ଟାଟା ପାୱାର ବିଜ୍‌ନେସ୍‌ ଆସୋସିଏଟ୍‌ ମିଟ୍‌

ନୂଆଦିଲ୍ଲୀ,୨।୯: ଟାଟା ପାଓ୍ବାରର ଓଡ଼ିଶା ଡିସ୍‌କମ୍‌ ପକ୍ଷରୁ ଏକ ଦିନିକିଆ ସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଡିସ୍‌କମ୍‌ର ଓଡ଼ିଶା ସେବା ବିଜ୍‌ନେସ୍‌ ଆସୋସିଏଟ୍‌ସ ମିଟ୍‌ ଆୟୋଜିତ ହୋଇଥିଲା। ଏପରିକି ଏଲ୍‌ଟି, ୧୧କେଭି, ୩୩କେଭି ନେଟ୍‌ୱର୍କ ରକ୍ଷଣାବେକ୍ଷଣ, ପିଏସ୍‌ଏସ୍‌ ପରିଚାଳନା, ପ୍ରକଳ୍ପ କାର୍ଯ୍ୟକ୍ରମ, ମିଟର ସ୍ଥାପନ, ମିଟର ରିଡିଂ, ରାଜସ୍ବ ସଂଗ୍ରହ, ବଣ୍ଟନ ଟ୍ରାନ୍ସଫର ମରାମତି ଆଦି କାର୍ଯ୍ୟକଳାପରେ ନିୟୋଜିତ ସମସ୍ତ ପ୍ରମୁଖ ବିଜ୍‌ନେସ୍‌ ଆସୋସିଏଟ୍‌ଙ୍କୁ ଉକ୍ତ ସଭା (ମିଟ୍‌) ପାଇଁ ଆମନ୍ତ୍ରଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗ୍ରୀଡ୍‌କୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲାବେଳେ ସମ୍ମାନିତ ଅତିଥି ଭାବେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ, ଟିପିଏନ୍‌ଓଡିଏଲ୍‌ର ସିଇଓ ଭାସ୍କର ସରକାରଙ୍କ ସମେତ ଡିସ୍‌କମ୍‌ର ବରିଷ୍ଠ ନେତୃତ୍ୱ ମଣ୍ଡଳୀ ଓ ବିଭିନ୍ନ ବିଭାଗର ମୁଖ୍ୟ ମାନେ ଉକ୍ତ ସମ୍ମିଳନୀରେ ଯୋଗଦେଇଥିଲେ। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ସାଧାରଣ ସୁରକ୍ଷା ଅଭ୍ୟାସକୁ କାର୍ଯ୍ୟକାରୀ କରିବା,ଗୁଣାତ୍ମକ ମାନ, ବୈଧାନିକ ନିୟମ ପାଳନ, ପ୍ରକଳ୍ପକୁ ଠିକ୍‌ ସମୟରେ କାର୍ଯ୍ୟକାରୀ କରିବା ପ୍ରତି ଡିସ୍‌କମ୍‌ଗୁଡ଼ିକ ପ୍ରତିବଦ୍ଧ ରହିଛନ୍ତି ଏବଂ ସେହି ମାର୍ଗଦର୍ଶିକା (ଗାଇଡ୍‌ଲାଇନ୍‌) କୁ ଅନୁସରଣ କରିବା ଲାଗି ସେ ବିଜ୍‌ନେସ୍‌ ଆସୋସିଏଟ୍‌ମାନଙ୍କୁ ଆହ୍ବାନ ଦେଇଛନ୍ତି। ନିକଟରେ ଘଟିଥିବା କାଳବୈଶାଖୀ ଓ ବନ୍ୟା ସମୟରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅତୁଟ ସମର୍ଥନ ପ୍ରଦାନ କରିଥିବାରୁ ଓଡ଼ିଶା ବିଜ୍‌ନେସ୍‌ ଆସୋସିଏଟ୍‌ମାନଙ୍କୁ ସେ ପ୍ରଶଂସା କରିଛନ୍ତି। ଓଡ଼ିଶା ବିଜ୍‌ନେସ୍‌ ଆସୋସିଏଟ୍‌ମାନଙ୍କ ପ୍ରସାର ପାଇଁ ଟିପି ଡିସ୍‌କମ୍‌ଗୁଡ଼ିକ ପ୍ରତିବଦ୍ଧ ଥିବା ଉପରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଭାସ୍କର ସରକାର ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଟେଣ୍ଡର ସର୍ତ୍ତାବଳୀ, ଟେଣ୍ଡର ଯୋଗ୍ୟତା ମାନ୍ୟତା ଆଦିକୁ ଉପଯୁକ୍ତ ଭାବେ ବିଚାରକୁ ନେଇ ସ୍ଥାନୀୟ ବିଜ୍‌ନେସ୍‌ ଆସୋସିଏଟ୍‌ମାନଙ୍କୁ ଅଧିକାଂଶ ଯୋଗାଣ ଓ ସେବା କାର୍ଯ୍ୟ ପ୍ରଦାନ କରିବାକୁ ଟିପି ଡିସ୍‌କମ୍‌ଗୁଡ଼ିକୁ ଅଗ୍ରାଧିକାର ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାସାର ଘୋଷଣା, ଆମେରିକା ବିଶ୍ୱକପ୍‌ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ

ୱାଶିଂଟନ,୩।୭: ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ରେ ଆମେରିକା ଦଳର ବିଜୟ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏକ ଅଦ୍ଭୁତ ଏବଂ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି।…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri