Posted inଖେଳ

ଜୟରାମ, ସବିତାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ବିଭିନ୍ନ ସହରରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଏହା ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଥଲେଟିକ୍ସ ଇଭେଣ୍ଟର ପ୍ରଥମ ଦିବସରେ ଓଡ଼ିଶାକୁ ୨ଟି ସ୍ବର୍ଣ୍ଣ ପଦକ ମିଳିଛି। ବାଳକ ୧୦୦ ମିଟର ଇଭେଣ୍ଟରେ ଡି.ଏମ. ଜୟରାମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କେବଳ ସେତିକି ନୁହେଁ ସେ ୧୦.୫୩ ସେକେଣ୍ଡ ସମୟ ନେଇ ନୂଆ ଜାତୀୟ ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି। ପୂର୍ବରୁ ୧୦୦ ମିଟର ଜାତୀୟ ରେକର୍ଡ ରିତିକ୍‌ ମଲିକଙ୍କ ନାମରେ ଥିଲା। ୨୦୧୯ରେ ସେ ୧୦.୬୫ ସେକେଣ୍ଡ ସମୟ ନେଇ ଏପର୍ଯ୍ୟନ୍ତ ରେକର୍ଡର ଅଧିକାରୀ ଥିଲେ। ଓଡ଼ିଶା ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ସବିତା ଟପ୍ପୋ। ସେ ବାଳିକା ଲଙ୍ଗଜମ୍ପ ଇଭେଣ୍ଟରୁ ଏହି ସଫଳତା ପାଇଛନ୍ତି। ସବିତା ୫.୭୩ ମିଟର କ୍ଲିୟର କରି ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଓଡ଼ିଶା ଆଥଲେଟିକ୍‌ ଆସୋସିଏଶନ ସମ୍ପାଦକ ଆଶୀର୍ବାଦ ବେହେରା, ସଭାପତି ଜି.ଏସ୍‌. ପଟ୍ଟନାୟକ ପଦକ ବିଜେତା ଦୁଇ ଆଥଲେଟ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍‌:ଫାଇନାଲରେ ପ୍ରଣତୀ ଭଲ୍ଟ

ନୂଆଦିଲ୍ଲୀ, ୨୦ା୬ (ପି.ଟି.)- ମଙ୍ଗୋଲିଆର ଉଲାନବାଟାରଠାରେ ଚାଲିଥିବା ଏସିଆନ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସରେ ଭାରତର ପ୍ରଣତୀ ନାୟକ ୧୩.୩୫ ସ୍କୋର ସହ ୬ଷ୍ଠ ସ୍ଥାନ ଅଧିକାର...

ଆଇଏସ୍‌ଏଲ୍‌: ଓଡ଼ିଶା ଏଫ୍‌ସିର ପ୍ଲେ-ଅଫ୍‌ ଆଶା ଶେଷ

କୋଲକାତା,୯।୨ (ପି.ଟି.)- ରୟ କ୍ରିଷ୍ଣାଙ୍କ ହ୍ୟାଟ୍ରିକ ବଳରେ ଏଟିକେ ଇଣ୍ଡିଆ ସୁପର ଲିଗ (ଆଇଏସ୍‌ଏଲ୍‌)ରେ ଶନିବାର ଓଡ଼ିଶା ଏଫ୍‌ସିକୁ ୩-୧ ଗୋଲରେ ପରାସ୍ତ କରିଛି। ଘରୋଇ...

ଅମିତ ରୋହିଦାସ ଉପଅଧିନାୟକ

ନୂଆଦିଲ୍ଲୀ,୧୬ା୧୧(ପି.ଟି): ଅଷ୍ଟ୍ରେଲିଆ ଗସ୍ତ ପାଇଁ ୨୩ ଜଣିଆ ପୁରୁଷ ଦଳ ଘୋଷଣା କରିଛି ହକି ଇଣ୍ଡିଆ। ଡ୍ରାଗ ଫ୍ଲିକର ହରମନ୍‌ପ୍ରୀତ ସିଂଙ୍କ ନେତୃତ୍ୱରେ ମଙ୍ଗଳବାର ଦଳ...

ଲଗାତର ୩ୟ ଗୋଲ୍ଡେନ ବୁଟ୍‌ ଜିତିଲେ ମେସି

ବାର୍ସିଲୋନା, ୧୭।୧୦ (ଏଏଫ୍‌ପି)- ବାର୍ସିଲୋନା ଅଧିନାୟକ ଲିଓନେଲ ମେସି ୟୁରୋପିଆନ୍‌ ଲିଗ୍‌ରେ ମୋଟ୍‌ ଉପରେ ୬ଷ୍ଠ ଥର ପାଇଁ ଟପ୍‌ ଗୋଲ ସ୍କୋରର୍‌ ହୋଇଛନ୍ତି। ୨୦୧୮-୧୯...

ଏମ୍‌ଏସ୍‌ ଧୋନୀ କ୍ରିକେଟ ଏକାଡେମୀ: ନିମପୁରରେ ଆରମ୍ଭ ହେଲା କୋଚିଂ କ୍ଲିନିକ୍‌

କଟକ ଅଫିସ,୨୬ା୫- ଏମ୍‌ଏସ୍‌ ଧୋନୀ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ ନିମପୁର କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଠାରୁ ଆରମ୍ଭ ହୋଇଛି କ୍ରିକେଟ କୋଚିଂ କ୍ଲିନିକ ।...

ଟସ୍‌ ଯିଏ ଜିତିଲା ମ୍ୟାଚ୍‌ ତା’ର

ଅହମ୍ମଦାବାଦ୍‌,୧୬।୩ : ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ମ୍ୟାଚ୍‌ରେ ୩ୟ ମ୍ୟାଚ୍‌ ପର୍ଯ୍ୟନ୍ତ ଏକ ସମାନ ଧାରା ଦେଖିବାକୁ...

ଧାଓ୍ବନଙ୍କୁ ମିଳିଲା ପଞ୍ଚମ ଆଇପିଏଲ୍‌ ଟିମ୍‌: ଜାଣନ୍ତୁ କେତେରେ ହେଲେ ବିକ୍ରି

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୧୫ ସଂସ୍କରଣର ମେଗା ଅକ୍ସନ ଶନିବାର ଆରମ୍ଭ ହୋଇଛି। ଅକ୍ସନର ପ୍ରଥମ ଦିନରେ ପ୍ରଥମ ଖେଳାଳି ଭାବେ ନିଲାମ ହୋଇଛନ୍ତି...

ନେମାର ୩ଟି ମ୍ୟାଚରୁ ବାସନ୍ଦ

ଲାଉସାନେ, ୨୭ା୪ (ଏଏଫ୍‌ପି)-ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ୍ସ (ୟୁଫା) ଶୁକ୍ରବାର ବ୍ରାଜିଲ ଷ୍ଟାର ଖେଳାଳି ନେମାରଙ୍କୁ ଚାମ୍ପିୟନ୍ସ ଲିଗ୍‌ର ତିନୋଟି ମ୍ୟାଚରୁ ବାସନ୍ଦ କରିଛି।...

Advertisement
Archives

Model This Week