୂର୍ବ ୟୁରୋପରେ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। କୁହାଯାଉଛି ଯେ...

ପ୍ୟାରିସ୍‌ ଜଳବାୟୁ ଚୁକ୍ତି: ଆମେରିକା ବ୍ୟତୀତ ସବୁ ଜି୨୦ ରାଷ୍ଟ୍ରଙ୍କ ସମର୍ଥନ

ଓସାକା,୩୦ା୬(ପି.ଟି): ପ୍ୟାରିସ୍‌ ଜଳବାୟୁ ଚୁକ୍ତିନାମାକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିବାକୁ ଶନିବାର ଜି-୨୦ ରାଷ୍ଟ୍ରଗୋଷ୍ଠୀର ୧୯ ସଦସ୍ୟ ରାଷ୍ଟ୍ର ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। କେବଳ ଆମେରିକା ଏହାକୁ ସମର୍ଥନ...

‘ଭୋଟ୍‌ ଦେବା ବେଳେ ଇମ୍ରାନଙ୍କ ଦୁର୍ନୀତି, ଆର୍ଥିକ ବିପର୍ଯ୍ୟୟ କଥା ମନେ ପକାଇବ’

ଇସଲାମାବାଦ,୧୭ା୭:  ପାକିସ୍ତାନର ପଞ୍ଜାବରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ପଞ୍ଜାବର ୨୦ଟି ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ରବିବାର...

ଖାଦ୍ୟ ଥାଇ ୨୦୦ କୋଟି ଭୋକିଲା

ନୂଆଦିଲ୍ଲୀ, ୧୭।୧୦: ବିଶ୍ୱରେ ଆବଶ୍ୟକ ପରିମାଣର ଖାଦ୍ୟ ଉତ୍ପାଦନ ହେଉଥିଲେ ସୁଦ୍ଧା ଆନେକ ଦେଶ ଖାଦ୍ୟାଭାବ ସଙ୍କଟ ଦେଇ ଗତି କରୁଛନ୍ତି। ଏହାପଛର ପ୍ରମୁଖ କାରଣ...

ବ୍ରିଟେନ ଭାରତ ସହ ନୂଆ ଏଫଟିଏ ଆଣିବାକୁ ପ୍ରତିବଦ୍ଧ: ସୁନକ

ଲଣ୍ଡନ,୨୯ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ତଥା ମୂଳ ଭାରତୀୟ ଋଷି ସୁନକ ଭାରତ ସହ ମୁକ୍ତ ବ୍ୟାପାରା ଚୁକ୍ତିନାମା(ଏଫଟିଏ) ପାଇଁ ବ୍ରିଟେନର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।...

ସେରମ୍‌ର ସିଇଓଙ୍କୁ ଧମକ, ଟୁଇଟ୍‌ କରି ଦେଲେ ସୂଚନା

ଲଣ୍ଡନ,୨।୫: ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାଓ୍ବାଲାଙ୍କୁ ଟିକା ଯୋଗାଣ ନେଇ ଧମକ ମିଳୁଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି ଟୁଇଟ୍‌ରେ...

ପାକ୍‌ ସୁପ୍ରିମକୋର୍ଟରେ ପ୍ରଥମ ମହିଳା ବିଚାରପତି

ଇସ୍‌ଲାମାବାଦ: ପାକିସ୍ତାନ ସୁପ୍ରିମକୋର୍ଟର ୭୫ ବର୍ଷ ଇତିହାସରେ ଏକ ନୂଆ ଘଟଣା ଘଟିବାକୁ ଯାଉଛି। ସେପ୍ଟେମ୍ବର ୯ରେ ଜଷ୍ଟିସ୍‌ ଆୟେଶା ମଲିକଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ...

Advertisement
Archives

Model This Week