Posted inଜାତୀୟ

ସିଆର୍‌ପିଏଫ୍‌ ଯବାନଙ୍କ ଆଉ ଏକ ଦେଶସେବା

ନୂଆଦିଲ୍ଲୀ,୫।୭: କରୋନା ମହାମାରୀ ଦେଶରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏହାକୁ ଦୂରେଇ ଦେବାକୁ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଯବାନ। ସାଧାରଣ ଜନତାଙ୍କୁ ଘରେ ସୁରକ୍ଷିତ ରହିବାକୁ କହି ଏମାନେ ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି। ହେଲେ ଏହି କରୋନା ଯୋଦ୍ଧା ବି ମହାମାରୀ କବଳରୁ ବର୍ତ୍ତି ପାରି ନାହାନ୍ତି। ରାଜଧାନୀ ଦିଲ୍ଲୀରେ ଏବେ ସୁଦ୍ଧା ୧୩୯ ସିଆର୍‌ପିଏଫ୍‌ ଯବାନ କରୋନା ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଅନେକେ ସୁସ୍ଥ ହୋଇ ସାରିଲେଣି। ଏବେ ସୁସ୍ଥ ହୋଇଥିବା ଯବାନମାନେ ଅନ୍ୟ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରୁଥିବା କହିଛନ୍ତି କମାଣ୍ଡାଣ୍ଟ ଦୀପେନ୍ଦ୍ର ରାଜପୁତ। ସେମାନେ ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇ ପାରୁଥିବାରୁ ଗର୍ବ ଅନୁଭବ କରିବା ସହ ଏହା ଆଉ ଏକ ଦେଶସେବା ବୋଲି କହିଛନ୍ତି ପ୍ଲାଜମା ଦାନ କରିଥିବା କେତେଜଣ ଯବାନ। ସୂଚନାଯୋଗ୍ୟ, କରୋନା ଭାଇରସ ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ଆସି ନ ଥିବା ବେଳେ ସୁସ୍ଥ ହୋଇଥିବା ରୋଗୀଙ୍କ ପ୍ଲାଜମା ଅନ୍ୟ ଏକ ରୋଗୀକୁ ଦେଲେ ସେ ଶୀଘ୍ର ସୁସ୍ଥ ହେଉଥିବା ଦେଖାଯାଇଥିବା ବେଳେ ଏବେ ରାଜଧାନୀ ଦିଲ୍ଲୀରେ ଏହି ଚିକିତ୍ସା କରାଯାଉଛି। ଏମିତିକି ୨ ଦିନ ପୂର୍ବେ ଦିଲ୍ଲୀରେ ଖୋଲାଯାଇଥିବା ପ୍ଲାଜମା ବ୍ୟାଙ୍କର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଥିଲେ କରୋନାକୁ ହରାଇବାକୁ ସ୍ବଇଚ୍ଛାରେ ପ୍ଲାଜମା ଦାନ କରିବାକୁ ଆଗେଇ ଆସନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରୋଧ କ୍ଷମତାକୁ ନେଇ ଭାରତ ଦୃଢ଼

ନୂଆଦିଲ୍ଲୀ, ୧୬ା୬: ଭାରତ ଅପେକ୍ଷା ପାକିସ୍ତାନରେ ରହିଛି ଅଧିକ ଅଣୁଅସ୍ତ୍ର। ଚାଇନା ପାଖରେ ପାକିସ୍ତାନ ଅପେକ୍ଷା ଦୁଇଗୁଣା ଅଧିକ ଅଣୁଅସ୍ତ୍ର ରହିଛି। ହେଲେ ଭାରତର ପ୍ରତିରୋଧ...

୨ ଟ୍ରକ୍‌ ଡ୍ରାଇଭରଙ୍କୁ ହତ୍ୟାକଲେ ଆତଙ୍କବାଦୀ

ଶ୍ରୀନଗର,୨୫-୧୦:ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ୨ ଜଣ ଟ୍ରକ୍‌ ଡ୍ରାଇଭରଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିଛନ୍ତି। ସେମାନେ ଗୁରୁବାର ସନ୍ଧ୍ୟାରେ ସେଓ ଆଣିବାକୁ ଟ୍ରକ୍‌ ନେଇ ଯାଇଥିଲାବେଳେ...

ପେନ୍‌ସନ ଅର୍ଥରେ ମନ୍ଦିର ତୋଳିଲେ ମୁସଲମାନ ବ୍ୟକ୍ତି

ଚାମରାଜନଗର,୧୨।୪: କର୍ନାଟକରେ କିଛି ମାସ ହେଲା ସାମ୍ପ୍ରଦାୟିକ ଉତ୍ତେଜନା ଲାଗି ରହିଥିବାବେଳେ ଚାମରାଜନଗର ଜିଲାରେ ଜଣେ ମୁସଲମାନ ନିଜ ପେନ୍‌ସନ ଅର୍ଥରେ ମନ୍ଦିର ନିର୍ମାଣ କରି...

ବୃଦ୍ଧି ହେଲା ମୋଟର ଯାନ କାଗଜପତ୍ରର ସମୟ ସୀମା

ନୂଆଦିଲ୍ଲୀ,୯।୬: ସଂଶୋଧିତ ମୋଟର ଯାନ ନିୟମ ଅନୁଯାୟୀ ସମସ୍ତ କାଗଜ ପତ୍ରର ସମୟ ସୀମା ଅବଧିକୁ ଏବେ ବୃଦ୍ଧି କରାଯାଇଛି। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି...

ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଆସିଛି ଜ୍ୱର, ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୮।୯: ଦେଶରେ ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଜ୍ୱର ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଗୋଆର କରୋନା ଯୋଦ୍ଧାଙ୍କ...

କେସ୍‌ ଲଢ଼ି ମନ୍ଦିରକୁ ସୁରକ୍ଷିତ ରଖିଲେ ମୁସଲମାନ ସମ୍ପ୍ରଦାୟ…

ନୂଆଦିଲ୍ଲୀ,୨୭।୯: ମନ୍ଦିରକୁ ହଟାଇ ସେଠାରେ ଆବାସିକ କମ୍ପ୍ଲେକ୍ସ୍‌ ନିର୍ମାଣ କରିବାକୁ ଚାହୁଁଥିବା ବିଲ୍ଡରଙ୍କୁ ଶେଷରେ ହାଇକୋର୍ଟରେ ଝଟ୍‌କା ଲାଗିଛି। ଏଠାରେ ବାସ କରୁଥିବା ମୁସଲମାନ୍‌ ସମ୍ପ୍ରଦାୟ...

ହରପ୍ପାଠାରୁ ଅଧିକ ପୁରାତନ ସଭ୍ୟତାର ମିଳିଲା ସନ୍ଧାନ

ପାନିପଥ,୪।୬: ହରିୟାଣା ହିସାର ଅନ୍ତର୍ଗତ ରାଖୀଗଡ଼ିଠାରୁ ୮ ହଜାର ବର୍ଷ ତଳର ସଭ୍ୟତା ସମ୍ପର୍କରେ ସନ୍ଧାନ ମିଳିଛି। ଏହା ହରପ୍ପା ସଭ୍ୟତାଠାରୁ ମଧ୍ୟ ପୁରାତନ ବୋଲି...

ପୋଖରାନ୍‌ରୁ ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ: ବଦଳିବ ଆଣବିକ ଅସ୍ତ୍ର ପ୍ରୟୋଗ ନୀତି

ଜୟପୁର/ନୂଆଦିଲ୍ଲୀ,୧୭ା୮(ପି.ଟି.) : ଭାରତ କୌଣସି ରାଷ୍ଟ୍ର ଉପରେ ପ୍ରଥମେ ଆଣବିକ ଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଅଦ୍ୟାବଧି ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଏହି ‘ନୋ ଫାଷ୍ଟ...

Advertisement
Archives

Model This Week