ମାନସିକ ଭାରସାମ୍ୟ ହରାଇଛନ୍ତି ଜୟନାରାୟଣ: ବିଜେଡି

ଭୁବନେଶ୍ବର,୧୦ା୨(ବ୍ୟୁରୋ): ନବ ଦାସଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକତାର ଘଟଣାରେ ବାରମ୍ବାର ଅରୁଚିକର ମନ୍ତବ୍ୟ ଦେଉଥିବା ବରିଷ୍ଠ ଭାଜପା ନେତା ଜୟନାରାୟଣ ମିଶ୍ର ମାନସିକ ଭାରସାମ୍ୟ ହରାଇଛନ୍ତି। ତେଣୁ ତୁରନ୍ତ ତାଙ୍କର ମାନସିକ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ବିଜେଡି ପକ୍ଷରୁ ଭାଜପା ନେତୃବୃନ୍ଦଙ୍କୁ ପରାମର୍ଶ ଦିଆଯାଇଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି, ସ୍ବର୍ଗତ ନବ ଦାସଙ୍କ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳି ସଭା ଝାରସୁଗୁଡ଼ାଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇ ଦିବଂଗତ ନେତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଓଡ଼ିଶା ସଂସ୍କୃତି ଓ ପରମ୍ପରା ଅନୁସାରେ ଏଭଳି ସମୟରେ ଜଣେ ମୃତବ୍ୟକ୍ତିଙ୍କ ଭଲ କାମକୁ ମନେପକାଇ ତାଙ୍କ ଗୁଣାବଳୀର ସ୍ମରଣ କରାଯାଏ। ମାତ୍ର ଗତ କିଛିଦିନ ହେଲା ମାନସିକ ଭାରସାମ୍ୟ ହରାଇଥିବା ଭାଜପା ନେତା ଜୟନାରାୟଣ ମିଶ୍ର ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଛନ୍ତି। ଦଳମତ ନିର୍ବିଶେଷରେ ତାଙ୍କ ମନ୍ତବ୍ୟକୁ ସମସ୍ତେ ନିନ୍ଦା କରୁଛନ୍ତି। ମାନସିକ ଭାରସାମ୍ୟ ହରାଇଥିବା ଭାଜପାର ଏହି ନେତାଙ୍କ ଆଚରଣ ଓ ଉଚ୍ଚାରଣ ଏଭଳି ହେବା ସ୍ବାଭାବିକ। ତାଙ୍କ ଭଳି ଅଭ୍ୟାସଗତ ଅପରାଧୀଙ୍କଠାରୁ ଅଧିକ କିଛି ଆଶା ନ କରାଯାଇପାରେ। ତେଣୁ ଭାଜପା ଶୀର୍ଷନେତାଙ୍କୁ ଅନୁରୋଧ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଭୁଲି ଜଣେ ମୃତବ୍ୟକ୍ତିଙ୍କ ଦ୍ୱାଦଶାହରେ ଏଭଳି ଅରୁଚିକର ମନ୍ତବ୍ୟ ଦେଉଥିବା ନେତାଙ୍କ ମାନସିକ ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଏକ ଜନ ସମାବେଶ ଝାରସୁଗୁଡ଼ାସ୍ଥିତ ସରବାହାଲ ହାଇସ୍କୁଲ ପଡ଼ିଆରେ ଆୟୋଜନ କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ନେତା ଓ କର୍ମୀ ଏକତ୍ରିତ ହୋଇଥିଲେ। ରାଜ୍ୟର ପ୍ରାୟ ସମସ୍ତ ଆଗଧାଡ଼ିର ନେତା ସେଠାରେ ଏକାଠିହେବା ସାଙ୍ଗକୁ ମୁଖ୍ୟମନ୍ତ୍ରୀ ମଧ୍ୟ ସେଠାକୁ ଯାଇଥିଲେ। ହେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହା ଶ୍ରଦ୍ଧାଞ୍ଜଳି ସଭା ନାଁରେ ରାଜନୀତି ହେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri