୧୦ ଦିନର ଛୁଟି ପରେ ବି ଖୁସି ନାହାନ୍ତି ଏହି ଦେଶର ଲୋକ

ୟକୋହମା,୧।୫: କାର୍ଯ୍ୟବ୍ୟସ୍ତ ଜୀବନରୁ କର୍ମଚାରୀଙ୍କୁ ଏକାସାଙ୍ଗରେ ୧୦ ଦିନର ଛୁଟି ମିଳିବା ଏକ ବରଦାନରୁ କମ୍‌ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠି ଏତେ ଦିନର ଛୁଟି ମିଳିବା ସତ୍ତ୍ୱେ ବି ସେମାନେ ଖୁସି ନାହାନ୍ତି। ସୂଚନାଯୋଗ୍ୟ, ଜାପାନର ରାଷ୍ଟ୍ରୀୟ ଉତ୍ସବ ପାଇଁ କର୍ମଚାରୀଙ୍କୁ ୧୦ ଦିନର ଛୁଟି ମିଳିଥାଏ। ହେଲେ ସେଠାକାର କିଛି ଲୋକ ଏଥିରେ ଖୁସି ନ ଥିବା ଜଣାପଡ଼ିଛି। ପ୍ରକାଶ ଯେ, ଜାପାନରେ ମେ ୧ରୁ ନୂତନ ଯୁଗ ଆରମ୍ଭ ହୋଇଥାଏ। ଏଠାରେ ଏକ ପରମ୍ପରା ରହିଛି, ଯାହା ଯୁଗ ଯୁଗ ସହ ଜଡ଼ିତ ହୋଇ ରହି ଆସିଛି। ଏଠାରେ ଆରମ୍ଭ ହୋଇଥିବା ନୂଆ ଯୁଗର ନାମ ହେଉଛି ରିଭା। ଜାପାନର ରାଜା ଯେତେବେଳେ ନିଜ ରାଜଗାଦି ଛାଡିଥାନ୍ତି, ସେତେବେଳେ ଏକ ଯୁଗର ଅନ୍ତ ହୋଇଥାଏ। ଏଥିସହ ଯେଉଁ ନୂଆ ବ୍ୟକ୍ତି ରାଜା ହୋଇଥାନ୍ତି, ସେ ରାଜଗାଦି ସମ୍ଭାଳିବା ପରେ ଏକ ନୂତନ ଯୁଗ ଆରମ୍ଭ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଦୀର୍ଘ ୩୦ ବର୍ଷ ଧରି ଶାସନ କରୁଥିବା ସମ୍ରାଟ ଆକିହିତୋ ମଙ୍ଗଳବାର ରାଜଗାଦି ତ୍ୟାଗ କରିଛନ୍ତି। ବୁଧବାର ତାଙ୍କର ପୁତ୍ର ରାଜକୁମାର ନାରୁହିତୋଙ୍କୁ ନୂତନ ରାଜା ଭାବେ ଅଭିଷିକ୍ତ କରାଯାଇଛି। ତେବେ ଏହି ଖୁସିରେ ଜାପାନରେ ଗୋଲଡେନ୍‌ ଓ୍ବିକ୍‌ ପାଳନ କରାଯିବା ସହ ୧୦ ଦିନର ଛୁଟି ଘୋଷଣା କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଏପ୍ରିଲ ୨୭ରୁ ମେ ୬ ପର୍ଯ୍ୟନ୍ତ ଏହି ଛୁଟି ଘୋଷଣା କରାଯାଇଛି। ତେବେ ଏହି ଛୁଟିରେ କେତେକ କର୍ମଚାରୀ ଖୁସି ଥିବା ବେଳେ ଆଉ କେତେକେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଏକ ସର୍ଭେରୁ ଜଣାପଡ଼ିଥିଲା ଯେ, ଘରେ କାମ କରୁଥିବା ମହିଳା ଓ ଅବସରପ୍ରାପ୍ତ ବ୍ୟକ୍ତି ଏହି ଛୁଟିରେ ଖୁସି ନଥିବା ସଂଖ୍ୟାରେ ଅଧିକ। କାରଣ ସାଧାରଣ ଲୋକଙ୍କ କହିବା ଅନୁସାରେ ଏହି ଘୋଷଣା ଯୋଗୁ କେବଳ ଧନୀ ବ୍ୟକ୍ତିମାନେ ଲାଭବାନ ହୋଇଥାନ୍ତି। କିନ୍ତୁ ତଳିଆ କର୍ମଚାରୀଙ୍କୁ ଏହି ୧୦ ଦିନ ଭିତରେ ଓଭର ଟାଇମ କାମ କରିବାକୁ ପଡ଼ିଥାଏ। ଏଥିସହ ଏହି ସମୟରେ ଯାତ୍ରା କରିବା ମହଙ୍ଗା ହେବା ସହ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଭିଡ଼ ବଢ଼ିଥାଏ। ସେହିପରି ବ୍ୟାଙ୍କ ଓ ଚାଇଲ୍ଡ କେୟାର ସେଣ୍ଟର ବନ୍ଦ ହେଉଥିବାରୁ ଜନତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହିରୋଶିମା: ଯୁଦ୍ଧ, ଯନ୍ତ୍ରଣାର ଦସ୍ତାବିଜ

ନୂଆଦିଲ୍ଲୀ: ବିଶ୍ୱ ଇତିହାସରେ ପରମାଣୁ ଯୁଦ୍ଧର ଏକମାତ୍ର ମୂଖସାକ୍ଷୀ ହେଉଛି ଜାପାନ। ୧୯୪୫ରେ ଆମେରିକା କେବଳ ଯୁଦ୍ଧକୁ ଅବଦମିତ କରିବାକୁ ଜାପାନ ଉପରେ ପରମାଣୁ ଆକ୍ରମଣ...

କମ ହେଉଥିବା ଜନସଂଖ୍ୟାକୁ ଦେଖି ଚାଇନାର ବଡ ନିଷ୍ପତ୍ତି, ସିଙ୍ଗଲ ମହିଳା ନେଇପାରିବେ ଆଇଭିଏଫ ଟ୍ରିଟମେଣ୍ଟ

ବେଜିଂ,୨୯।୪: ଚାଇନାରେ ଏବେ ଜନସଂଖ୍ୟା ଦ୍ରୁତ ପରିମାଣରେ ହ୍ରାସ ହେବାରେ ଲାଗିଛି। ଏହାକୁ ଦେଖି ଏବେ ଚିନ୍ତାରେ ପଡିଯାଇଛି ଚାଇନା। ଏବେ ଚାଇନା ସରକାର ସନ୍ତାନ...

ବରଣମାଳା ସମୟରେ ମଣ୍ଡପରେ ପହଞ୍ଚିଲେ ପ୍ରେମିକ, ଆଉ ତା’ପରେ

ପ୍ରତାପଗଡ଼,୨୦।୨: ଉତ୍ତରପ୍ରଦେଶର ପ୍ରତାପଗଡ ଜିଲାର ଉଦୟପୁର ଅଞ୍ଚଳର ଏକ ଗ୍ରାମରେ ଆୟୋଜିତ ବିବାହ ଉତ୍ସବରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବରଣମାଳା ପିନ୍ଧା ସମୟରେ...

ସାପଙ୍କ ବନ୍ଧୁ ସ୍ନେହାଶ୍ରୀ

ପେସାରେ ଜଣେ ଶିକ୍ଷୟିତ୍ରୀ। ହେଲେ ନିଶା ତାଙ୍କର ସାପ ଧରିବା। କେବଳ ସାପ କାହିଁକି ବିଭିନ୍ନ ପଶୁପକ୍ଷୀ ଏବଂ ଜୀବଜନ୍ତ୍‌ୁଙ୍କ ସୁରକ୍ଷା ପାଇଁ ମଧ୍ୟ ସେ...

ଓବାମାଙ୍କ ରାଷ୍ଟ୍ରପତି ପଦ ଯିବା ପରେ ସବୁଠୁ ଅଧିକ ଖୁସି ହୋଇଥିଲେ ସ୍ତ୍ରୀ, ଜାଣନ୍ତୁ କାହିଁକି

ଓ୍ବାଶିଟନ୍‌,୨୪।୧୧:ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜ ପୁସ୍ତକ ଏ ପ୍ରମିଜଡ୍‌ ଲ୍ୟାଣ୍ଡ୍‌କୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଏକ ଖୁଲାସା...

ପୁଟିନ୍‌ଙ୍କ ରୁବଲ ରଣନୀତି

ମସ୍କୋ/କିଭ୍‌, ୨୮ା୪: ଆମେରିକା ଓ ପାଶ୍ଚାତ୍ୟର କଟକଣାରେ ପ୍ରଭାବିତ ରୁଷିଆର ଅର୍ଥନୀତିକୁ ସଜାଡ଼ିବା ପାଇଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମସ୍କୋର ମୁଦ୍ରା ରୁବଲ ମୂଲ୍ୟ ବୃଦ୍ଧିକୁ...

‘ବିଶ୍ୱାସ ସ୍ବରୂପମ୍‌’ର ଅନାବରଣ ଆଜି

ଜୟପୁର: ରାଜସ୍ଥାନର ନାଥଦ୍ୱାରା ସହରରେ ତିଆରି ହୋଇଥିବା ୩୬୯ ଫୁଟ ଶିବ ମୂର୍ତ୍ତିର ଅନାବରଣ ଶନିବାର କରାଯିବ। ଏହି ମୂର୍ତ୍ତିର ନାମ ‘ବିଶ୍ୱାସ ସ୍ବରୂପମ୍‌’ ରଖାଯାଇଛି।...

କରୋନା ଆତଙ୍କ ନ ସରୁଣୁ ପୃଥିବୀ ଉପରେ ପୁଣି ମାଡ଼ି ଆସୁଛି ବିପଦ: ଏବର୍ଷ ୧୬ରୁ ଅଧିକ ସାମୁଦ୍ରିକ ଝଡ଼ !

ୱାଶିଂଟନ, ୪ ।୪: ପୃଥିବୀରେ କରୋନ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି । ଏପରିସ୍ଥଳେ କଲୋରାଡୋ ବିଶ୍ୱବିଦ୍ୟାଳୟର ପାଣିପାଗ ବିଭାଗ ହୋଇଥିବା ଏକ ଅନୁଧ୍ୟାନରୁ...

Advertisement
Archives

Model This Week