Posted inଖେଳ

‘ସୁଯୋଗ ଦେଲେ ଛାଡିବି ନାହିଁ’

ପାର୍ଲ, ୧୮ା୧: ନିକଟ ଭବିଷ୍ୟତରେ ତାଙ୍କୁ ଯଦି ଜାତୀୟ ଦଳର ଅଧିନାୟକ ହେବା ଲାଗି ସୁଯୋଗ ମିଳେ, ତେବେ ସେ ନିଜକୁ ଗୌରବାନ୍ବିତ ମନେକରିବେ ବୋଲି କହିଛନ୍ତି ଭାରତର ଅନ୍ୟତମ ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା।

ବିରାଟ କୋହଲି ସମସ୍ତ ଫର୍ମାଟ୍‌ର ଅଧିନାୟକ ପଦବୀରୁ ଇସ୍ତଫା ଦେଇସାରିଛନ୍ତି। ଅନ୍ୟପକ୍ଷରେ ରୋହିତ ଶର୍ମା ଆସନ୍ତା ବର୍ଷ ୩୫ ବର୍ଷରେ ପଦାର୍ପଣ କରିବେ। ତେଣୁ ଜଣେ ଦୀର୍ଘ ମିଆଦି ଉତ୍ତରାଧିକାରୀ ପାଇଁ ବିଚାରବିମର୍ଶ ଚାଲିଛି। ବୁଧବାରଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ବୁମ୍‌ରାଙ୍କୁ ଭାରତୀୟ ଦଳର ଉପଅଧିନାୟକ କରାଯାଇଛି। ସିରିଜ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ବୁମ୍‌ରା ପୁଣି କହିଛନ୍ତି ଯେ, ଦଳର ନେତୃତ୍ୱ ନେବା ଲାଗି ପ୍ରତ୍ୟେକ ଖେଳାଳି ଚାହିଁଥାନ୍ତି, ମୁଁ ଅବା ସେଥିରୁ କିପରି ବାଦ୍‌ ପଡ଼ିବି। ସେ ସବୁବେଳେ ଦଳ ପାଇଁ ଯଥାସମ୍ଭବ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥାନ୍ତି। କୋହଲିଙ୍କ ଟେଷ୍ଟ ଅଧିନାୟକ ପଦବୀରୁ ଇସ୍ତଫା ନିଷ୍ପତ୍ତିକୁ ଦଳ ସମ୍ମାନ ଦେଉଛି। ଏହି ଷ୍ଟାର ବ୍ୟାଟର ଜଣଙ୍କ ଏଭଳି ନିଷ୍ପତ୍ତି ସମ୍ପର୍କରେ ତାଙ୍କୁ ପୂର୍ବରୁ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୭ ବର୍ଷ ପରେ ପ୍ରଥମ ଉଇକେଟ୍‌ ନେଇ କାନ୍ଦିଲେ ଏହି କ୍ରିକେଟର୍‌

ଥିରୁଭାନନ୍ତପୁରମ,୧୨।୧: ଭାରତୀୟ ବୋଲର ଏସ ଶ୍ରୀସନ୍ଥ ୭ ବର୍ଷ ପରେ କ୍ରିକେଟ ପଡ଼ିଆକୁ ଫେରିଛନ୍ତି। ସୟଦ ମୁସ୍ତାକ ଅଲି ଟ୍ରଫିରେ ସେ କେରଳ ପକ୍ଷରୁ ଖେଳୁଛନ୍ତି।...

ଆଉ ଶ୍ରୀଲଙ୍କା ପାଇଁ ଖେଳିବେ ନାହିଁ ଏହି ୨୯ ବର୍ଷୀୟ କ୍ରିକେଟର: ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୧: କ୍ରିକେଟର ଶେହାନ ଜୟସୂର୍ଯ୍ୟା ଶ୍ରୀଲଙ୍କା କ୍ରିକେଟ ଟିମ୍‌ ପକ୍ଷରୁ ଆଉ କ୍ରିକେଟ ଖେଳିବେ ନାହିଁ। ୨୯ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍‌ ଆମେରିକାରେ ରହିବାର ନିଷ୍ପତ୍ତି...

ଥାଇଲାଣ୍ଡକୁ ହରାଇଲା ଭାରତ

ସାଲେ(ଓମାନ), ୨୮ା୮(ପି.ଟି.): ମହିଳା ୫ଏ-ସାଇଡ୍‌ ଏସିଆନ ହକି ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ଭାରତର ଅପରାଜେୟ ଧାରା ବଜାୟ ରହିଛି। ଦଳ ରବିବାର ଟୁର୍ନାମେଣ୍ଟରେ ଏହାର ତୃତୀୟ ମ୍ୟାଚରେ...

ଚେନ୍ନାଇରେ ପହଞ୍ଚିଲେ ଇଂଲଣ୍ଡ ଖେଳାଳି

ଚେନ୍ନାଇ,୨୭।୧: ଭାରତ ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଅଧିନାୟକ ଜୋ ରୁଟ୍‌ଙ୍କ ସମେତ ଇଂଲଣ୍ଡ କ୍ରିକେଟ ଦଳର କେତେକ ସଦସ୍ୟ ବୁଧବାର...

ଅଲିମ୍ପିକ୍‌ ଜ୍ୟୋତିକୁ ଜାପାନରେ ନୀରବ ସ୍ବାଗତ

ହିଗାଶିମାତ୍ସୁଶିମା, ୨୦।୩ (ଏଏଫ୍‌ପି)-କରୋନା ଭାଇରସ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଥିବା ବେଳେ ଏବେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କ ବୃଦ୍ଧିପାଇଛି। ତେବେ ଇତିମଧ୍ୟରେ ଶୁକ୍ରବାର...

ଭାରତୀୟ ରଗ୍‌ବୀ ଦଳରେ ୪ ଓଡ଼ିଆ

ଭୁବନେଶ୍ୱର,୧୩ା୯(ସରୋଜ ଜେନା): ଚାଇନାର ହାଙ୍ଗଝୋରେ ହେବାକୁ ଥିବା ଏସିଆନ୍‌ ଗେମ୍ସ ପାଇଁ ଭାରତୀୟ ମହିଳା ରଗ୍‌ବୀ ଦଳ ମଙ୍ଗଳବାର ଘୋଷଣା କରାଯାଇଛି। ଓଡ଼ିଶାରୁ ୪ ଜଣ...

୨୦୧୮ରେ କେଉଁ କାରଣ ପାଇଁ ଅବସର ନେଇଥିଲେ ଡି ଭିଲର୍ସ

ଜୋହାନ୍ସବର୍ଗ, ୧।୭- ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ୨୦୧୮ରେ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। ଡି ଭିଲର୍ସ ଯେଉଁ...

ଫ୍ରେଞ୍ଚ୍‌ ଓପନ ଟେନିସ: ଜିଡାନସେକ-ବଦୋସା କ୍ୱାର୍ଟର ଫାଇନାଲ

ପ୍ୟାରିସ, ୭।୬-ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସରେ ତାମାରା ଜିଡାନସେକ ଓ ପାଉଲା ବଦୋସାଙ୍କ ମଧ୍ୟରେ କ୍ୱାର୍ଟର ଫାଇନାଲ ମୁକାବିଲା ହେବ। ସ୍ଲୋଭାନିଆର...

Advertisement
Archives

Model This Week