ବିଏମ୍‌ସି ପାଇଁ ଚୂଡ଼ାନ୍ତ ହୋଇନି ୩ ଦଳର ପ୍ରାର୍ଥୀ

ବ୍ରହ୍ମପୁର ଅଫିସ,୬।୩: ବ୍ରହ୍ମପୁର ପୌର ନିର୍ବାଚନ ପାଇଁ ଶନିବାର ସୁଦ୍ଧା ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ। ତେଣୁ ଆଶାୟୀମାନେ ନିରାଶ ହୋଇଛନ୍ତି ଏବଂ ମୁଖ୍ୟତଃ ବିଜେଡି ଟିକେଟ ଲାଗି ଆବେଦନ କରିଥିବା କର୍ମୀମାନେ ଦଳର ଜିଲା କାର୍ଯ୍ୟାଳୟରେ ଗହଳି କରୁଛନ୍ତି। ଭାଜପାର କାହାକୁ ଟିକେଟ ଦିଆଯିବ ସେଥିନିମନ୍ତେ ଶନିବାର ସନ୍ଧ୍ୟାରେ କାହ୍ନୁ ଚରଣ ପତିଙ୍କ ବାସଭବନରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଗଞ୍ଜାମ ଜିଲା ପ୍ରଭାରୀ ଅଶୋକ ମିଶ୍ର ଯୋଗ ଦେଇଛନ୍ତି। ବୈଠକ ଶେଷରେ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବାର ପତି ସୂଚନା ଦେଇଛନ୍ତି। ତେବେ କଂଗ୍ରେସର ପ୍ରାକ୍‌ ପ୍ରସ୍ତୁତି ହୋଇ ନ ଥିବା ଦଳର ଦୁର୍ବଳତାକୁ ପଦାରେ ପକାଇଛି।
ଗଞ୍ଜାମ ଜିଲା ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଶୁକ୍ରବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଆସିଥିଲେ। ଦଳର ଜିଲା କାର୍ଯ୍ୟାଳୟକୁ ବିଧାୟିକା ଓ ବିଧାୟକମାନଙ୍କୁ ଡ଼କାଇଥିଲେ। ହିଞ୍ଜିଳି ମ୍ୟୁନିସିପାଲିଟି ଓ ଆଉ ୧୬ ଏନ୍‌ଏସି ପାଇଁ ନଗରପାଳ ଏବଂ କାଉନ୍‌ସିଲର ପ୍ରାର୍ଥୀ ନିମନ୍ତେ ବିଜେଡି ଟିକେଟ ଲୋକ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ। ଜିଲାର ମୁଖ୍ୟ ସ୍ଥାନ ବ୍ରହ୍ମପୁର ମହାନଗର ନିଗମ ନିମନ୍ତେ କର୍ପୋରେଟର ତାଲିକା ପ୍ରକାଶ ନ କରି ଭୁବନେଶ୍ୱର ଫେରିଥିଲେ।
୪୨ କର୍ପୋରେଟର ପ୍ରାର୍ଥୀ ପାଇଁ ଦୁଇ ଶତାଧିକ ଆଶାୟୀ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ତାଲିକା ଘୋଷଣା ପରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବ ଏବଂ ସେମାନେ ଅନ୍ୟ ଦଳକୁ ଡ଼େଇଁବାର ସୁଯୋଗ ମିଳିବ। ତେଣୁ ନାମାଙ୍କନର ଶେଷ ଦିବସରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବାର ମସୁଧା ଚାଲିଛି।
ବିଜେଡିର ଜଣେ ଦାୟିତ୍ୱସମ୍ପନ୍ନ ନେତାଙ୍କ ସୂଚନାନୁସାରେ ଗୋଟିଏ ଫର୍ମରେ ୪୨ ଜଣଙ୍କ ନଁା ଲେଖାଥିବା ଦଳୀୟ ଟିକେଟ ତାଲିକା ସିଧା ରିଟର୍ନିଂ ଅଫିସରଙ୍କଠାରେ ଦାଖଲ କରାଯିବ। ଶେଷ ଦିବସ ସୋମବାର ଘୋଷଣା ଦ୍ୱାରା ଅସନ୍ତୁଷ୍ଟଙ୍କ ଦଳ ଡ଼ଇଁା ରୋକାଯାଇ ପାରିବ। ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ନାମ ଗୋପନ ରଖି ନେତା ଜଣକ କହିଛନ୍ତି। ତେଣୁ ତିନି ଦଳରେ ଅସନ୍ତୋଷର ନିଅଁା ଜଳୁଛି। ବ୍ରହ୍ମପୁର ପୌର ଇତିହାସରେ ଏଭଳି ସମସ୍ୟା ପ୍ରଥମ ହୋଇଥିବା ସଚେତନ ମହଲ କହୁଛନ୍ତି।
ଅପରପକ୍ଷରେ ନାମାଙ୍କନର ଶନିବାର ୪ର୍ଥ ଦିବସରେ ମେୟର ପାଇଁ ୨ ଓ କର୍ପୋରେଟର ନିମନ୍ତେ ୪୪ ଫର୍ମ ବିକ୍ରି ହୋଇଛି। ମେୟର ପଦ ନିମନ୍ତେ ସି. ପ୍ରିୟଙ୍କା ରିଟର୍ନିଂ ଅଫିସରଙ୍କ ଦପ୍ତରରେ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କର୍ପୋରେଟର ଲାଗି ୨ନଂ. ଜୋନରୁ ଆରତୀ କୁମାରୀ ଦେବୀ, ୧୮ନଂ. ୱାର୍ଡରୁ ଶ୍ରୀତମ ବିଶୋୟୀ, ୨୧ନଂ. ୱାର୍ଡରୁ ଅଭିମନ୍ୟୁ ଦଳାଇ, ୨୭ନଂ.ରୁ ବିଷ୍ଣୁ ଚରଣ ରଣା, ୨୮ନଂ.ରୁ ଶାନ୍ତି ରଣା, ୨୯ନଂ.ରୁ ମାମାଲି ବେହେରା, ୩୯ନଂ.ରୁ ସାବିତ୍ରୀ ନାୟକ, ୪୦ନଂ.ରୁ ଅରବିନ୍ଦ ମଣ୍ଡଳ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ମନୋନୟନ ପତ୍ର ଯାଞ୍ଚ ଦିନ ସେମାନେ କେଉଁ ଦଳର ତାହା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କର୍ତ୍ତୃପକ୍ଷ ଶୁଣିଲେନି, ଏକାଠି ହୋଇ କେନାଲ ଖୋଳିଲେ ଚାଷୀ

ଦିଗପହଣ୍ଡି,୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମୁଳା ଗ୍ରାମର ଚାଷଜମିକୁ ଜଳ ଯୋଗାଣ ପାଇଁ କହ୍ନେଇ ନାଳ ଜଳସେଚନ ପ୍ରକଳ୍ପର ଶାଖା କେନାଲ ଦୀର୍ଘବର୍ଷ ହେଲା...

‘ଜିନ ଓ୍ବା’ରୁ କଢ଼ାଯିବ ତେଲ

ଚିଲିକା,୨୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିଲିକା ନିକଟ ରାଜହଂସରେ ଫସି ରହିଥିବା ମାଲେସୀୟ ଜାହାଜ ‘ଜିନ ଓ୍ବା’ରୁ ତେଲ କଢ଼ାଯିବ। ତେଲ କାଢ଼ିବା ପାଇଁ ସମ୍ପୃକ୍ତ ଜାହାଜ...

ଖେଳୁଥିବା ବେଳେ ୪ ଶିଶୁ ପୋଡ଼ିଯିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ୩ ଶିଶୁ

ହାତୀଓଟ,୨୩।୨(ଡି.ଏନ୍‌.ଏ.): ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ୩ ଶିଶୁ। ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଇରଛଟା ଗାଁରେ ରବିବାର ସକାଳେ ନିଆଁରେ ପୋଡ଼ିଯାଇ ଗୁରୁତର ହୋଇଥିବା...

ପୋଷ୍ଟ ଅଫିସ୍‌ ଜମା ଟଙ୍କା ଫେରସ୍ତ ଦାବି: ଅଧିକ୍ଷକଙ୍କୁ ଘେରିଲେ ଜମାକାରୀ

ଆସିକା,୨୫ା୭(ଡି.ଏନ୍‌.ଏ.)- ଆସିକା ଡାକ ମଣ୍ଡଳର କବିସୂର୍ଯ୍ୟନଗର ସବ୍‌ପୋଷ୍ଟ ଅଫିସ୍‌ ଶିଆଳିଆ ଶାଖା ଡାକଘରେ ଜମାକାରୀଙ୍କ ଟଙ୍କା ହେରଫେର୍‌ ହୋଇଥିବା ନେଇ ଜମାକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।...

ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଜବତ

ପାତ୍ରପୁର,୨୩ା୯(ଡି.ଏନ.ଏ.): ସାମନ୍ତିଆପଲ୍ଲୀ ରେଞ୍ଜ ନାରାୟଣପୁର ଛକ ନିକଟରେ ଶୁକ୍ରବାର ଆନ୍ଧ୍ର ଚାଲାଣ ବେଳେ ଜଙ୍ଗଲ ବିଭାଗ ଶଗୁଆନ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ...

ବ୍ରହ୍ମପୁର ମହାନଗର : ପ୍ରତି ୱାର୍ଡରେ ଆଳୁ, ପିଆଜ ବିକିବେ ଏସ୍‌ଏଚଜି ମହିଳା

ବ୍ରହ୍ମପୁର ଅଫିସ,୨୫ା୩-ବ୍ରହ୍ମପୁର ମହାନଗରର ପ୍ରତି ୱାର୍ଡରେ ଠେଲା ଗାଡ଼ି ନେଇ ଏସ୍‌ଏଚଜି ମହିଳାମାନେ ଗୁରୁବାରୁ ଆଳୁ, ପିଆଜ ବିକିବେ ବିକ୍ରି କରିବେ। ଏହି ବ୍ୟବସ୍ଥା ବିଏମ୍‌ସି...

ମା’ ଭଳି ମାତୃଭାଷାକୁ ଆଦର କର

ବ୍ରହ୍ମପୁର ଅଫିସ୍‌,୧୬ା୭-ଦିନ ଥିଲା, ବ୍ରହ୍ମପୁର ସହରସ୍ଥିତ ବିଦ୍ୟାଳୟଗୁଡ଼ିକରେ ପ୍ରଥମଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହଜାର ହଜାର ଛାତ୍ରୀଛାତ୍ର ତେଲୁଗୁ ଭାଷାରେ ଅଧ୍ୟୟନ କରୁଥିଲେ । ହେଲେ...

ଦୋକାନ ତାଲା ଭାଙ୍ଗି ଲୁଟ୍‌

ହିଞ୍ଜିଳିକାଟୁ,୮ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଇଁଚବଣିଆ ଗାୟତ୍ରୀ ନଗର ପ୍ରଥମ ଲାଇନରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନର କବାଟ ତାଲା...

Advertisement
Archives

Model This Week