
ନୂଆପଡ଼ା,୧୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ବିଜ୍ଞାପିତ ଅଞ୍ଚଳ ପରିଷଦ ଖରିଆର ରୋଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ଏକ କୋଟି ୮୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମୁଣ୍ଡା ଗାଁ ପୋଖରୀ, ୭୫ ଲକ୍ଷର ସ୍ମାର୍ଟ ପାର୍କ, ୯୭ ଲକ୍ଷର ବନକା ପୋଖରୀ, ୧୨ ଲକ୍ଷର ନୂତନ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ୧ କୋଟି ୭୫ ଲକ୍ଷର ଭୂତଳ ଜଳ ସଂରକ୍ଷଣ କେନ୍ଦ୍ର୍, ୯ ଲକ୍ଷର ନୂତନ ସ୍କୁଲ ଗୃହ ନିର୍ମାଣ, ୧ କୋଟି ୪ ଲକ୍ଷର ମଙ୍ଗରାପାଲି ପୋଖରୀ ନବୀକରଣ, ଶହେ ଲୋକଙ୍କ ପାଇଁ ନିର୍ମିତ ଆହାରକେନ୍ଦ୍ର ପରିଦର୍ଶନ କରିଥିଲେ। ଜିଲାପାଳଙ୍କ ସହିତ ଏନ୍ଏସି ଅଧ୍ୟକ୍ଷା ଡ. ସୋନିଆ ଜୈନ, ଉପାଧ୍ୟକ୍ଷ ନିଶାନ୍ତ ଡ଼ାଗା, କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଜିଲାପାଳ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ଶିଶୁମାନଙ୍କ ଗହଣରେ କିଛି ସମୟ ବିତାଇ ସେମାନଙ୍କୁ ଉତ୍ସାହିତ କରିଥିଲେ। ସହରାଞ୍ଚଳର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ସମୟସୀମା ମଧ୍ୟରେ ସାରିବା ପାଇଁ ଜିଲାପାଳ ଆହ୍ବାନ ଦେଇଥିଲେ l