ବିଜେଡିମୁହାଁ ଜୟଦେବଙ୍କ ପୁଅ

ସୋସୋ,୪ା୪(ସତ୍ୟବ୍ରତ ଜେନା)ନିର୍ବାଚନ ଯେତିକି ପାଖଉଛି କେନ୍ଦୁଝର ଜିଲାରେ ରାଜନୀତି ପାଣିପାଗ ସେତିକି ସରଗରମ ହେଉଛି। ରାଜ୍ୟର ପ୍ରମୁଖ ନେତା ଓ ତାଙ୍କ ପୁଅ ଦଳ ବଦଳରେ ଲାଗି ରହିଥିବା ବେଳେ ଜିଲାରେ ମଧ୍ୟ ତାହାର ପ୍ରଭାବ ପଡ଼ିବ ବୋଲି ଆଲୋଚନା ହେଉଛି। ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରର ଟାଣୁଆ କଂଗ୍ରେସ ନେତା ଜୟଦେବ ଯେନାଙ୍କ ପୁଅ ମନୋଜ ବିଜେଡି ଆଡ଼େ ମୁହଁାଇଥିବା ଚର୍ଚ୍ଚା ଜୋର ଧରିଛି।
ଆନନ୍ଦପୁର ବିଧାନସଭା କ୍ଷେତ୍ରରୁ କଂଗ୍ରେସ ଦଳ ପକ୍ଷରୁ ଜୟଦେବ ଯେନା ୪ ଥର ବିଧାୟକ ହୋଇଥିବା ବେଳେ ୨ ଥର ମନ୍ତ୍ରୀ ପଦ ହାତେଇଥିଲେ। ଏଥର ଭାଜପା ଆଲୋକ ସେଠୀଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ତେବେ ଏଠାରେ ଜୟଦେବ ଯେନାଙ୍କ ସହ ତାଙ୍କ ବଡ଼ ପୁଅ ସଂଗ୍ରାମ କଂଗ୍ରେସକୁ ମଜବୁତ କରି ଆସିଥିଲେ ସୁଦ୍ଧା ସଂଗ୍ରାମଙ୍କ ହଠାତ୍‌ ଦେହାନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ବଡ଼ ପୁଅଙ୍କ ଦେହାନ୍ତ ପରେ ରାଜନୀତିରେ ଜୟଦେବଙ୍କ କାନ୍ଧରେ କାନ୍ଧ ମିଳାଇ ସାନପୁଅ ମନୋଜ ସହଯୋଗ କରିଆସୁଛନ୍ତି। ଆନନ୍ଦପୁରରେ ହୋଇ ଆସିଥିବା ବିଭିନ୍ନ କଂଗ୍ରେସ ସଭା, ସମାବେଶ, ବିକ୍ଷୋଭ ଆଦି କାର୍ଯ୍ୟକ୍ରମରେ ସାମିଲ ହୋଇ ବିଜେଡି ଶାସନ ବିରୋଧରେ ଗର୍ଜିବା ସହ ଚଳିତ ବର୍ଷ ଆନନ୍ଦପୁର ବାସୀ କଂଗ୍ରେସକୁ ଭୋଟ ଦେଇ ଜୟଯୁକ୍ତ କରିଲେ ଅଞ୍ଚଳର ସମସ୍ତ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଉଥିଲେ। ମାତ୍ର କିଛି ଦିନ ହେବ ସେ ନିରବ ରହୁଥିବାରୁ ବିଜେଡିର ସର୍ପରାଇଜ କାର୍ଡକୁ ଲକ୍ଷ୍ୟ କରି ମନୋଜଙ୍କ ନଁାକୁ ଯୋଡି ବହୁ କଥା ଶୁଣିବାକୁ ମିଳୁଛି। ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ଏ ପର୍ଯ୍ୟନ୍ତ ବିଜେଡି ତାର ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ ମନୋଜ ଉପଯୁକ୍ତ ସମୟରେ ବିଜେଡିରେ ସାମିଲ ହୋଇ ଟିକେଟ ହାତେଇ ପାରନ୍ତି ବୋଲି ବିଧାନସଭା କ୍ଷେତ୍ରରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?