ଜନ୍ମାଷ୍ଟମୀରେ ୪ଟି ବଡ଼ ରାଜଯୋଗ: ଚମକିବ ୫ ରାଶିର ଭାଗ୍ୟ, ପ୍ରଚୁର ଧନଲାଭକୁ ମିଳିବ ବଡ଼ ସଫଳତା

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ପର୍ୱ ‘ଜନ୍ମାଷ୍ଟମୀ’ ସେପ୍ଟେମ୍ୱର ୪ ତାରିଖରେ ପାଳିତ ହେବ। ଧାର୍ମିକ ଦୃଷ୍ଟିକୋଣରୁ ଜନ୍ମାଷ୍ଟମୀ ଦିନଟି ବେଶ ସ୍ୱତନ୍ତ୍ର ହୋଇଥିବା ବେଳେ ଏଥର ଗ୍ରହମାନଙ୍କ ଚଳନ ମଧ୍ୟ ଏହାକୁ ଆହୁରି ଖାସ କରିଦେଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଜନ୍ମାଷ୍ଟମୀ ଦିନ ଅନେକ ବଡ଼ ବଡ଼ ଗ୍ରହ ଶୁଭ ସ୍ଥିତିରେ ରହିବେ। ଚନ୍ଦ୍ରମା ବୃଷ ରାଶିରେ ଉଚ୍ଚ ଅବସ୍ଥାରେ ରହିବେ। ସେହିପରି ଦେବଗୁରୁ ବୃହସ୍ପତି କର୍କଟ ରାଶିରେ ଉଚ୍ଚରେ ରହି ‘ହଂସ ରାଜଯୋଗ’ ସୃଷ୍ଟି କରିବେ। ସୂର୍ଯ୍ୟ ନିଜ ରାଶି ସିଂହରେ ରହିବେ। ଶୁକ୍ର ମଧ୍ୟ ତୁଳା ରାଶିରେ ନିଜ ସ୍ୱରାଶିରେ ଅବସ୍ଥାନ କରି ‘ମାଳବ୍ୟ ରାଜଯୋଗ’ ର୍ନିମାଣ କରିବେ। ସିଂହ ରାଶିରେ ସୂର୍ଯ୍ୟଙ୍କ ସହିତ ବୁଧ ମିଶି ‘ବୁଧାଦିତ୍ୟ ଯୋଗ’ ସୃଷ୍ଟି କରିବେ। ଏହା ବ୍ୟତୀତ ମଙ୍ଗଳ ଏବଂ ଶୁକ୍ରଙ୍କ ମଧ୍ୟରେ ‘ନବପଞ୍ଚମ ଯୋଗ’ ମଧ୍ୟ ଗଠନ ହେବ।

ସାତଟି ପ୍ରମୁଖ ଗ୍ରହ ମଧ୍ୟରୁ ୬ଟି ଗ୍ରହଙ୍କ ସ୍ଥିତି ବେଶ ଅନୁକୂଳ ରହିଛି। ଏହିପରି ଭାବେ ଚଳିତ ବର୍ଷର ଜନ୍ମାଷ୍ଟମୀ କେବଳ ପୂଜାପାଠ ପାଇଁ ନୁହେଁ, ବରଂ ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ମଧ୍ୟ ବେଶ ମହତ୍ତ୍ୱପୂର୍ଣ୍ଣ ରହିବାକୁ ଯାଉଛି। ଏହି ସବୁ ଗ୍ରହ ସଂଯୋଗର ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳିପାରେ। କାହାକୁ କ୍ୟାରିୟରରେ ନୂଆ ସୁଯୋଗ ମିଳିପାରେ ତ ଆଉ କାହାର ଅଟକି ରହିଥିବା କାମ ଆଗକୁ ବଢ଼ିପାରେ। ଧନ ଏବଂ ମାନ-ସମ୍ମାନ ସମ୍ପର୍କିତ କ୍ଷେତ୍ରରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନର ସଙ୍କେତ ମିଳିପାରେ। ଯଦିଓ ଏହି ସମସ୍ତ ଶୁଭ ଯୋଗର ପ୍ରଭାବ ସବୁ ରାଶି ଉପରେ ବ୍ୟାପକ ଭାବରେ ପଡ଼ିବ, ତଥାପି କିଛି ରାଶି ପାଇଁ ଏହି ସମୟ ସବୁଠାରୁ ଅଧିକ ଲାଭଦାୟକ ପ୍ରମାଣିତ ହେବ। ଆସନ୍ତୁ ଜାଣିବା, ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ ବିଷୟରେ ଯାହା ଉପରେ ଶ୍ରୀକୃଷ୍ଣଙ୍କ କୃପା ବର୍ଷିବ ଏବଂ ଜନ୍ମାଷ୍ଟମୀର ଶୁଭ ଅବସରରେ ବଡ଼ ସଫଳତା ସହ ଧନଲାଭ ହୋଇପାରେ।

ଜନ୍ମାଷ୍ଟମୀ ୨୦୨୬: ମେଷ ରାଶିଫଳ
ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଜନ୍ମାଷ୍ଟମୀ ଦିନଟି ଏକ ନୂଆ ଆରମ୍ଭର ସଙ୍କେତ ଦେଇପାରେ। କ୍ୟାରିୟରରେ ଅଟକି ରହିଥିବା କୌଣସି କାମ ପୁଣି ଗତିଶୀଳ ହେବ। ଚାକିରିରେ ଦାୟିତ୍ୱ ବଢ଼ିବ, କିନ୍ତୁ ଏହା ସହିତ ସ୍ୱତନ୍ତ୍ର ପରିଚୟ ମଧ୍ୟ ମିଳିପାରେ। ବ୍ୟବସାୟରେ ପୁରୁଣା ସମ୍ପର୍କରୁ ନୂଆ କାମ ମିଳିବାର ଯୋଗ ରହିଛି। ଟଙ୍କାପଇସାକୁ ନେଇ କୌଣସି ଅଡ଼ୁଆ ତୁଟିପାରେ; ତେବେ ତରବରିଆ ଭାବେ ବଡ଼ ପୁଞ୍ଜିନିବେଶ କରିବାରୁ ଦୂରେଇ ରୁହନ୍ତୁ।

ଜନ୍ମାଷ୍ଟମୀ ୨୦୨୬: ବୃଷ ରାଶିଫଳ
ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ଜନ୍ମାଷ୍ଟମୀ ବେଶ ସୱତନ୍ତ୍ର ରହିପାରେ। ଆପଣଙ୍କ ରାଶିରେ ଉଚ୍ଚ ଚନ୍ଦ୍ରମା ଆପଣଙ୍କ ମନ ଏବଂ ଆତ୍ମବିଶ୍ୱାସକୁ ସୁଦୃଢ଼ କରିବେ। କ୍ୟାରିୟରରେ ନିଜ କଥା ରଖିବାର ସଠିକ ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କ ବୁଦ୍ଧିମତ୍ତା ଉପରିସ୍ଥ ଅଧିକାରୀଙ୍କୁ ପ୍ରଭାବିତ କରିପାରେ। ବ୍ୟବସାୟରେ ଗ୍ରାହକ କିମ୍ୱା କ୍ଲାଏଣ୍ଟଙ୍କ ଠାରୁ କୌଣସି ବଡ଼ ଲାଭ ମିଳିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ଏବଂ ସଞ୍ଚୟ ବଢ଼ାଇବାର ସୁଯୋଗ ପାଇବେ।

ଜନ୍ମାଷ୍ଟମୀ ୨୦୨୬: କର୍କଟ ରାଶିଫଳ
କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଜନ୍ମାଷ୍ଟମୀ ସମୟ ଉନ୍ନତିର ଅନେକ ଦ୍ୱାର ଖୋଲିପାରେ। ଆପଣଙ୍କ ରାଶିରେ ଉଚ୍ଚ ଗୁରୁ ରହିବା ଏକ ବଡ଼ ସକାରାତ୍ମକ ଦିଗ। କ୍ୟାରିୟରରେ ଏପରି ଏକ ସୁଯୋଗ ମିଳିପାରେ, ଯାହାର ଅପେକ୍ଷା ଆପଣ ଦୀର୍ଘ ଦିନରୁ କରୁଥିଲେ। ଚାକିରି ବଦଳାଇବାକୁ ଚାହୁଁଥିବା ଲୋକଙ୍କୁ ଉତ୍ତମ ଅଫର୍‌ କିମ୍ୱା ଉପଯୁକ୍ତ ପରାମର୍ଶ ମିଳିପାରେ। ବ୍ୟବସାୟ ସମ୍ପ୍ରସାରଣର ଯୋଜନା ଆଗକୁ ବଢ଼ିବ। ଆର୍ଥିକ ସ୍ଥିତିରେ ସୁଧାରର ସଙ୍କେତ ରହିଛି। ପୁରୁଣା ନିବେଶ କିମ୍ୱା ବାକି ପଡ଼ିଥିବା ଟଙ୍କା ଫେରି ପାଇପାରନ୍ତି।

ଜନ୍ମାଷ୍ଟମୀ ୨୦୨୬: ସିଂହ ରାଶିଫଳ
ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଜନ୍ମାଷ୍ଟମୀ ସଫଳତା ଏବଂ ସୱତନ୍ତ୍ର ପରିଚୟ ନେଇ ଆସିପାରେ। ଆପଣଙ୍କ ରାଶିରେ ସୂର୍ଯ୍ୟ ନିଜ ସୱରାଶିରେ ରହିବେ। ବୁଧଙ୍କ ସହିତ ମିଶି ଗଠନ ହେଉଥିବା ‘ବୁଧାଦିତ୍ୟ ଯୋଗ’ ଆପଣଙ୍କ ନିଷ୍ପତ୍ତି ଏବଂ ବାର୍ତ୍ତାଳାପ ଦକ୍ଷତାକୁ ଆହୁରି ସୁଦୃଢ଼ କରିବ। ଚାକିରିରେ ନେତୃତ୍ୱ ପ୍ରଦର୍ଶନ କରିବାର ସୁଯୋଗ ମିଳିବ। କୌଣସି ପ୍ରମୁଖ ପ୍ରକଳ୍ପ ଆପଣଙ୍କ ନାମରେ ଯୋଡ଼ି ହୋଇପାରେ। ବ୍ୟବସାୟୀଙ୍କ ଡିଲିଂ ଦକ୍ଷତା କାମରେ ଆସିବ। ନୂଆ ଡିଲ କିମ୍ୱା ପାର୍ଟନରସିପ ଉପରେ ଆଲୋଚନା ଆଗକୁ ବଢ଼ିପାରେ। ଆୟ ବୃଦ୍ଧି କରିବା ପାଇଁ କୌଣସି ନୂତନ ଉପାୟ ମିଳିପାରେ।

ଜନ୍ମାଷ୍ଟମୀ ୨୦୨୬: ତୁଳା ରାଶିଫଳ
ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଜନ୍ମାଷ୍ଟମୀ ଧନ ଏବଂ ସମ୍ପର୍କ କ୍ଷେତ୍ରରେ ଆଶ୍ୱସ୍ତି ଆଣିଦେଇପାରେ। ଆପଣଙ୍କ ରାଶିରେ ଶୁକ୍ର ନିଜ ସୱରାଶିରେ ରହି ‘ମାଳବ୍ୟ ରାଜଯୋଗ’ ସୃଷ୍ଟି କରିବେ। ଏହାଦ୍ୱାରା ଭୌତିକ ସୁଖ-ସୁବିଧା ଏବଂ ବ୍ୟକ୍ତିଗତ ବିକାଶ ଉପରେ ଆପଣଙ୍କ ଧ୍ୟାନ ବଢ଼ିପାରେ। କ୍ୟାରିୟରରେ ଆପଣଙ୍କ ସୃଜନଶୀଳ ଚିନ୍ତାଧାରା କାମରେ ଆସିବ। ଚାକିରିରେ କୌଣସି ପସନ୍ଦର ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ବ୍ରାଣ୍ଡ, କ୍ଲାଏଣ୍ଟ କିମ୍ୱା ଅନଲାଇନ କାମରୁ ବଡ଼ ଲାଭ ମିଳିବାର ସଙ୍କେତ ରହିଛି। ହଠାତ କୌଣସି ଆର୍ଥିକ ସୁଯୋଗ ସାମ୍ନାକୁ ଆସିପାରେ। ଅଯଥା ଖର୍ଚ୍ଚ ବଢ଼ାଇବା ପୂର୍ୱରୁ ନିଜ ବଜେଟ ନିଶ୍ଚୟ ଯାଞ୍ଚ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଜଳରେ ବେହାଲ ବ୍ଲକ କାର୍ଯ୍ୟାଳୟ

ତୁମୁଡ଼ିବନ୍ଧ, ୧୧।୯ (ଦୀପକ କୁମାର ପରାସେଠ): ବର୍ଷାଜଳରେ ବେହାଲ ହୋଇପଡ଼ିଛି ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟ। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏଭଳି ଦୃଶ୍ୟ…

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

୨୦୨୭ରେ ଏହି ୪ ରାଶି ଉପରେ ଶନିଙ୍କ କୋପଦୃଷ୍ଟି! ମେଷ-ମୀନ ସମେତ ଏମାନଙ୍କ ବଢ଼ିବ ଅଡୁଆ, ପାଦେ ପାଦେ ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଏବଂ ତାଙ୍କର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତାଙ୍କୁ କର୍ମଫଳଦାତା କୁହାଯାଏ ଏବଂ ତାଙ୍କର ସ୍ଥିତିର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିଗତ ଜୀବନଠାରୁ…

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଗଣେଶ ପୂଜା ପାଇଁ ବାନ୍ଧୁଥିଲେ ତୋରଣ, ବିଦ୍ୟୁତ୍‌ ତାରରେ ଲାଗିଗଲେ ନାବାଳକ, ଆଉ ତା’ପରେ…

ହିଞ୍ଜିଳିକାଟୁ,୧୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ପୂଜା ପାଇଁ ତୋରଣ ବନ୍ଧା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?