Posted inଜାତୀୟ

ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ: ୨୪ଘଣ୍ଟାରେ ୫ ନିହତ, ୩୦କିଲୋ ଆଇଡି ଜବତ

ଶ୍ରୀନଗର,୧୧।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ନିରୋଧୀ ଅଭିଯାନ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବଡଗାମ ଏବଂ ରାଜୌରୀର ଦୁଇଟି ଭିନ୍ନ ସ୍ଥାନରେ ହୋଇଥିବା ସର୍ଚ୍ଚ ଅପରେଶନରେ ମୋଟ ୫ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ୩୦ କିଲୋଗ୍ରାମ ଆଇଡି ଜବତ କରାଯାଇଛି। ଗୁରୁବାର ସକାଳେ ଜମ୍ମୁ-କଶ୍ମୀରର ରାଜୌରୀ ଜିଲାର ଏକ ସେନା କ୍ୟାମ୍ପରେ କେତେକ ଆତଙ୍କବାଦୀ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିସହ ୨ଯବାନ ଆହତ ହୋଇଥିବା ବେଳେ ସେମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଜମ୍ମୁ-କଶ୍ମୀର ଏଡିଜିପି ମୁକେଶ ସିଂ କହିଛନ୍ତି ଯେ, ଆତଙ୍କବାଦୀମାନେ ପାରଗଲରେ ଥିବା ଏକ ସେନା ଶିବିରର ବାଡ଼ ପାର ହେବାକୁ ଚେଷ୍ଟା କରୁଥିବା ସମୟରେ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇଥିଲେ। ହେଲେ ସେମାନେ ନ ଅଟକିବାରୁ ସୁରକ୍ଷାକର୍ମୀ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହାପୂର୍ବରୁ ବୁଧବାର ବଡ଼ଗାମ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏହି ଏନ୍‌କାଉଣ୍ଟରରେ ୩ଜଣ ଲଶ୍କର-ଇ-ତୋଏବାର ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୬ ବିଦେଶୀ ଆତଙ୍କବାଦୀଙ୍କୁ ମିଶାଇ ୧୩୬ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଦାବରୀରେ ବୁଡିଲା ପର୍ଯ୍ୟଟକଙ୍କ ବୋଟ୍‌

ପୂର୍ବ ଗୋଦାବରୀ,୧୫।୯: ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଜିଲା ଦେବୀପାଟନମଠାରେ ଗୋଦାବରୀ ନଦୀରେ ପର୍ଯ୍ୟଟକଙ୍କର ଏକ ବୋଟ୍‌ ବୁଡିଯାଇଥିବା ସୂଚନା ମିଳିଛି। ଏଥିରେ ପ୍ରାୟ ୬୦ଜଣ...

୨ ଛାତ୍ରଙ୍କୁ ପାକିସ୍ତାନ ପଳାଇବାକୁ କହି ବିବାଦରେ ଶିକ୍ଷୟିତ୍ରୀ

ବେଙ୍ଗାଲୁରୁ,୩ା୯: ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ପରେ ବର୍ତ୍ତମାନ କର୍ନାଟକର ଜଣେ ଶିକ୍ଷୟିତ୍ରୀ ଦୁଇ ମୁସଲମାନ ଛାତ୍ରଙ୍କୁ ‘ପାକିସ୍ତାନ ପଳାଅ’ କହି ବିବାଦରେ ଛନ୍ଦି ହୋଇଛନ୍ତି। ଏହି...

କରି ନାହିଁ କିଛି ଭୁଲ: ଫଡନାଭିସ…

ମୁମ୍ବାଇ,୧୫।୪ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶନିବାର ଏଠାରେ ଏକ କୋର୍ଟରେ ହାଜର ହୋଇଥିଲେ। ତାଙ୍କ ବିରୋଧରେ  ଅଭିଯୋଗ ହୋଇଥିଲା ସେ ତାଙ୍କ ୨୦୧୪...

ସାମାଜିକ ସୁରକ୍ଷାରୁ ବଞ୍ଚିତ ୭୫% ଭାରତୀୟ

ନୂଆଦିଲ୍ଲୀ, ୪ା୯: କୌଣସି ରୋଗରେ ପୀଡ଼ିତ, ଦିବ୍ୟାଙ୍ଗ, ବୃଦ୍ଧାବସ୍ଥା, ବେରୋଜଗାର ସମେତ ମୃତ୍ୟୁ ଆଦି ପରିସ୍ଥିତିବେଳେ ସମ୍ପୃକ୍ତ ବ୍ୟକ୍ତି ଏବଂ ପରିବାରର ସୁରକ୍ଷା ଜରୁରୀ ହୋଇପଡ଼ିଥାଏ।...

ଦୁବାଇ ଶାସକଙ୍କ ମାଲାୟାଲମ ଟୁଇଟ୍‌ର ଉତ୍ତର ଆରବିକ୍‌ରେ ଦେଲେ କେରଳ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୩।୨: ଦୁବାଇର ଶାସକ ତଥା ୟୁଏଇର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରଶିଦ ଅଲ ମାକତୁମ ଗୁରୁବାର ମାଲାୟାଲମ ଭାଷାରେ ଏକ ଟୁଇଟ୍‌ କରିଥିଲେ। ଏମିରେଟ୍ସରେ...

ଉଦୟନିଧିଙ୍କ ‘ସନାତନ’ ମନ୍ତବ୍ୟକୁ ଗଣହତ୍ୟା କହିବାରୁ ମାଲବ୍ୟଙ୍କ ନଁ।ରେ ମାମଲା

ନୂଆଦିଲ୍ଲୀ/ଚେନ୍ନାଇ,୭ା୯ : ତାମିଲନାଡୁ ମନ୍ତ୍ରୀ ତଥା ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ମନ୍ତବ୍ୟକୁ ଗଣହତ୍ୟା ଭାବେ ଅଭିହିତ କରିଥିବାରୁ ଭାଜପା ଆଇଟି ବିଭାଗ...

‘ଡଟର ଅଫ ଦ ନେଶନ’ ସମ୍ମାନରେ ସମ୍ମାନିତ ହେବେ ସୁର ସାମ୍ରାଜ୍ଞୀ

ନୂଆଦିଲ୍ଲୀ,୬।୯ : ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ତାଙ୍କ ସଙ୍ଗୀତର ଚର୍ଚ୍ଚା ସାରା ବିଶ୍ୱରେ ରହିଛି। ଲତାଙ୍କ ସଙ୍ଗୀତରେ ଦେଶକୁ...

ପୁଣି ବଢ଼ିଲା ଦୈନିକ ମୃତ୍ୟୁ ସଂଖ୍ୟା, ଦୈନିକ ସଂକ୍ରମଣ ୨୦ ହଜାର ତଳେ…

ନୂଆଦିଲ୍ଲୀ, ୨୦।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ତେବେ ମୃତ୍ୟୁ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦୈନିକ...

Advertisement
Archives

Model This Week