ନିଆଁରେ ଜଳିଯାଇଥିବା ମାଉଇକୁ ୧୦ କୋଟି ଡଲାର ଦାନ କରିବେ ବେଜୋସ ଆଉ ତାଙ୍କ ପ୍ରେମିକା

ଓ୍ବାଶିଂଟନ,୧୪।୮: ବିଶ୍ୱର ତୃତୀୟ ଧନି ବିଜନେସମ୍ୟାନ ଜେଫ ବେଜୋସ ଓ ତାଙ୍କ ପ୍ରେମିକା ଲରିନ ସାଂଚେଜ ନିଆଁରେ ଧ୍ୱଂସ ହୋଇଯାଇଥିବା ମାଉଇ କାଉଣ୍ଟି ପାଇଁ ୧୦ କୋଟି ଡଲାର(ପ୍ରାୟ ୮୩୦କୋଟଇ ଟଙ୍କା) ଦାନ ଦେବାକୁ ଘୋଷଣା କରିଛନ୍ତି। ଏହି ଦାନରାଶି ମାଉଇର ପୁନଃନିର୍ମାଣରେ ଖର୍ଚ୍ଚ ହେବ। ଅତୀତରେ ଆମେରିକାର ହାୱାଇ ଦ୍ୱୀପର ମାଉଇ କାଉଣ୍ଟିରେ ନିଆଁ ଲାଗିଥିଲା, ଯେଉଁ କାରଣରୁ ସମଗ୍ର ଅଞ୍ଚଳ ନଷ୍ଟ ହୋଇଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ୯୦ଜଣଙ୍କ ମୃତ୍ୟୁ ହୋଇଥିଲା।
ଜେଫ ବେଜୋସଙ୍କ ପ୍ରେମିକା ଲରେନ ସାଞ୍ଚେଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ମାଉଇରେ ହୋଇଥିବା ବିନାଶରେ ଜେଫ ଏବଂ ମୁଁ ଦୁଃଖିତ। ଆମେ ସେହି ପରିବାରଙ୍କ କଥା ଚିନ୍ତା କରୁଛୁ ଯେଉଁମାନେ ସେମାନଙ୍କ ପରିବାରକୁ ହରାଇଛନ୍ତି। ସେଠାରେ ପୁନଃ ନିର୍ମାଣ ସହିତ ତୁରନ୍ତ ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଜେଫ ଏବଂ ମୁଁ ଏକ ମାଉଇ ପାଣ୍ଠି ସ୍ଥାପନ କରୁଛୁ, ଯାହା ଅଧୀନରେ ମାଉଇଙ୍କ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୧୦୦ ମିଲିୟନ ଡଲାର୍‌ ଖର୍ଚ୍ଚ ହେବ। ଏହି ସାହାଯ୍ୟରେ ମାଉଇ ତା’ ପାଦରେ ଠିଆ ହେବାକୁ ସମର୍ଥ ହେବ। ସୂଚନାଯୋଗ୍ୟ, ଲରେନ ସାଞ୍ଚେଜ ବେଜୋସ ଆର୍ଥ ଫଣ୍ଡର ଉପାଧ୍ୟକ୍ଷ ଅଟନ୍ତି।
ସୂଚନାଯୋଗ୍ୟ, ଅମେଜନର ଏଗ୍ଜିକ୍ୟୁଟିଭ ଚେୟାରମ୍ୟାନ ଜେଫ ବେଜୋସଙ୍କର ବି ମାଉଇ କାଉଣ୍ଟିରେ ୧୪ ଏକର ଜାଗାରେ ଏକ ସୁନ୍ଦର ଘର ରହିଛି। ଏହି ଅଗ୍ନିକାଣ୍ଡ ପରେ ଆହୁରି କେତେଜଣ ସେଲିବ୍ରିଟି ସହଯୋଗର ହାତ ବଢାଇଛନ୍ତି।
ସୂଚନା ଅନୁଯାୟୀ, ଆମେରିକାର ଇତିହାସର ଗତ ୧୦୦ବର୍ଷ ମଧ୍ୟରେ ଅଗଷ୍ଟ ୮ରେ ମାଉଇ ନିଆଁ ଦ୍ୱିତୀୟ ବୃହତ୍ତମ ପ୍ରାକୃତିକ ବିପର୍ଯ୍ୟୟ। ଏହାପୂର୍ବରୁ ନଭେମ୍ବର ୨୦୧୮ରେ କାଲିଫର୍ନିଆର କ୍ୟାମ୍ପ ଫାୟାରରେ ବିପଜ୍ଜନକ ଅଗ୍ନିକାଣ୍ଡ ଘଟିଥିଲା। ପରିବେଶ ବିଶେଷଜ୍ଞମାନେ ବଶ୍ୱାସ କରନ୍ତି ଯେ ଜଳବାୟୁ ପରିବର୍ତ୍ତନ ହେତୁ ପ୍ରାକୃତିକ ବିପର୍ଯ୍ୟୟ ଘଟଣା ସାଧାରଣ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ…

ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ

ଅହମ୍ମଦାବାଦ,୨୫।୯: ଗୁଜରାଟର ଗାନ୍ଧୀନଗରସ୍ଥିତ ଏକ ସେସନ୍ସ କୋର୍ଟ ଗୁରୁବାର ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଦାନୀ ଏଣ୍ଟରପ୍ରାଇଜେସ ଦ୍ୱାରା ଦାଖଲ ଏକ ଆପରାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?