Posted inଖେଳ

ବୁମ୍‌ରା ହେଲେ ଟେଷ୍ଟ ଟିମ୍‌ର ଅଧିନାୟକ, ମେଲବର୍ନ ଟେଷ୍ଟ ପରେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୩୧।୧୨: ମେଲବର୍ନ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପରାଜୟ ପରେ ଅଧିନାୟକ ରୋହିତ ଶର୍ମାକୁ ହଟାଇବାକୁ ଲଗାତାର ଦାବି ହେଉଛି। ତାଙ୍କ ସ୍ଥାନରେ ଷ୍ଟାର ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକତ୍ୱ ଦେବା ଲାଗି ସମର୍ଥନ କରାଯାଉଛି। ସେ ସିରିଜର ପ୍ରଥମ ମ୍ୟାଚ୍‌ରେ ଦଳର ଅଧିନାୟକ ହୋଇଥିଲେ, ଭାରତ ଏହି ମ୍ୟାଚ୍‌ ଜିତିଥିଲା। ଏବେ ସିଡନୀରେ ହେବାକୁ ଥିବା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ବୁମ୍‌ରାଙ୍କୁ ଟେଷ୍ଟ ଟିମ୍‌ର ନେତୃତ୍ୱ ଦାୟିତ୍ୱ ମିଳିଛି। ହେଲେ ଏହା ଟିମ୍‌ ଇଣ୍ଡିଆର ନୁହେଁ ବରଂ ଚଳିତ ବର୍ଷର ଶ୍ରେଷ୍ଟ ଟେଷ୍ଟ ଟିମ୍‌ର ମିଳିଛି, ଯାହାକୁ କ୍ରିକେଟ ଅଷ୍ଟ୍ରେଲିଆ ଚୟନ କରିଛି।

କ୍ରିକେଟ ଅଷ୍ଟ୍ରେଲିଆର ମିଡିଆ ଓ୍ବେବ୍‌ସାଇଟ୍‌ କ୍ରିକେଟ.କମ୍‌.ଏୟୁ ମେଲବର୍ନ ଟେଷ୍ଟର ଦିନକ ପରେ ଡିସେମ୍ବର ୩୧ରେ ଚଳିତ ବର୍ଷର ଶ୍ରେଷ୍ଠ ଟେଷ୍ଟ ଟିମ୍‌ ଚୟନ କରିଛି। ବର୍ଷର ଅନ୍ତିମ ଦିନ ନିଜ ଟେଷ୍ଟ ଇଲେଭେନ୍‌ରେ ସେ ଭାରତ-ଅଷ୍ଟ୍ରେଲିଆ ସମେତ ବିଶ୍ୱର ଭିନ୍ନ ଭିନ୍ନ ଟିମ୍‌ର ଖେଳାଳିଙ୍କୁ ସାମିଲ କରାଯାଇଛି। ହେଲେ ସମସ୍ତଙ୍କୁ ଚକିତ କରି ଏହି ଟିମ୍‌ର ଅଧିନାୟକ ଭାବେ ଅଷ୍ଟ୍ରେଲିୟ ଅଧିନାୟକ ପ୍ୟାଟ୍‌ କମିନ୍ସ ନୁହନ୍ତି ବରଂ ଭାରତୀୟ ତାରକା ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କୁ ଦିଆଯାଇଛି। କମିନ୍ସଙ୍କୁ ଦଳରେ ସ୍ଥାନ ମିଳିନାହିଁ।

ଏବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ବୁମ୍‌ରାଙ୍କ ପ୍ରଦର୍ଶନ ଦେଖିଲେ, ସେ ଏଭଳି ଉପଲବ୍ଧିର ହକଦାର ବୋଲି କୁହାଯାଉଛି। ସମସ୍ତ ବ୍ୟାଟ୍ସମାନମାନେ ତାଙ୍କ ବୋଲିଂକୁ ନେଇ ଭୟଭୀତ ଥିବା ଦେଖାଯାଛି। ଚଳିତ ବର୍ଷ ସେ ସର୍ବାଧିକ ୭୧ ଉଇକେଟ ନେଇ ଅନ୍ୟ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ବର୍ତ୍ତମାନର ବର୍ଡର ଗାଭାସ୍କର ସିରିଜରେ ଏଯାବତ ସେ ୪ ମ୍ୟାଚରେ ୩୦ରୁ ଅଧିକ ଉଇକେଟ ନେଇଛନ୍ତି। ତାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଇଥିଲା, ଯେଉଁଥିରେ ବୁମ୍‌ରା ୯ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଏମିତି ରାଗ ଯେ ଛାତ୍ରଙ୍କୁ ବିଛୁଆତିରେ ମାଡ଼ ମାରି ପ୍ୟାଣ୍ଟରେ ପୁରାଇ ଦେଇଥିଲେ, ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ 

କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri