Posted inଖେଳ

ଜାସନ ରୟଙ୍କୁ ୨.୮ କୋଟି ଟଙ୍କାରେ କିଣିଲା କେକେଆର୍‌

କୋଲକାତା,୫ା୪: ଅଧିନାୟକ ଶ୍ରେୟସ ଆୟରଙ୍କ ଆଘାତ ଏବଂ ଶାକିଲ ଅଲ୍‌ ହାସନ ହଠାତ୍‌ ଟୁର୍ନାମେଣ୍ଟରୁ ଓହରିଯିବା ପରେ ଅସୁବିଧାଜନକ ସ୍ଥିତିରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ ଏକ ଲାଇଫ ଲାଇନ୍‌ ପାଇଥିବା ଜଣାପଡ଼ିଛି। ଦୁଇଥର ଚାମ୍ପିୟନ ଫ୍ରାଞ୍ଚାଇଜ କୋଲକାତା ନାଇଟ୍‌ ରାଇଡର୍ସ ବୁଧବାର ଇଂଲଣ୍ଡ ଓପନର୍‌ ଜାସନ ରୟଙ୍କୁ ତାଙ୍କ ମୂଲ୍ୟର ପ୍ରାୟ ଦୁଇଗୁଣରେ କିଣିଛି।

ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଆଇପିଏଲ ଘରୋଇ ମ୍ୟାଚ୍‌ ପାଇଁ ରୟ ଖେଳିବେ କି ନାହିଁ ତାହା କେକେଆର କହି ନାହିଁ। ଦୁଇଥର ଆଇପିଏଲ ଚାମ୍ପିୟନରେ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ଯେତେବେଳେ ପିଠିରେ ଆଘାତ ହେତୁ ଆୟରଙ୍କୁ ପୂରା ସିଜିନରୁ ବାଦ ଦିଆଯାଇଥିଲା, ସେତେବେଳେ ଶାକିବ ବ୍ୟକ୍ତିଗତ ତଥା ଜାତୀୟ ପ୍ରତିଶ୍ରୁତି ଦର୍ଶାଇ ବାହାରକୁ ଯାଇଥିଲେ।

କେକେଆର୍‌ ବୁଧବାର ଏକ ବିବୃତ୍ତିରେ କହିଛି, ‘କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୩ ପାଇଁ ଇଂଲଣ୍ଡର ଜାସନ ରୟଙ୍କୁ ୧.୫ କୋଟିରୁ ୨.୮ କୋଟି ଟଙ୍କାରେ କିଣିଛନ୍ତି। ରୟ ପ୍ରଥମେ ଗୁଜରାଟ ଲାୟନ୍ସ ପାଇଁ ଆଇପିଏଲର ୨୦୧୭  ସଂସ୍କରଣରେ ସ୍ଥାନ ପାଇଥିଲେ। ଶେଷ ୨୦୨୧ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଥିଲେ।

୨୦୨୧ରେ ସେ ପାଞ୍ଚ ମ୍ୟାଚ ଖେଳି ଅର୍ଦ୍ଧ ଶତକ ସହିତ ୧୫୦ ରନ୍‌ ସ୍କୋର କରିଥିଲେ। ୩୨ ବର୍ଷୀୟ ଜାସନ ଇଂଲଣ୍ଡ ପାଇଁ ୬୪ ଟି-୨୦ ଖେଳିଛନ୍ତି। ଯେଉଁଥିରେ ୮ଟି ଅର୍ଦ୍ଧ ଶତକ ସହିତ ୧୩୭.୬୧ ର ଷ୍ଟ୍ରାଇକ୍‌ରେ ୧,୫୨୨ ରନ ସ୍କୋର୍‌ କରିଛନ୍ତି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଖେଳି ୧୬ଟି ବଲ୍‌ରୁ ୨୨ ରନ୍‌ ସଂଗ୍ରହ କରିଥିବା ଜାସନ ଆଫଗାନିସ୍ତାନ ଓ୍ବିକେଟ କିପର-ବ୍ୟାଟ୍ସମ୍ୟାନ ରହମାନୁଲ୍ଲା ଗୁରୁବାଜଙ୍କ ସ୍ଥାନ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri