ଜନ୍ମାଷ୍ଟମୀରେ ମହାସଂଯୋଗ କରିବ ମନି ମେକର୍‌, ୯ଟି ରାଶି ହେବ ଧନବାନ!

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଧ୍ୟ ଅତ୍ୟନ୍ତ ବିରଳ ଏବଂ ଶୁଭଙ୍କର। ୪ ସେପ୍ଟେମ୍ୱର ଶୁକ୍ରବାର ଜନ୍ମାଷ୍ଟମୀରେ ଗ୍ରହମାନଙ୍କ ଅବସ୍ଥିତି ଅନେକ ଶୁଭ ରାଜଯୋଗ ସୃଷ୍ଟି କରୁଛି।

ଏହି ଦିନ ଚନ୍ଦ୍ର ତାଙ୍କ ଉଚ୍ଚ ରାଶି ବୃଷରେ ରହିବେ। ଶୁକ୍ର ନିଜ ରାଶି ତୁଳାରେ ରହି ମାଲବ୍ୟ ରାଜଯୋଗ ଏବଂ ସୂର୍ଯ୍ୟ-ବୁଧଙ୍କ ସିଂହ ରାଶିରେ ଯୁତି ଯୋଗୁଁ ବୁଧାଦିତ୍ୟ ରାଜଯୋଗ ନିର୍ମାଣ ହେଉଛି। ଏଥିସହ କର୍କଟ ରାଶିରେ ବୃହସ୍ପତିଙ୍କ ଉପସ୍ଥିତି ହଂସ ରାଜଯୋଗକୁ ଅତ୍ୟନ୍ତ ପ୍ରଭାବଶାଳୀ କରୁଛି। ଏହା ବ୍ୟତୀତ ମଙ୍ଗଳ ମିଥୁନରେ, ଶନି ମୀନରେ, ରାହୁ କୁମ୍ଭରେ ଏବଂ କେତୁ ସିଂହ ରାଶିରେ ରହିବେ।

ଏହି ଶୁଭ ଯୋଗଗୁଡ଼ିକ ଧନଲାଭ, ସଫଳତା, କ୍ୟାରିୟରରେ ଉନ୍ନତି ଓ ନୂତନ ସୁଯୋଗର ରାସ୍ତା ଖୋଲିବ। ଜାଣନ୍ତୁ ଭଗବାନ ଶ୍ରୀକୃଷ୍ଣ ଓ ଗ୍ରହମାନଙ୍କ ବିଶେଷ କୃପା କେଉଁ ୯ଟି ରାଶି ଉପରେ ରହିବ:

ମେଷ ରାଶି
ଆର୍ଥିକ କ୍ଷେତ୍ରରେ ବଡ଼ ଆଶ୍ୱସ୍ତି ମିଳିପାରେ। ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି କିମ୍ୱା ଆୟର ନୂତନ ଉତ୍ସ ସୃଷ୍ଟି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମର ଭଲ ଫଳ ମିଳିବ ଏବଂ କୌଣସି ଶୁଭ ଖବର ମିଳିପାରେ।

ବୃଷ ରାଶି
ଆପଣଙ୍କ ପାଇଁ ଏହି ଦିନ ଉତ୍ସାହ ଓ ସକାରାତ୍ମକତା ଆଣିଦେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ଜରୁରୀ କାର୍ଯ୍ୟଗୁଡ଼ିକ ସଫଳତାର ସହ ସମ୍ପୂର୍ଣ୍ଣ ହେବ। ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନ ପୂର୍ୱ ଅପେକ୍ଷା ବହୁତ ଭଲ ରହିବ।

କର୍କଟ ରାଶି
ଏହି ସମୟ ଆପଣଙ୍କ ପାଇଁ ବିଶେଷ ଲାଭଦାୟକ ପ୍ରମାଣିତ ହୋଇପାରେ। ରୋଜଗାରର ନୂତନ ସୁଯୋଗ ମିଳିବ ଏବଂ ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ ଉଲ୍ଲେଖନୀୟ ସଫଳତା ମିଳିବ। ପୁରୁଣା ସମ୍ପର୍କରୁ ମଧ୍ୟ ଲାଭ ମିଳିପାରେ।

ସିଂହ ରାଶି
ଅଟକି ରହିଥିବା କାମଗୁଡ଼ିକ ଭାଗ୍ୟ ବଳରେ ଦ୍ରୁତ ଗତିରେ ଆଗକୁ ବଢ଼ିବ। କୋର୍ଟ-କଚେରୀ କିମ୍ୱା ବିବାଦୀୟ ମାମଲାରେ ଫଳାଫଳ ଆପଣଙ୍କ ସପକ୍ଷରେ ଯାଇପାରେ। କ୍ୟାରିୟର କ୍ଷେତ୍ରରେ କିଛି ଉତ୍ସାହଜନକ ଖବର ମିଳିବାର ସମ୍ଭାବନା ରହିଛି।

କନ୍ୟା ରାଶି
କାମ, ବ୍ୟବସାୟ କିମ୍ୱା କୌଣସି ଜରୁରୀ ଉଦ୍ଦେଶ୍ୟରେ ଯାତ୍ରାର ଯୋଗ ବନୁଛି। ଭାଗ୍ୟର ସାଥ ମିଳିବା ଯୋଗୁଁ ନୂଆ ଯୋଜନା ଉପରେ କାମ ଆରମ୍ଭ କରିବାର ସୁଯୋଗ ପାଇବେ। ଧାର୍ମିକ କାର୍ଯ୍ୟକଳାପରେ ମନ ଲାଗିବ।

ବିଛା ରାଶି
ଜୀବନସାଥୀଙ୍କ ଠାରୁ ଭରପୂର ସହଯୋଗ ମିଳିବ, ଯାହା ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ଆଣିବ। ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବେଶ ଭଲ ରହିବ; କାର୍ଯ୍ୟକ୍ଷେତ୍ରରେ ସ୍ଥିତି ମଜଭୁତ ହେବା ସହ ଦାୟିତ୍ୱ ସଫଳତାର ସହ ର୍ନିବାହ କରିପାରିବେ।

ଧନୁ ରାଶି
କିଛି ପ୍ରତିଯୋଗିତା ବା ବିରୋଧର ସାମ୍ନା କରିବାକୁ ପଡ଼ିପାରେ, କିନ୍ତୁ ବିରୋଧୀମାନେ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ। ଆପଣଙ୍କ କାର୍ଯ୍ୟଦକ୍ଷତା ଓ ଆତ୍ମବିଶ୍ୱାସ ବଜାୟ ରହିବ ଏବଂ କଠିନ ପରିସ୍ଥିତିରୁ ସହଜରେ ବାହାରି ପାରିବେ।

କୁମ୍ଭ ରାଶି
ଜମି, ବାସଗୃହ କିମ୍ୱା ଗାଡ଼ି କିଣିବା ସମ୍ୱନ୍ଧୀୟ ମାମଲାରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ। ସମ୍ପତ୍ତି କିଣିବାକୁ ଯୋଜନା କରୁଥିଲେ ସମୟ ଉପଯୁକ୍ତ ରହିଛି। ପାରିବାରିକ ଜୀବନରେ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ।

ମୀନ ରାଶି
କାର୍ଯ୍ୟ ଓ ବ୍ୟବସାୟ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ପ୍ରମାଣିତ ହେବ। ଆପଣଙ୍କ କଠିନ ପରିଶ୍ରମ ରଙ୍ଗ ଆଣିବ ଏବଂ ନୂଆ ଦାୟିତ୍ୱ ପୂରଣ କରିବାରେ ସଫଳ ହେବେ। ବ୍ୟବସାୟରେ ଉନ୍ନତିର ସଙ୍କେତ ମିଳୁଛି। ନିଜ ନିଷ୍ପତ୍ତି ଉପରେ ଭରସା ରଖିଲେ ଉତ୍ତମ ଫଳାଫଳ ପ୍ରାପ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ବାଟ୍ସଆପ୍ ହ୍ୟାକ୍

ଭୁବନେଶ୍ବର,୪।୯: ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଫୋନ୍ / ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଯାଇଛି। ସୋସିଆଲ ମିଡିଆରେ ଆଚାର୍ଯ୍ୟ ଏ ନେଇ ଜଣାଇଛନ୍ତି।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ ହିନ୍ଦୁଧର୍ମର ଉଦାରତା ଉପରେ ଆଲୋକପାତ

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୁକ୍ରବାର କୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ଲକ୍ଷ୍ମଣାନନ୍ଦ…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ଦଶ’ରା, ଦୀପାବଳିରେ ଘରକୁ ଯିବାକୁ ଚାହୁଁଥିଲେ ଖୁସିଖବର, ସ୍ପେଶାଲ ଟ୍ରେନ୍‌କୁ ନେଇ ରେଲେଓ଼୍ବର ବଡ଼ ଘୋଷଣା

ନୂଆଦିଲ୍‌ଲୀ,୪।୯: ନିଜ ଘରଠାରୁ ଦୂରରେ ଦିଲ୍ଲୀ, ମୁମ୍ୱାଇ, ଚଣ୍ଡିଗଡ଼ ଏବଂ ଅନ୍ୟାନ୍ୟ ବଡ଼ ବଡ଼ ସହରରେ ରହୁଥିବା ଲୋକଙ୍କ ପାଇଁ ଖୁସି ଖବର। ଦଶହରା, ଦୀପାବଳି ଏବଂ…

ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା ଅନ୍ତର୍ଜାତୀୟ ବିମାନ ବନ୍ଦର! ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ସେପ୍ଟେମ୍ବର ୪ ଅପରାହ୍ନରେ ଆରମ୍ଭ ହୋଇଥିବା ବର୍ଷା ପରେ ଜାତୀୟ ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ପାଣି ଜମି ରହିବା…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

କୋରାପୁଟ ଜିଲାର ୮୮,୨୮୯ ଚାଷୀଙ୍କୁ ୧୭.୮୮ କୋଟିର ସିଏମ୍‌-କିଷାନ ସହାୟତା

କୋରାପୁଟ, ୪।୯ (ଅମିତାଭ ବେହେରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri