Posted inଜାତୀୟ

ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତା ଗିରଫ

ମୁମ୍ବାଇ,୨।୯: ବ୍ୟାଙ୍କ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡରିଂ ମାମଲାରେ ଶୁକ୍ରବାର ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କରିଛି। ନରେଶ କାନାରା ବ୍ୟାଙ୍କରୁ ନେଇଥିବା ଋଣରୁ ୫୩୮ କୋଟି ଟଙ୍କା ପରିଶୋଧ କରି ନ ଥିବା ଅଭିଯୋଗ ରହିଛି। ତାଙ୍କୁ ଇଡି ଅଧିକାରୀମାନେ ଏଜେନ୍ସି ମୁଖ୍ୟାଳୟରେ ଦୀର୍ଘ ସମୟ ଧରି ଜେରା ପରେ ମନି ଲଣ୍ଡରିଂ ନିବାରଣ ଆଇନ(ପିଏମ୍‌ଏଲ୍‌ଏ) ବଳରେ ଗିରଫ କରିଥିଲେ। ୭୪ ବର୍ଷୀୟ ନରେଶଙ୍କୁ ଶନିବାର ମୁମ୍ବାଇସ୍ଥିତ ଏକ ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେବା ପାଇଁ ଅନୁରୋଧ କରିବେ ବୋଲି ଜଣାପଡ଼ିଛି।
ଜେଟ୍‌ ଏୟାରଓ୍ବେଜ୍‌, ନରେଶ ତାଙ୍କ ସ୍ତ୍ରୀ ଅନୀତା ଗୋୟଲ ଏବଂ କମ୍ପାନୀର କେତେଜଣ ପୂର୍ବତନ କର୍ମଚାରୀ କାନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କା ଠକେଇ କରିଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏଫ୍‌ଆଇଆର୍‌ରେ ଦର୍ଶାଇବା ପରେ ଏହି ମନି ଲଣ୍ଡରିଂ ମାମଲା ସାମ୍ନାକୁ ଆସିଥିଲା। କାନାରା ବ୍ୟାଙ୍କ ଜେଟ୍‌ ଏୟାରଓ୍ବେଜ୍‌ ଇଣ୍ଡିଆ ଲିମିଟେଡ୍‌(ଜେଆଇଏଲ୍‌)କୁ ୮୪୮.୮୬ କୋଟି ଟଙ୍କାର ଋଣ ମଞ୍ଜୁର କରିଥିଲା। ତେବେ ନରେଶ ଓ ତାଙ୍କ ସହଯୋଗୀମାନେ ସେଥିରୁ ୫୩୮.୬୨ କୋଟି ଟଙ୍କା ନ ଶୁଝିବାରୁ ବ୍ୟାଙ୍କର ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା। ୨୦୨୧ ଜୁଲାଇ ୨୯ରେ ଉକ୍ତ ଆକାଉଣ୍ଟକୁ ‘ଫ୍ରଡ୍‌’ ଘୋଷଣା କରାଯାଇଥିବା ସିବିଆଇ ପକ୍ଷରୁ କୁହାଯାଇଥିଲା। ବ୍ୟାଙ୍କର ଅଭିଯୋଗ ହେଉଛି, ଜେଆଇଏଲ୍‌ ଅର୍ଥ ଆତ୍ମସାତ୍‌ କରିବା ପରେ କମିଶନ ଖର୍ଚ୍ଚ ବାବଦକୁ ୧,୪୧୦.୪୧ କୋଟି ଟଙ୍କା କେତେକ କମ୍ପାନୀକୁ ପୈଠ କରିଥିବା ଏହାର ଫୋରେନ୍‌ସିକ୍‌ ଅଡିଟବେଳେ ଧରାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri