୧୦ ଦିନର ଛୁଟି ପରେ ବି ଖୁସି ନାହାନ୍ତି ଏହି ଦେଶର ଲୋକ

ୟକୋହମା,୧।୫: କାର୍ଯ୍ୟବ୍ୟସ୍ତ ଜୀବନରୁ କର୍ମଚାରୀଙ୍କୁ ଏକାସାଙ୍ଗରେ ୧୦ ଦିନର ଛୁଟି ମିଳିବା ଏକ ବରଦାନରୁ କମ୍‌ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠି ଏତେ ଦିନର ଛୁଟି ମିଳିବା ସତ୍ତ୍ୱେ ବି ସେମାନେ ଖୁସି ନାହାନ୍ତି। ସୂଚନାଯୋଗ୍ୟ, ଜାପାନର ରାଷ୍ଟ୍ରୀୟ ଉତ୍ସବ ପାଇଁ କର୍ମଚାରୀଙ୍କୁ ୧୦ ଦିନର ଛୁଟି ମିଳିଥାଏ। ହେଲେ ସେଠାକାର କିଛି ଲୋକ ଏଥିରେ ଖୁସି ନ ଥିବା ଜଣାପଡ଼ିଛି। ପ୍ରକାଶ ଯେ, ଜାପାନରେ ମେ ୧ରୁ ନୂତନ ଯୁଗ ଆରମ୍ଭ ହୋଇଥାଏ। ଏଠାରେ ଏକ ପରମ୍ପରା ରହିଛି, ଯାହା ଯୁଗ ଯୁଗ ସହ ଜଡ଼ିତ ହୋଇ ରହି ଆସିଛି। ଏଠାରେ ଆରମ୍ଭ ହୋଇଥିବା ନୂଆ ଯୁଗର ନାମ ହେଉଛି ରିଭା। ଜାପାନର ରାଜା ଯେତେବେଳେ ନିଜ ରାଜଗାଦି ଛାଡିଥାନ୍ତି, ସେତେବେଳେ ଏକ ଯୁଗର ଅନ୍ତ ହୋଇଥାଏ। ଏଥିସହ ଯେଉଁ ନୂଆ ବ୍ୟକ୍ତି ରାଜା ହୋଇଥାନ୍ତି, ସେ ରାଜଗାଦି ସମ୍ଭାଳିବା ପରେ ଏକ ନୂତନ ଯୁଗ ଆରମ୍ଭ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଦୀର୍ଘ ୩୦ ବର୍ଷ ଧରି ଶାସନ କରୁଥିବା ସମ୍ରାଟ ଆକିହିତୋ ମଙ୍ଗଳବାର ରାଜଗାଦି ତ୍ୟାଗ କରିଛନ୍ତି। ବୁଧବାର ତାଙ୍କର ପୁତ୍ର ରାଜକୁମାର ନାରୁହିତୋଙ୍କୁ ନୂତନ ରାଜା ଭାବେ ଅଭିଷିକ୍ତ କରାଯାଇଛି। ତେବେ ଏହି ଖୁସିରେ ଜାପାନରେ ଗୋଲଡେନ୍‌ ଓ୍ବିକ୍‌ ପାଳନ କରାଯିବା ସହ ୧୦ ଦିନର ଛୁଟି ଘୋଷଣା କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଏପ୍ରିଲ ୨୭ରୁ ମେ ୬ ପର୍ଯ୍ୟନ୍ତ ଏହି ଛୁଟି ଘୋଷଣା କରାଯାଇଛି। ତେବେ ଏହି ଛୁଟିରେ କେତେକ କର୍ମଚାରୀ ଖୁସି ଥିବା ବେଳେ ଆଉ କେତେକେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଏକ ସର୍ଭେରୁ ଜଣାପଡ଼ିଥିଲା ଯେ, ଘରେ କାମ କରୁଥିବା ମହିଳା ଓ ଅବସରପ୍ରାପ୍ତ ବ୍ୟକ୍ତି ଏହି ଛୁଟିରେ ଖୁସି ନଥିବା ସଂଖ୍ୟାରେ ଅଧିକ। କାରଣ ସାଧାରଣ ଲୋକଙ୍କ କହିବା ଅନୁସାରେ ଏହି ଘୋଷଣା ଯୋଗୁ କେବଳ ଧନୀ ବ୍ୟକ୍ତିମାନେ ଲାଭବାନ ହୋଇଥାନ୍ତି। କିନ୍ତୁ ତଳିଆ କର୍ମଚାରୀଙ୍କୁ ଏହି ୧୦ ଦିନ ଭିତରେ ଓଭର ଟାଇମ କାମ କରିବାକୁ ପଡ଼ିଥାଏ। ଏଥିସହ ଏହି ସମୟରେ ଯାତ୍ରା କରିବା ମହଙ୍ଗା ହେବା ସହ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଭିଡ଼ ବଢ଼ିଥାଏ। ସେହିପରି ବ୍ୟାଙ୍କ ଓ ଚାଇଲ୍ଡ କେୟାର ସେଣ୍ଟର ବନ୍ଦ ହେଉଥିବାରୁ ଜନତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଏଆଇ ସାହାଯ୍ୟରେ ପ୍ଲାଣ୍ଟ ଇମ୍ୟୁନିଟି ସିଷ୍ଟମ୍‌ ପ୍ରସ୍ତୁତ କଲେ ଚାଇନା ଗବେଷକ

ବେଜିଂ, ୨୪ା୮: ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ…

ସାଉଦି-ପାକ୍‌-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ବାଂଲାଦେଶ ଆଗ୍ରହୀ

ନୂଆଦିଲ୍ଲୀ,୨୪ା୮: ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ନିକଟରେ ପ୍ରତିରକ୍ଷା ମେଣ୍ଟ ହୋଇଥିବାବେଳେ ସେଥିରେ ସାମିଲ ହେବା ଲାଗି ବାଂଲାଦେଶ ଆଗ୍ରହୀ ଥିବା ଏହାର ୨…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri