ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ ରହିବେ। ଚନ୍ଦ୍ରମା ନିଜର ଉଚ୍ଚ ରାଶି ବୃଷରେ, ଗୁରୁ (ବୃହସ୍ପତି) ନିଜର ଉଚ୍ଚ ରାଶି କର୍କଟରେ, ସୂର୍ଯ୍ୟ ନିଜ ସୱରାଶି ସିଂହରେ ଏବଂ ଶୁକ୍ର ନିଜ ସ୍ୱରାଶି ତୁଳାରେ ବିରାଜମାନ କରିବେ। ଏହାସହିତ ମଙ୍ଗଳ ଏବଂ ଶୁକ୍ରଙ୍କ ମଧ୍ୟରେ ‘ନବପଞ୍ଚମ ଯୋଗ’ ମଧ୍ୟ ସୃଷ୍ଟି ହେଉଛି।
ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଗ୍ରହମାନଙ୍କର ଏହି ଶୁଭ ସ୍ଥିତି କେତେକ ରାଶିର ଜାତକଙ୍କ ପାଇଁ କ୍ୟାରିୟରରେ ପ୍ରଗତି, ଆୟ ବୃଦ୍ଧି ଏବଂ ଆର୍ଥିକ ଉନ୍ନତିର ସଙ୍କେତ ଦେଉଛି। ଆସନ୍ତୁ ଜାଣିବା କେଉଁ ରାଶିଗୁଡ଼ିକ ପାଇଁ ଏହି ସମୟ ଅତ୍ୟନ୍ତ ଭାଗ୍ୟଶାଳୀ ରହିବ:
ବୃଷ ରାଶି
ଜନ୍ମାଷ୍ଟମୀ ଦିନ ଚନ୍ଦ୍ରମା ଆପଣଙ୍କ ରାଶିରେ ଉଚ୍ଚ ସ୍ଥିତିରେ ରହିବେ। ଏହାର ସକାରାତ୍ମକ ପ୍ରଭାବ ଆପଣଙ୍କ ଆତ୍ମବିଶ୍ୱାସ ଏବଂ ମାନସିକ ସ୍ଥିତି ଉପରେ ପଡ଼ିବ। ଆର୍ଥିକ ମାମଲାରେ ସମୟ ଅନୁକୂଳ ରହିବ। ଆୟର ନୂଆ ନୂଆ ମାଧ୍ୟମ ସୃଷ୍ଟି ହେବା ସହ ହଠାତ ଧନଲାଭର ସୁଯୋଗ ମିଳିପାରେ। ଚାକିରିଆ ଲୋକଙ୍କୁ କର୍ମକ୍ଷେତ୍ରରେ ନିଜ ଦକ୍ଷତା ଦେଖାଇବାର ସୁଯୋଗ ମିଳିବ। ସେହିପରି ବ୍ୟବସାୟୀମାନଙ୍କୁ ନୂଆ ସମ୍ପର୍କ କିମ୍ୱା ଯୋଜନାରୁ ଲାଭ ମିଳିବାର ସମ୍ଭାବନା ଅଛି। ପାରିବାରିକ ପରିବେଶ ହସଖୁସିରେ ଭରିରହିବ।
କର୍କଟ ରାଶି
କର୍କଟ ରାଶିର ଜାତକଙ୍କ ପାଇଁ ଜନ୍ମାଷ୍ଟମୀର ଗ୍ରହ ସଂଯୋଗ ଅତ୍ୟନ୍ତ ସୁଫଳଦାୟୀ ହେବ। ଗୁରୁ ଆପଣଙ୍କ ରାଶିରେ ଉଚ୍ଚ ଅବସ୍ଥାରେ ରହିବେ ଏବଂ ଚନ୍ଦ୍ରମା ମଧ୍ୟ ଲାଭ ଭାବରେ ଉଚ୍ଚ ସ୍ଥିତିରେ ରହିବେ। ସୂର୍ଯ୍ୟ ଧନ ଭାବରେ ଅବସ୍ଥାନ କରିବେ। ଏହି ସବୁ ଗ୍ରହ ସ୍ଥିତି ଯୋଗୁଁ ଚାକିରି ଏବଂ ବ୍ୟବସାୟରେ ଆଗକୁ ବଢ଼ିବାର ନୂଆ ନୂଆ ସୁଯୋଗ ମିଳିବ। ଦୀର୍ଘ ଦିନରୁ ଅଟକି ରହିଥିବା କାମ କିମ୍ୱା ପ୍ରୋଜେକ୍ଟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଆୟ ବୃଦ୍ଧି ଏବଂ ସଞ୍ଚୟ କରିବାର ଭଲ ସୁଯୋଗ ମିଳିବ।
କନ୍ୟା ରାଶି
କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଜନ୍ମାଷ୍ଟମୀ ଦିନଟି କ୍ୟାରିୟର ଏବଂ ବ୍ୟବସାୟ ଦୃଷ୍ଟିରୁ ସକାରାତ୍ମକ ରହିବ। ଲାଭ ଭାବରେ ଗୁରୁଙ୍କ ଶୁଭ ସ୍ଥିତି ଆର୍ଥିକ ଫାଇଦା ଆଣିଦେବ। ବ୍ୟବସାୟୀମାନଙ୍କୁ କୌଣସି ବଡ଼ ଅର୍ଡର, ନୂଆ କ୍ଲାଏଣ୍ଟ କିମ୍ୱା ଗୁରୁତ୍ୱପୂର୍ଣ୍ଣ ଡିଲ ମିଳିପାରେ। ବୈଦେଶିକ ବ୍ୟାପାର ସହ ଜଡ଼ିତ ଲୋକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। ଚାକିରି କରୁଥିବା ଲୋକଙ୍କୁ ନିଜ ପରିଶ୍ରମର ଭଲ ଫଳାଫଳ ମିଳିବ। ଅଟକିଥିବା କାମ ପୂରଣ ହେବା ଦ୍ୱାରା ମାନସିକ ସନ୍ତୋଷ ମିଳିବ।
ଧନୁ ରାଶି
ଧନୁ ରାଶିର ଜାତକଙ୍କ ପାଇଁ ଜନ୍ମାଷ୍ଟମୀର ଗ୍ରହ ସଂଯୋଗ ନୂଆ ଯୋଜନାଗୁଡ଼ିକୁ ଆଗକୁ ନେବାରେ ସାହାଯ୍ୟ କରିବ। ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ ନିଜର ନୂତନ ରଣନୀତିରୁ ଲାଭ ମିଳିବ ଏବଂ ପୂର୍ୱରୁ କରାଯାଇଥିବା ପ୍ରଚେଷ୍ଟାର ଶୁଭ ଫଳାଫଳ ସାମ୍ନାକୁ ଆସିବ। ପ୍ରେମ ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ପରିବାର ତରଫରୁ କୌଣସି ଶୁଭ ଖବର ମିଳିବାର ସମ୍ଭାବନା ରହିଛି। ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକଳାପ ପ୍ରତି ରୁଚି ବଢ଼ିବ ଏବଂ କୌଣସି ଧାର୍ମିକ ଯାତ୍ରାର ଯୋଜନା ମଧ୍ୟ ହୋଇପାରେ।

